ରଥଖଳାରେ ରଥନିର୍ମାଣକାର୍ଯ୍ୟ  ତ୍ରୟୋଦଶ ଦିବସ ,  କୁଡୁକା ର ଚଉପଟ କାର୍ଯ୍ୟ ଶେଷ ହୋଇଅଛି

0
360

By Our Correspondent

PURI/BHUBANESWAR:   ଆଜି ରଥ ନିର୍ମାଣର ତ୍ରୟୋଦଶ ଦିବସରେ ତିନିରଥର ନିର୍ମାଣକାରୀ ସେବକମାନେ ସକାଳ ଘ.୮.୦୦ ଟାରେ ରଥଖଳା ଠାରେ ଉପସ୍ଥିତ ହୋଇ ନିଜ ନିଜର ଉପସ୍ଥାନ ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

  ରଥ ନିର୍ମାଣ ଅଗ୍ରଗତି

(ଆଜି ସକାକ ଘ.୮. ୩୦ ରେ ତିନି ରଥର ମୁଖ୍ୟ ମହାରଣା ମାନେ *ପଇ ବିନ୍ଧ* ଅନୁକୂଳ ପୂଜା ଶେଷ କରିବା ପରେ  ତିନିରଥର ମହାରଣା ମାନେ ନାହାକା ଚକ ପାଇଁ ପାଇ ବିନ୍ଧ  ସମ୍ପନ୍ନ ପୂର୍ବକ  ତିନି ରଥର ତିନିଟି ଲେଖାଁଏ  ଚକ ପାଇଁ ପଇ ପିନ୍ଧା କାର୍ଯ୍ୟ ଶେଷ କରିଛନ୍ତି, ଏତତ୍ ବ୍ୟତୀତ ତିନିରଥ ପାଇଁ ଆବଶ୍ୟକ

କୁଡୁକା ଚଉପଟ କାର୍ଯ୍ୟ ଶେଷ ହୋଇଅଛି

 ତାଳଧ୍ୱଜ ରଥ ଚାଲି

 ତାଳଧ୍ୱଜ ରଥର ମହାରଣା ମାନେ ଦୁଇଟି ନାହାକା ଚକ ସହ ଗୋଟିଏ ପଡିନାହାକା ଚକରେ ପଇପିନ୍ଧା କାର୍ଯ୍ୟ ଶେଷ କରି ସେଥିରେ ପନ୍ଦାରି ଏବଂ ବଳା ଫିଟିଙ୍ଗ ଶେଷ କରିଛନ୍ତି। ଏଥି ସହ ଆଉ ଦୁଇ ଚକ ପାଇଁ ପଇ ରେ ବିନ୍ଧ କାର୍ଯ୍ୟ ଜାରୀ ରଖିଛନ୍ତି ।   ଏତତ୍ ବ୍ୟତୀତ ତାଳଧ୍ୱଜ ରଥର ଆବଶ୍ୟକ ୧୨ ଗୋଟି କୁଦୁକା ଚଉପଟ କାଯ୍ୟ ଶେଷ କରିଛନ୍ତି।(ଏହି କୁଡୁକା ରଥର ଦଣ୍ଡା ଗୁଡିକୁ ବାନ୍ଧି ରଖିବା ପାଇଁ ଦଣ୍ଡା ଦଣ୍ଡା ମଧ୍ୟରେ ସଂଯୋଗ କରାଯାଏ)

ଦର୍ପଦଳନ ରଥ ଚାଳି

  ଆଜି ଦର୍ପଦଳନ ରଥର ଦୁଇଟି ନାହାକା ଚକର ପଇପିନ୍ଧା କାର୍ଯ୍ୟ ଶେଷ ହେବା ସହ ଆଉ ଦୁଇଟି ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଯନ୍ତା ଗାଡ଼ ଠାରେ ଭୋଇ ସେବକଙ୍କ ଦ୍ଵାରା ସମ୍ପନ୍ନ ହୋଇଅଛି , ଏଥିସହ ଆଉ ଦୁଇ ଚକ ପାଇଁ ଆଠଟି ପଇ ରେ ବିନ୍ଧ କାର୍ଯ୍ୟ ଜାରୀ ରହିଛି । ଏତତ୍ ବ୍ୟତୀତ ପଇ ପିନ୍ଧା ସରିଥିବା ନାହାକା ଚକ ତୂମ୍ବରେ ପନ୍ଦାରି ଏବଂ ବକା ଫିଟିଙ୍ଗ ଶେଷ ହୋଇଅଛି ।ଏଥୁସହ ଦେବୀ ରଥ ପାଇଁ ଆବଶ୍ୟକ ଆଠଟି କୁଡୁକା ଚଉପଟ କାର୍ଯ୍ୟ ଶେଷ ହୋଇଅଛି।

