ରଥ ନିର୍ମାଣକାର୍ଯ୍ୟ ଷୋଡ଼ଶ ଦିବସ, ତିନିରଥର ଗୋଟିଏ ଗୋଟିଏ ଅଖ ର ଦୁଇ ମୁହଁ ର ଗୋଳେଇ କାର୍ଯ୍ୟ ଶେଷ ହୋଇଛି

0
351

By Our Correspondent

PURI/BHUBANESWAR: ରଥନିର୍ମାଣର ଷୋଡ଼ଶ ତମ ଆଜିର ଦିନରେ ତିନିରଥର ନିର୍ମାଣକାରୀ ସେବକ ବୃନ୍ଦ ସକାଳ ଘ.୮.୦୦ ଟା ମଧ୍ୟରେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଥିଲେ ।

  ରଥ ନିର୍ମାଣ ଅଗ୍ରଗତି

(ଗତକାଲି ତିନିରଥର ୫ଟି ଲେଖାଁଏ ମୋଟ ୧୫ଗୋଟି ଚକର ନିର୍ମାଣ ଶେଷ ହୋବା ସହ ତିନିରଥର ଗୋଟିଏ ଗୋଟିଏ ଅଖର ଅନୁକୂଳ ପୂଜା ହୋଇଥିଲା)  . ଆଜି ତିନିରଥର ଆଉ ଗୋଟିଏ ଗୋଟିଏ ଚକ ନିର୍ମାଣ ହୋଇ ମୋଟ ଆଜି ସୁଦ୍ଧା ୧୮ ଗୋଟି ଚକର  ନିର୍ମାଣ ଶେଷ ହୋଇଛି।

ଆଜି ତିନିରଥର ଗୋଟିଏ ଗୋଟିଏ ଅଖ ର ଦୁଇ ମୁହଁ ର ଗୋଳେଇ କାର୍ଯ୍ୟ ଶେଷ ହୋଇଛି।ତିନିରଥର ୭ମ ଏବଂ ୮ମ  ଚକ ନିର୍ମାଣ ପାଇଁ ତୁମ୍ବ ଅରରେ ପଇ ସଂଯୋଗ ହୋଇ ପଇ ପଇ ର ସଂଯୋଗ ସ୍ଥଳ କଳଶା କାର୍ଯ୍ୟ ଜାରୀ ରହିଛି। ,ତିନିରଥର ୯ମ ଚକ ର ସିଙ୍ଗଡ଼ା ବାଡ଼ିଆ ପୂର୍ବରୁ ତୂମ୍ବରେ ଅର  ସଂଯୋଗ କାର୍ଯ୍ୟ ଚାଲୁଅଛି।

 ତିନିରଥର ଜୋକା ନିର୍ମାଣ ପାଇଁ

ତିନିରଥ ଚାଳିକୁ ରଥ ଆମୀନ ପ୍ରଥମ ଦଫାରେ ୬ଟି ଲେଖାଁଏ ୧୨ ଫୁଟୁଆ ଧଉରା କାଠ ଯୋଗାଇ ଦେଇଥିଲେ ,ଆଜି ସେଗୁଡିକର ଚଉପଟ କାର୍ଯ୍ୟ ତିନିରଥ ମହାରଣା ମାନେ ଜାରୀ ରଖିଛନ୍ତି । ତିନିରଥର ରୂପକାର ସେବକ ମାନେ ଗୁଜରେ ରୂପ ଖୋଦେଇ ଜାରୀ ରଖିଛନ୍ତି । ଦୋଳବେଦୀ କମାର ଶାଳରେ କମାର ସେବକ ମାନେ ପନ୍ଦାରି ଏବଂ  ବଳା ନିର୍ମାଣ ଜାରୀ ରଖିଛନ୍ତି।

   ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମୋଟ ମହାରଣା-୭୭

ତିନିରଥର ଭୋଇ ସେବକ  -୬୬

ତିନିରଥର କରତି ସେବକ  –  ୪

ତିନିରଥର କମାର ସେବକ – ୧୭

ପାହି ମହାରଣା                –   ୨

ତୁମ୍ବ ବିନ୍ଧ କାରୀଗର         –    ୧

ତିନିରଥର ରୂପକାର ସେବକ-୧୯

ରଥଖଳା ସହାୟକ(ପାଣିବାଲା)୧

                          ମୋଟ-୧୮୭

LEAVE A REPLY

Please enter your comment!
Please enter your name here