ରଥ ନିର୍ମାଣ କାର୍ଯ୍ୟ ଅଷ୍ଟାଦଶ ତମ ଦିବସ, ତିନିରଥର ମୋଟ ୪୪ ଗୋଟି ଯୋକା ନିର୍ମାଣ ଶେଷ ହୋଇଛି

0
279
ରଥ ନିର୍ମାଣ କାର୍ଯ୍ୟ ଅଷ୍ଟାଦଶ ତମ ଦିବସ, ତିନିରଥର ମୋଟ ୪୪ ଗୋଟି ଯୋକା ନିର୍ମାଣ ଶେଷ ହୋଇଛି।

By Our Correspondent

PURI/BHUBANESWAR:  ତିନିରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟାରେ ରଥ ଖଳାଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିର୍ମାଣକାର୍ଯ୍ୟ ଆରମ୍ଭ କରିଥିଲେ ।

ରଥ ନିର୍ମାଣ ଅଗ୍ରଗତି: ତିନିରଥର ୨୫ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା । ଆଜି ତିନି ରଥର ଆଉ ଦୁଇଟି ଲେଖାଁଏ ଚକ ନିର୍ମାଣ ପାଇଁ ଯନ୍ତାଗାଡ଼ ଠାରେ ଭୋଇ ସେବକଙ୍କ ଦ୍ୱାରା ତୂମ୍ବରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ପରେ ତିନି ଚାଳିକୁ ଯୋଗାଇ ଥିଲେ,ତିନିରଥ ମହାରଣା ମାନେ ଅରସଂଯୋଗ ତୂମ୍ବରେ ପଇ ଥୋଇ ମାପ ଅନୁସାରେ ବଳକା ପଇ କାଟି ଅର ମୁହଁ ସାଲ କରିଛନ୍ତି ପଇ ସଂଯୋଗ ବାକି ଅଛି, ରଥ ଚାଳିରେ ଆବଶ୍ୟକତା ଠାରୁ ଅଧିକଚକ ନିର୍ମାଣ କରି  ରଖାଯିବା ସମ୍ଭବ ହେଉନାହିଁ, ନିର୍ମାଣ କାର୍ଯ୍ୟ ରେ ବାଧା ନଉପୁଜିବା ପାଇଁ ଆସନ୍ତାକାଲି ଭଉଁରୀ ତିଥିରେ ଚକ-ଅଖ ଡେରା ନୀତି ପରେ ନିର୍ମାଣ ସରିଥିବା ଚକ ଗୁଡିକୁ ରଥ ଚାଳିରୁ ନିର୍ଦିଷ୍ଟ ସ୍ଥାନକୁ ବିଧି ମତେ ଅଣାଯିବ ।

ଆଜି ତିନିରଥର ମୋଟ ୪୪ ଗୋଟି ଯୋକା ନିର୍ମାଣ ଶେଷ ହୋଇଛି।ଆଜି ତିନିରଥର ଗୋଟିଏ ଗୋଟିଏସିଂହାସନ ନିର୍ମାଣ ପାଇଁ ରଥ ଆମୀନ ଭୋଇ ସେବକଙ୍କ ମାଧ୍ୟମରେ ତିନି ରଥ ଚାଳିକୁ ୧୨ ଫୁଟିଆ ଅସନ କାଠ ଯୋଗାଇ ଥିଲେ, ତିନିରଥ ମହାରଣା ମାନେ ସିଂହାସନ ଚଉପଟ କାର୍ଯ୍ୟ ଶେଷ କରିଛନ୍ତି, (ଚଉପଟ ସରିଥିବା ସିଂହାସନରେ ତିନି ରଥ ମହାରଣା ମାନେ ତିନି ଥାକିଆ *ରାହା* କାଟିବେ, ରାହା କଟା ପରେ ସେଥିରେ ରୂପକାର ସେବକ ମାନେ ପୂର୍ଣ୍ଣ କୁମ୍ଭ,ହାତୀ  ମାଳ ଏବଂ ଡାଳି ଲତା ଖୋଦେଇ କରିବେ)

 ଆଜି ଦର୍ପଦଳନ ରଥର ପ୍ରଭା ଅପସରା ( ୨୦ ଫୁଟିଆ ଧଉରା କାଠ )ଚଉପଟ କାର୍ଯ୍ୟ ଶେଷ ହୋଇଛି ।ତିନିରଥର ରୂପକାର ସେବକ ମାନେ ଗୁଜ ଗୁଡିକରେ ରୂପ ଖୋଦେଇ ସହ ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି ।ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ପନ୍ଦାରି, ପନ୍ଦାରି ଚାବି ଏବଂ ବଳା ନିର୍ମାଣ ଜାରୀ ରଖିଛନ୍ତି ।ଦୋଳବେଦୀ ଠାରେ କରତି ସେବକ ମାନେ ତାଳଧ୍ଵଜ ରଥର ପୋଲ ଗୟଳ ପାଇଁ ୪୦ ଫୁଟିଆ  ଧଉରା କାଠର ଉଭୟ ପଟ ଚିତା କରିବା ଜାରୀ ରଖିଛନ୍ତି ,ଚିତା ଶେଷପରେ ଚିରଟ କାର୍ଯ୍ୟ ଆରମ୍ଭ କରିବେ ।

 ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମୋଟ ମହାରଣା-୭୮

ତିନିରଥର ଭୋଇ ସେବକ  -୭୩

ତିନିରଥର କରତି ସେବକ  –  ୪

ତିନିରଥର କମାର ସେବକ -୧୭

ପାହି ମହାରଣା                –  ୨

ତୁମ୍ବ ବିନ୍ଧ କାରୀଗର          –  ୧

ତିନିରଥର ରୂପକାର ସେବକ-୧୯

ରଥଖଳା ସହାୟକ(ପାଣିବାଲା)୧

                             ମୋଟ-୧୯୫

LEAVE A REPLY

Please enter your comment!
Please enter your name here