 ନନ୍ଦିଘୋଷ ଚାଳି

   ଆଜି ନନ୍ଦିଘୋଷ ରଥର ନାହାକା ଚାରି ଚକରେ ପଇ ପିନ୍ଧା କାର୍ଯ୍ୟ ଶେଷ ହୋଇଅଛି, ଏଥିସହ ପଞ୍ଚମ ଚକ ର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଯନ୍ତା ଗାଡ଼ ଠାରେ ଭୋଇ ସେବକଙ୍କ ଦ୍ୱାରା ଶେଷ ହୋଇଅଛି, ନାହାକା ଚକରେ ପନ୍ଦାରି ଏବଂ ବଳା ସଂଯୋଗ ଶେଷ ହୋଇଅଛି । ଏଥି ସହ ନନ୍ଦିଘୋଷ ରଥ ପାଇଁ ଆବଶ୍ୟକ ୧୨ ଗୋଟି କୁଡୁକା ଅଉପଟ କାର୍ଯ୍ୟ ଶେଷ ହୋଇଅଛି । (ଦଣ୍ଡା କୁ ଦଣ୍ଡା ସଂଯୋଗ ଏହି କୁଡୁକା ଦ୍ୱାରା କରା ଯାଇଥାଏ ଫଳରେ ଦଣ୍ଡା ନହଲି ମଜବୁତ ହୋଇଥାଏ, ଏହା ରଥର ଫ୍ରେମ ହେତୁ ରଥର ସମସ୍ତ ଭାର ବହନ କରେ)

  ତିନିରଥର କରତି ସେବକ

  ତିନିରଥର କରତି ସେବକ ମାନେ ତିନିରଥର ୪୨  ଟୁମ୍ବରୁ ୩୬ ଗୋଟି ତୁମ୍ବର ବଳକା ଅଂଶ ର ଘେର କଟା କାର୍ଯ୍ୟ ଆଜ ସୁଦ୍ଧା ଶେଷ କରି ଛନ୍ତି ।

 ଅସ୍ଥାସୀ କମାର ଶାଳ

 ଦୋଳବେଦୀ ସ୍ଥ ଅସ୍ଥାୟୀ କମାର ଶାଳରେ ତିନିରଥର କମାର ସେବକ ମାନେ ତିନିରଥ ପାଇଁ ଯଥା ଦେବୀ ରଥ ର ନାହାକା ଚକ ପାଇଁ ଚାରି ଚକର ପନ୍ଦାରି ଏବଂ ବଳା , ତାଳଧ୍ୱଜ ରଥ ର ଦୁଇ ନାହାକା ଚକ ପାଇଁ ପନ୍ଦାରି ସହ ବଳା ଏବଂ ନନ୍ଦିଘୋଷ ରଥର ଚାରି ନାହାକା ଚକର ପନ୍ଦାରି ସହ ବଳା ତିନି ରଥର ମହାରଣା ମାନଙ୍କୁ ଯୋଗାଇ ତିନିରଥର ପଡ଼ି ନାହାକା ଚକ ପାଇଁ ପନ୍ଦାରି ଏବଂ ବଳା ନିର୍ମାଣ ଜାରୀ ରଖିଛନ୍ତି।

ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମୋଟ ମହାରଣା-୭୫.

ତିନିରଥର ଭୋଇ ସେବକ  -୬୦.

ତିନିରଥର କରତି ସେବକ –   ୪.

ତିନିରଥର କମାର ସେବକ – ୧୬.

ପାହି ମହାରଣା                –   ୧.

ତୁମ୍ବ ବିନ୍ଧ କାରୀଗର          –   ୧.

ତିନିରଥ ରୂପକାର ସେବକ – ୧୯.

ରଥଖଳା ସହାୟକ(ପାଣିବାଲା)୧.

                           ମୋଟ୧୭୭

LEAVE A REPLY

Please enter your comment!
Please enter your name here