ରଥ ନିର୍ମାଣ କାର୍ଯ୍ୟ ୨୬ ତମ ଦିବସ, ତିନିରଥର ଦୁଇଟି  ଲେଖାଁଏ ୨୦ ଫୁଟିଆ ଆଗଆଣି, ପଛଆଣି “ଦଣ୍ଡା ମୁହାଁଟି” ର ଅନୁକୂଳ ପୂଜା ପରେ ବିନ୍ଧ କାମ ଆରମ୍ଭ ହୋଇ ଶେଷ ହୋଇଛି

0
332
ଆଜି ତିନିରଥର ଦୁଇଟି ଲେଖାଁଏ ୨୦ ଫୁଟିଆ ଆଗଆଣି, ପଛଆଣି "ଦଣ୍ଡା ମୁହାଁଟି" ର ଅନୁକୂଳ ପୂଜା ପରେ ବିନ୍ଧ କାମ ଆରମ୍ଭ ହୋଇ ଶେଷ ହୋଇଛି। ଏହି ଦଣ୍ଡାମୁହାଁଟି ତିନିରଥର ପାଞ୍ଚ ଦଣ୍ଡାରେ ଆଗ ଏବଂ ପଛ ଭାଗରେ ସଂଯୋଗ ହେବ, ପ୍ରତି ଦଣ୍ଡା ମୁହାଁଟି ରେ ପାଞ୍ଚୋଟି ଲେଖାଁଏ ବିନ୍ଧ କରାଯାଇଛି।

By Our Correspondent

PURI/BHUBANESWAR:   ଆଜି ତିନିରଥର ନିର୍ମାଣକାରୀ ସେବକ ମାନେ ରଥ ଖଳାଠାରେ ସକାଳ ଘ.୮.୦୦ ଟାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

 ରଥ ନିର୍ମାଣ ଅଗ୍ରଗତି

ଆଜି ତିନିରଥର ଦୁଇଟି  ଲେଖାଁଏ ୨୦ ଫୁଟିଆ ଆଗଆଣି, ପଛଆଣି “ଦଣ୍ଡା ମୁହାଁଟି” ର ଅନୁକୂଳ ପୂଜା ପରେ ବିନ୍ଧ କାମ ଆରମ୍ଭ ହୋଇ ଶେଷ ହୋଇଛି। ଏହି ଦଣ୍ଡାମୁହାଁଟି ତିନିରଥର ପାଞ୍ଚ ଦଣ୍ଡାରେ ଆଗ ଏବଂ ପଛ ଭାଗରେ ସଂଯୋଗ ହେବ, ପ୍ରତି ଦଣ୍ଡା ମୁହାଁଟି ରେ ପାଞ୍ଚୋଟି ଲେଖାଁଏ ବିନ୍ଧ କରାଯାଇଛି।

ଆଜି ତିନିରଥର ୧୨ ଟି ଲେଖାଁଏ ଭୂଇଁ ଚଉତାର ବିନ୍ଧ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ପରେ ତିନିରଥର ମହାରଣା ମାନେ ପ୍ରତି ଚଉତାର ଦୁଇ ପାର୍ଶ୍ଵରେ ଦୁଇଟି ଲେଖାଁଏ ବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି।( ରଥରେ ଭୂଇଁ ଉଠିଲା ପରେ ଏହି ବିନ୍ଧରେ ପାଖୁଡା ସଂଯୋଇ ହେବ)

  ତିନିରଥ ଚାଳିକୁ ପ୍ରଥମ ପର୍ଯ୍ୟାୟ ରେ ଯୋଗାଇ ଦିଆ ଯାଇଥିବା  ୨୦  ଫୁଟିଆ ୮ଟି ଲେଖାଁଏ “୧୪ ନାହାକା” କାଠରେ ତିନିରଥ ମହାରଣା ମାନେ ସେଥିରେ ଆଠ ଅଂଶୀ କୋଣ ବିଶିଷ୍ଟ ନାହାକା ନିର୍ମାଣ ଶେଷ କରିଛନ୍ତି।

