ରଥ ନିର୍ମାଣ କାର୍ଯ୍ୟ ୨୫ ତମ ଦିବସ, ତିନିରଥର ମୋଟ ୪୨ ଚକ ଏବଂ ୨୧ ଗୋଟି ଅଖର ନିର୍ମାଣ ଶେଷ

0
265

By Our Correspondent

PURI/BHUBANESWAR:  ତିନିରଥର ନିର୍ମାଣକାରୀ ସେବକ ମାନେ ରଥ ଖଳାଠାରେ ସକାଳ ଘ.୮.୦୦ ଟାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣକାର୍ଯ୍ୟ ଆରମ୍ଭ କରିଥିଲେ।

  ରଥ ନିର୍ମାଣ ଅଗ୍ରଗତି

ତିନିରଥର ଚକ ଏବଂ ଅଖ ନିର୍ମାଣ ଶେଷ । ତିନିରଥର ୧୪ ନାହାକା ନିର୍ମାଣ କାର୍ଯ୍ୟ ଆରମ୍ଭ।ତିନିରଥର ୫ଦଣ୍ଡା ନିର୍ମାଣ ପାଇଁ ତିନି ରଥ ଖଳାକୁ ଦଣ୍ଡା କାଠ ଯୋଗାଇ ଦିଆଯାଇଅଛି।(ତିନିରଥର ମୋଟ ୪୨ ଚକ ଏବଂ ୨୧ ଗୋଟି ଅଖର ନିର୍ମାଣ ଶେଷ)

ତାଳଧ୍ୱଜ ରଥ

ତାଳଧ୍ୱଜ ରଥର ଆଜି ଶେଷ ଦୁଇଟି ଚକର ନିର୍ମାଣ ଶେଷ ହୋଇ ମୋଟ ୧୪ ଗୋଟି ଚକ ଏବଂ ୭ଗୋଟି ଅଖ ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି. ତାଳଧ୍ୱଜ ରଥର ୧୪ ନାହାକା ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୮ଟି ୨୦ ଫୁଟିଆ ଧଉରା ଫାଳି କାଠ  ରଥ ଆମୀନ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇ ଥିଲେ । ଆଜିର କାର୍ଯ୍ୟ ଶେଷ ସୁଦ୍ଧା  ଦୁଇଟି ଆଠ କୋଣି ୧୪ନାହାକା ର ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି, ଆଉ ୬ ଟିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ।

ତାଳଧ୍ୱଜ ରଥର ମୋଟ ୪ ଗୋଟି ନିରାଡିରୁ ଦୁଇଗୋଟି ୨୦ ଫୁଟିଆ ନିରାଡ଼ିର ଚଉପଟ କାର୍ଯ୍ୟ ଶେଷ କରି ଆଉଦୁଇଟି ନିରାଡ଼ିର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ।

ଦର୍ପଦଳନ ରଥ

 ଆଜି ଶେଷ ଚକ ନିର୍ମାଣ ପରେ ଦର୍ପଦଳନ ରଥର ମୋଟ ୧୨ ଗୋଟି ଚକର ନିର୍ମାଣ ଶେଷ ହୋଇଛି। ଆଜି ସୁଦ୍ଧା ଦର୍ପଦଳନ ରଥର ମୋଟ ୬ ଗୋଟି ଅଖ ନିର୍ମାଣ ଶେଷ ହୋଇଛି। ଦର୍ପଦଳନ ରଥର ମୋଟ ୪ଗୋଟି ନିରାଡିରୁ ଆଜି ସୁଦ୍ଧା ୩ଗୋଟି ୨୦ ଫୁଟିଆ ନିରାଡ଼ିତ ଚଉପଟ କାର୍ଯ୍ୟ ଶେଷ ହୋଇଛି ।ଦର୍ପଦଳନ ରଥର ୧୪ ନାହାକା ନିର୍ମାଣ କାର୍ଯ୍ୟ ଆଜି ଆରମ୍ଭ ହୋଇ ଆଜିର କାର୍ଯ୍ୟ ଶେଷ ସୁଦ୍ଧା ଦୁଇଟି ୧୪ ନାହାକର ଆଠ କୋଣି ନିର୍ମାଣ ଜାର୍ଯ୍ୟ ଶେଷ ହୋଇଛି ।

ନନ୍ଦିଘୋଷ ରଥ

ନନ୍ଦିଘୋଷ ରଥର ଆଜି ଶେଷ ଚକ ନିର୍ମାଣ ପରେ  ମୋଟ ୧୬ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।ନନ୍ଦିଘୋଷ ରଥର ଦୁଇଟି ନିରାଡ଼ି ନିର୍ମାଣ ଶେଷ ହୋଇଥିଲା, ଆଜି ଆଉ ଦୁଇଟି ନିରାଡ଼ିର  ଚଉପଟ କାର୍ଯ୍ୟ ଶେଷ ହୋଇ ମୋଟ ୪ ଗୋଟି ନିରାଡ଼ି ଚଉପଟ କାର୍ଯ୍ୟ ସମ୍ପୂର୍ଣ ହୋଇଛି ।ଆଜି ନନ୍ଦିଘୋଷ ରଥର ୧୪ ନାହାକା ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ,ପ୍ରଥମ ପର୍ଯ୍ୟାୟରେ ଯୋଗାଇଦିଆ ଯାଇଥିବା ୮ ଗୋଟି  ୧୪ ନାହାକା  କାଠାରୁ ଦୁଇଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇ  ବାକି ୬ଟି ୧୪ ନାହାକାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ।

ରୂପକାର ସେବକ

 ତିନିରଥର ରୂପକାର ସେବକ ମାନେ ରଥର ଗୁଜ ଗୁଡିକରେ ରୂପ ଖୋଦେଇ ସହ ଶେଷ ହୋଇ ଥିବା ରୂପଗୁଡିକରେ ଅଳଙ୍କାର କାର୍ଯ୍ୟ ସହ ପାଳିଡ଼ କାର୍ଯ୍ୟ ଜାରୀ ରଖିଛନ୍ତି ।

କରତି ସେବକ

 ତିନିରଥର କରତି ସେବକ ମାନେ ନନ୍ଦିଘୋଷ ରଥର ୪୦ ଫୁଟିଆ ଗୟଳ କାଠର ଉଭୟ ପାର୍ଶ୍ୱ  ଚିତା କାର୍ଯ୍ୟ ଆରମ୍ଭ କରିଛନ୍ତି ଚିତାପରେ ଚିରଟ କାର୍ଯ୍ୟ ଆରମ୍ଭ କରିବେ।

 କମାର ଶାଳ

ଦୋଳବେଦୀ କମାର ଶାଳ ରେ ତିନି ରଥର ଓଝା ସେବକ ମାନେ ତିନି ରଥର ଦଣ୍ଡା ପାଇଁ ଦଣ୍ଡା କଣ୍ଟା ବା ‘ଦଣ୍ଡା ବିଡ଼ିଆ’ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମୋଟ ମହାରଣା-୭୬

ତିନିରଥର ଭୋଇ ସେବକ  -୭୭

ତିନିରଥର କରତି ସେବକ  –  ୪

ତିନିରଥର କମାର ସେବକ -୧୭

ପାହି ମହାରଣା               –   ୨

ତୁମ୍ବ ବିନ୍ଧ କାରୀଗର         –   ୧

ତିନିରଥର ରୂପକାର ସେବକ-୧୯

ରଥଖଳା ସହାୟକ(ପାଣିବାଲା)୧

                            ମୋଟ-୧୯୭

LEAVE A REPLY

Please enter your comment!
Please enter your name here