ରଥ ନିର୍ମାଣ କାର୍ଯ୍ୟ ୩୨ ତମ ଦିବସ: ନନ୍ଦିଘୋଷ ରଥର ଦଣ୍ଡା ପ୍ରେମ ର ବିଭିନ୍ନ ଅଂଶ ଗୁଡିକର କଳଶା ଗାରିଆ ହୋଇ କାପ, କଳଶା, ବଳକା ଅଂଶ କଟା, ବିନ୍ଧ କାର୍ଯ୍ୟ  ସହ ନମ୍ବରିଂ ହୋଇଅଛି

0
355

By Our Correspondent

PURI/BHUBANESWAR: ଆଜି ତିନିରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟାରେ ଉପସ୍ଥିତ ହୋଇ ଉପସ୍ଥାନ ତିନି ରଥର ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣକାର୍ଯ୍ୟ ଆରମ୍ଭ କରିଥିଲେ ।  

ରଥ ନିର୍ମାଣ ଅଗ୍ରଗତି         

ଗତ କାଲି ତିନିରଥର ଦଣ୍ଡା ପ୍ରେମ  ନିର୍ମାଣ ଶେଷ ହୋଇଥିଲା,  ଆଜି ତିନିରଥର ଦଣ୍ଡା ପ୍ରେମ ର ବିଭିର୍ଣ୍ଣ ଅଂଶ ଗୁଡିକର ନମ୍ବରିଂ କରାଯାଇ କଳଶା ଗାରିଆ କାର୍ଯ୍ୟ ପରେ  ଦଣ୍ଡାରେ ସଂଯୋଗ ହୋଇଥିବା ବିଭିନ୍ନ ଅଂଶ ଗୁଡିକରେ ଲାଗିଥିବା ଗୁଜ, ଜଳଯନ୍ତ୍ର ଖୋଲାଯାଇ କୁଡୁକା ଇତ୍ୟାଦିରେ କାପ, କଳଶା, ବିନ୍ଧ କାର୍ଯ୍ୟ ଜାରୀରହିଛି ।                           

ତାଳଧ୍ୱଜ ରଥ

 ଦଣ୍ଡା ପ୍ରେମ ରେ କଳଶା କାର୍ଯ୍ୟ ସହ ତାଳଧ୍ୱଜ ରଥର ପୋଟଳ ଓରା,  ପୋଟଳ ପାରେଣି ରେ ବିନ୍ଧ କାର୍ଯ୍ୟ ଶେଷ ହୋଇ ଭୂଇଁ ଖମ୍ବିରେ ଶାଳ କାର୍ଯ୍ୟ ଶେଷ ହୋଇଛି। ଏଥିସହ  ଗୋଟିଏ ଢମକ ଏବଂ ଗୋଟିଏ ଚାର ପରିଛା ର ଚଉପଟ କାର୍ଯ୍ୟ ଜାରି ରହିଛି।                                    

 ଦର୍ପଦଳନ ରଥ                    

ଦର୍ପଦଳନ ରଥର ଦଣ୍ଡା ଫ୍ରେମ ର  ନମ୍ବରିଂ ପରେ କଳଶା ଗାରିଆ କାର୍ଯ୍ୟ ହୋଇ ବିଭିନ୍ନ ଅଂଶ ରେ କାପ, କଳଶା କାର୍ଯ୍ୟ ଜାରୀରହିଛି । ଏଥିସହ ଦର୍ପଦଳନ ରଥର ପୋଟଳ ଓରା, ପୋଟଳ ପାରେଣି ରେ ବିନ୍ଧ କାର୍ଯ୍ୟ ଶେଷ ହେବା ସହ ପ୍ରଥମ ଏବଂ ଦ୍ୱିତୀୟ ଭୂଇଁ ଖମ୍ବୀ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଦେବୀ ରଥର ତିନି ଗୋଟି ଢମକ ଏବଂ ଏକଗୋଟି ଚାର ପରିଛା ର ଚଉପଟ କାର୍ଯ୍ୟ ଚାଲୁଅଛି ।                   

 ନନ୍ଦିଘୋଷ ରଥ                 

ନନ୍ଦିଘୋଷ ରଥର ଦଣ୍ଡା ପ୍ରେମ ର ବିଭିନ୍ନ ଅଂଶ ଗୁଡିକର କଳଶା ଗାରିଆ ହୋଇ କାପ, କଳଶା, ବଳକା ଅଂଶ କଟା, ବିନ୍ଧ କାର୍ଯ୍ୟ  ସହ ନମ୍ବରିଂ ହୋଇଅଛି, କାର୍ଯ୍ୟ ଶେଷ ପରେ ଦଣ୍ଡା ପ୍ରେମ ରେ  ସମସ୍ତ ଅଂଶ ଖୋଲାଯାଇ ସାଇତା ଯିବ । ଅଖକୁ ଦଣ୍ଡା ଉଠିଲା ପରେ ଦଣ୍ଡାପ୍ରେମ ପୁନଃ ଖଞ୍ଜାଯିବ । ଏଥି ସହ ନନ୍ଦିଘୋଷ ରଥର ଦୁଇଟି ବଡ଼ ପୋଲ ଗୟଳ ର ହଣା କାର୍ଯ୍ୟ ପରେ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏକଗୋଟି ଚାର ପରିଛା, ଏକଗୋଟି ଢମକ ର ଚଉପଟ କାର୍ଯ୍ୟ ଜାରି ରହିଛି। ନନ୍ଦିଘୋଷ ରଥର ପୋଟଳ ଓରା ପୋଟଲବଖାମ୍ବୀ

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମୋଟ ମହାରଣା-୭୭

ତିନୁରଥର ଭୋଇ ସେବକ  -୭୭

ତିନିରଥର କରତି ସେବକ  –  ୪

ତିନିରଥର କମାର ସେବକ -୧୭

ପାହି ମଗାରଣା                –  ୨

ତୁମ୍ବ ବିନ୍ଧ କାରିଗର           –  ୧

ତିନିରଥର ରୂପକାର ସେବକ-୧୯

ରଥଖଳା ସହାୟକ(ପାଣିବାଲା)୧

ମୋଟ-୧୯୮

LEAVE A REPLY

Please enter your comment!
Please enter your name here