ରଥ ନିର୍ମାଣ କାର୍ଯ୍ୟ ସପ୍ତଦଶ ତମ ଦିବସ, ତିନିରଥର ୨୫ ଗୋଟି ଚକ ନିର୍ମାଣ ଶେଷ

0
354
ବୁଧବାରସୁଦ୍ଧା ତିନିରଥର ୨୫ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ତାଳଧ୍ୱଜ ରଥ ଏବଂ ଦର୍ପଦଳନ ରଥ ର ଆଜି ସୁଦ୍ଧା ୮ ଗୋଟି ଲେଖାଁଏ ଚକ ନିର୍ମାଣ ସରିଥିବା ବେଳେ ନନ୍ଦିଘୋଷ ରଥର ଆଜିସୁଧା ୯ଗୋଟି ଚକ ନିର୍ମାଣ ଶେଷ ହୋଇଛି ଏହିପରି ମୋଟ ଆଜିସୁଧା ତିନି ରଥର ୨୫ ଗୋଟି ଚକ ନିର୍ମାଣ ଶେଷ ହୋଇଛି

By Our Correspondent

PURI/BHUBANESWAR:  ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟା ମଧ୍ୟରେରଥଖଳା ଠାରେ ଉପସ୍ଥିତ ପୂର୍ବକ ନିର୍ମାଣକାର୍ଯ୍ୟ ଆରମ୍ଭ କରିଥିଲେ ।

ରଥ ନିର୍ମାଣ ଅଗ୍ରଗତି

ଆଜି ସୁଦ୍ଧା ତିନିରଥର ୨୫ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ତାଳଧ୍ୱଜ ରଥ ଏବଂ ଦର୍ପଦଳନ ରଥ ର ଆଜି ସୁଦ୍ଧା ୮ ଗୋଟି ଲେଖାଁଏ ଚକ ନିର୍ମାଣ ସରିଥିବା ବେଳେ ନନ୍ଦିଘୋଷ ରଥର ଆଜିସୁଧା ୯ଗୋଟି ଚକ ନିର୍ମାଣ ଶେଷ ହୋଇଛି ଏହିପରି ମୋଟ ଆଜିସୁଧା ତିନି ରଥର ୨୫ ଗୋଟି ଚକ ନିର୍ମାଣ ଶେଷ ହୋଇଛି ।

 ତିନିରଥର ଯୋକା ନିର୍ମାଣ

 ତିନିରଥର ଯୋକା ନିର୍ମାଣ ପାଇଁ ଆଜି ସୁଦ୍ଧା ତିନିରଥ ଚାଳିକୁ ଆବଶ୍ୟକ ୧୨ ଫୁଟିଆ ଧଉରା କାଠ ରଥ ଆମୀନ ତିନିରଥ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇ ଦେଇଥିଲେ, ତାଳଧ୍ୱଜ ରଥର ୧୬ ଟି ଯୋକାରୁ ୮ ଟି ଯୋକା ନିର୍ମାଣ ଶେଷ ହୋଇଛି, ଦର୍ପଦଳନ ରଥର  ୧୨ ଟି ଯୋକାରୁ ୭ଟି ଏବଂ ନନ୍ଦିଘୋଷ ରଥର ୧୬ ଟି ଯୋକାରୁ ୫ଟିର ନିର୍ମାଣ ଶେଷ ହୋଇଛି। (ଏହି ଯୋକା ରଥର ତଳ ଏବଂ ଉପର ପାର୍ଶ୍ୱ କୁ ମଜବୁତ କରି ବାନ୍ଧି ରଖିବା ପାଇଁ ପ୍ରତି କୋଣ ଗୁଜ ମାନଙ୍କରେ ଫିଟିଙ୍ଗ ହୋଇ ଉପର ପାର୍ଶ୍ୱ ପର୍ଯ୍ୟନ୍ତ  ଲମ୍ବିଥାଏ ଏହା  ଦ୍ବାରା ରଥ ଉପର ଠେକେରା ବାଡ଼ ବୁଲିବାରେ ସହାୟତା କରିଥାଏ )

ପୋଲ ଗୟଳ ଚିରଟ ଆରମ୍ଭ

 ଆଜି ତାଜଧ୍ଵଜ ରଥର ଦୁଇଟି ପୋଲ ଗୟଳ ନିର୍ମାଣ ପାଇଁ ତାଳଧ୍ୱଜ ରଥ ମୁଖ୍ୟ ମହାରଣ ଙ୍କ ନିର୍ଦେଶରେ ରଥ ଆମୀନ ଭୋଇ ସେବକଙ୍କ ସହାୟତାରେ ଦୋଳ ବେଦୀ ଠାରେ କରତି ସେବକଙ୍କୁ ୪୦ଫୁଟର ଧଉରା କାଠ ଯୋଗାଇ  ଥିଲେ, କରତି ସେବକ ରଞ୍ଜିତ ମହାରଣା ଙ୍କ ତତ୍ୱାବଧାନରେ ଗୟଳ କାଠକୁ ଚିରଟ ପୂର୍ବରୁ  ଚିତା କାର୍ଯ୍ୟ କରୁଛନ୍ତି ଚିରଟ ପରେ ତାଳଧ୍ୱଜ ରଥ ମହାରଣା ମାନେ ୯/୫ ସାଇଜର ଚଉପଟ କରି ପୋଲ ଗୟଳ  ନିର୍ମାଣ କରିବେ ।

   ରୂପକାର ସେବକ

 ତିନିରଥର ରୂପକାର ସେବକ ମାନେ ଗୁଜରେ ରୂପ ଖୋଦେଇ  ଜାରୀ ରଖିବା ସହ ଶେଷ ହୋଇ ଥିବା ରୂପ ଗୁଡିକର ପଲିସ କାର୍ଯ୍ୟ କରୁଛନ୍ତି ।

  କମାର ଶାଳ

ଦୋଳବେଦୀ କମାର ଶାଳରେ ତିନିରଥର ଓଝା ବା କମାର ସେବକ ମାନେ  ତୁମ୍ବ ରେ ବସିବା ପାଇଁ ପନ୍ଦାରି ଏବଂ ବଳା ନିର୍ମାଣସହ ତୁମ୍ବରୁ ପନ୍ଦାରି ଖସି ନଯିବା ପାଇଁ ପନ୍ଦାରି ଚାବି ନିର୍ମାଣ କରୁଛନ୍ତି।

ରଥନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମୋଟ ମହାରଣା-୭୮

ତିନିରଥର ଭୋଇ ସେବକ  -୬୫

ତିନିରଥର କରତି ସେବକ  –   ୪

ତିନିରଥର କମାର ସେବକ -୧୭

ପାହି ମହାରଣା              –   ୨

ତୁମ୍ବ ବିନ୍ଧ କାରୀଗର         –  ୧

ତିନିରଥର ରୂପକାର ସେବକ-୧୯

ରଥଖଳା ସହାୟକ(ପାଣିବାଲା)୧

                           ମୋଟ-୧୮୭

LEAVE A REPLY

Please enter your comment!
Please enter your name here