 ଆଜି ତିନିରଥର ଚାରି ନାହାକା ନିର୍ମାଣ ପାଇଁ ତିନି ରଥ ଚାଳିକୁ ରଥ ଆମୀନ ପ୍ରଥମ ପର୍ଯ୍ୟାୟରେ ଭୋଇ ସେବକଙ୍କ ମାଧ୍ୟମରେ ଦୁଇଟି ଲେଖାଁଏ ୨୦ ଫୁଟିଆ ଧଉରା କାଠ ଯୋଗାଇ ଦେଇଥିଲେ, ଚାରିନା ହାକା ର ଚଉପଟ କାଯ୍ୟ  ତିନି ରଥର ମହାରଣା ମାନେ ଆରମ୍ଭ କରିଛନ୍ତି।

 ଆଜି”ଗରଗରା” ନିର୍ମାଣ ପାଇଁ ତିନିରଥର ଚାଳିକୁ ରଥ ଆମୀନ ଭୋଇ ସେବକଙ୍କ ମାଧ୍ୟମରେ  ଦୁଇଟି ଲେଖାଁଏ ୨୦  ଫୁଟିଆ ଧଉରା କାଠ ଯୋଗାଇ ଦେଇ ଥିଲେ, କରତି ସେବକ ସେଗୁଡିକର ମୁଣ୍ଡ କରତି କଲାପରେ ତିନିରଥର ମହାରଣା ମାନେ ଗରଗରାର ଚଉପଟ କାଯ୍ୟ ଆରମ୍ଭ କରିଛନ୍ତି।

ଆଜି କରତି ସେବକ ମାନେ ନନ୍ଦିଘୋଷ ରଥର ୪୦ ଫୁଟିଆ ପୋଲ ଗୟଳ ର ଦୁଇପାର୍ଶ୍ଵ ଚିତା କାର୍ଯ୍ୟ ଶେଷ କରି ଚିରଟ ପାଇଁ ମାପ ଚିହ୍ନ ଦେଇ ଛନ୍ତି ଆସନ୍ତାକାଲି ଚିରଟ କାର୍ଯ୍ୟ ଆରମ୍ଭ କରିବେ।

ତିନିରଥର ରୂପକାର ସେବକ ମାନେ ରଥର ଗୁଜ ଗୁଡିଜାରେ ରୂପ ଖୋଦେଇ ସହ ରୂପରେ ଅଳଙ୍କାର  ତଥା ରୁପାର ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି ।

 ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ଦଣ୍ଡା ପାଇଁ ଦଣ୍ଡା କଣ୍ଟା  ନିର୍ମାଣ ଜାରୀ ରଖିଛନ୍ତି (ତାଳଧ୍ୱଜ ରଥର ଓଝା ସେବକ ମାନେ ତାଳଧ୍ୱଜ ରଥର ଦଣ୍ଡାପାଇଁ ‘ଅଗପାତେଳି’ ରୁ ୪୨ ଟି ଏବଂ ‘ଚଉରସ’ କଣ୍ଟାରୁ ୩୫ ଟି ମୋଟ ୭୭ ଟି କଣ୍ଟା ନିର୍ମାଣ କରୁଥିବା ବେଳେ ଦର୍ପଦଳନ ରଥ ର ଓଝା ସେବକ ମାନେ ‘ ଅଗ ପାତେଳି’ ରୁ ୩୬ ଗୋଟି ଏବଂ ‘ଚଉରସ’ କଣ୍ଟାରୁ ୩୦ ଟି ମୋଟ ୬୬ ଗୋଟି ଏବଂ ନନ୍ଦିଘୋଷ ରଥ ଦଣ୍ଡା ପାଇଁ ଓଝା ସେବକମାନେ ‘ ଅଗପାତେଳି’ ରୁ ୪୮ ଟି ଏବଂ ‘ଚଉରସ’ କଣ୍ଟାରୁ  ୪୦ ଟି ମୋଟ ୮୮ ଗୋଟି କଣ୍ଟା ଆବଶ୍ୟକ ପ୍ରକାରେ ନିର୍ମାଣ କରିବେ)

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମୋଟ ମହାରଣା-୭୭

ତିନିରଥର ଭୋଇ ସେବକ  -୭୬

ତିନିରଥର କରତି ସେବକ  –  ୪

ତିନିରଥର କମାର ସେବକ -୧୭

ପାହି ମହାରଣା                –  ୨

ତୁମ୍ବ ବିନ୍ଧ କାରୀଗର          –  ୧

ତିନିରଥର ରୂପକାର ସେବକ-୧୯

ରଥଖଳା ସହାୟକ(ପାଣିବାଲା)୧

                          ମୋଟ-୧୯୭

LEAVE A REPLY

Please enter your comment!
Please enter your name here