By Our Correspondent
PURI: ଆଜି ରଥ ନିର୍ମାଣର ୪୫ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ହୋଇ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।)
ଗତକାଲି ସୁଦ୍ଧା ତିନିରଥ ର ଦ୍ୱିତୀୟ ଭୂଇଁ ତିନିରଥ ରେ ସଂଯୋଗ ହେବାସହ, ରଥ ଚାଳି ରେ ତୃତୀୟ ଭୂଇଁ ନିର୍ମାଣ ଶେଷ ହୋଇ ତାର ବିଭିନ୍ନ ଅଂଶ ଗୁଡିକର ନମ୍ବରିଙ୍ଗ ପରେ ତୃତୀୟ ଭୂଇଁ ଖୋଲା ଯାଇ ତିନି ରଥ ନିକଟରେ ସାଇତା ଯାଇଥିଲା.
ଆଜି ତିନି ରଥରେ ଅଗ ଭୂଇଁ ବା ତୃତୀୟ ଭୂଇଁ ସ୍ଥାପନ ସହ ସ୍ଥାପିତ ହେଲା ତିନିରଥ ର ବଡଥଳ ପୋଟଳ. ଆଜି ପୂର୍ବାହ୍ନରେ ତିନିରଥ ର ମୁଖ୍ୟ ମହାରଣା ଙ୍କ ଉପସ୍ଥିତିରେ ସହଯୋଗୀ ମହାରଣା ଏବଂ ଭୋଇ ସେବକ ମାନେ ମିଶି ତିନି ରଥର ତୃତୀୟ ଭୂଇଁ ବା ଅଗ ଭୂଇଁ ଉଠି ମଝି ଭୂଇଁ ଉପରେ ସଂଯୋଗ ହେବାସହ ଆଜି ତିନିରଥ ର ଏକ ନମ୍ୱର *(ବଡଥଳ/ବଡ ଧରା)* ପୋଟଳ
ତୃତୀୟ ଭୂଇଁ ଉପରେ ସ୍ଥାପନ କରାଯାଇଛି।
ତିନିରଥ ରେ ଏକ ନମ୍ୱର ପୋଟଳ ସଂଯୋଗ ହେବାପରେ ବାକି ପୋଟଳ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରୀ ରହିଛି।
(ତିନି ରଥର ଏହି ପୋଟଳ ୧୩ ପରସ୍ତ ବିଶିଷ୍ଟ, ଏହା ରଥର ଶେଷ ଭୂଇଁ ଉପରୁ ନିର୍ମାଣ ହୋଇଥାଏ, ଏହାର ଗଠନ ଶୈଳୀ ଶ୍ରୀମନ୍ଦିର ଶ୍ରୀଶ ଭାଗ ଅଂଶ ପରି ଦୃଶ୍ୟମାନ ହୋଇଥାଏ)
ଏଥିସହ ଆଜି ତିନିରଥ ପଛ ଆଣି ଢ଼ମକ ଚାରି ନାହାକା କୁ ଲାଗି କଣ୍ଟା ବାଡିଆ ଶେଷ ହୋଇଛି। ଏଥିସହ ଆଜି ତିନିରଥ ର ଦୁଇଟି ଲେଖାଏଁ ଆଗ ଆଣି (ସମ୍ମୁଖ ଭାଗ) ଚାର ପରିଛା ସଂଯୋଗ ହେବା ସହ କଣ୍ଟା ପଡ଼ିବା ଶେଷ ହୋଇଛି।
ଏଥିସହ ଆଜି ତିନିରଥ ର ସମ୍ମୁଖ ଭାଗ ଉଭୟ ପାର୍ଶ୍ଵରେ ଗୋଟିଏ ଗୋଟିଏ କତରା ସଂଯୋଗ ଶେଷ ହୋଇଛି। ଏଥିସହ ଆଜି ତିନି ରଥର ଚାରି ନାହକା କୁ ମଜବୁତ୍ କରିବା ପାଇଁ ଚାରି ନାହାକା ର ଉଭୟ ପାର୍ଶ୍ଵରେ ମୂଳ କଇଞ୍ଚି ବାଡିଆ ଯିବ ସେଥିପାଇଁ ପାଇଁ ତିନିରଥ ର ମହାରଣା ସେବକ ମାନେ ୨୦ ଫୁଟିଆ କାଠ ପାଳି କୁ ଚଉପଟ ସହ ସେଥିରେ ମାପ ପ୍ରକାରେ କାପ କାର୍ଯ୍ୟ ଶେଷ କରିଛନ୍ତି, ଆସନ୍ତା କାଲି ରଥରେ କଇଞ୍ଚି କୁ କ୍ରସ୍ କରି ବାଡ଼ିଆଜିବ।
ଏଥିସହ ଆଜି ତିନି ରଥର ଉପର ଭାଗ ଚାରି ପାର୍ଶ୍ବରେ ତାଗ ବା ବଟନ୍ ଗାଡ଼ିଆ ଆରମ୍ଭ ହୋଇଛି। ତାଗ ବାଡିଆ ପରେ ରଥର ଚାରି ପାର୍ଶ୍ବରେ ପଟା ବାଡିଆ ଆରମ୍ଭ ହେବ । ଏଥିସହ ତିନି ରଥର ସମ୍ମୁଖ ଭାଗ ଚକ ଗୁଡ଼ିକର ସୁରକ୍ଷା ପାଇଁ ଉଭୟ ପାର୍ଶ୍ବ ପଇ, ପଇ ସଂଯୋଗ ସ୍ଥାନରେ ଲୁହା ପ୍ଲେଟ ମାନ ନଟ ବୋଇଲ୍ଟ ଦେଇ ମହାରଣା ସେବକ ମାନେ ଫିଟିଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।
ରୂପକାର ସେବକ ମାନେ ତିନିରଥ ଦୁଆର ବେଢ଼ାରେ ଲାଗିବା ପାଇଁ ତିନିରଥ ସମ୍ମୁଖ ଭାଗ ର ଚାରିଟି ଲେଖାଏଁ ନାଟ ଗୋଡ଼ରେ ରାହୁରୁପ ଖୋଦେଇ ଶେଷ କରିଚନ୍ତି, ବାକି ନାଟ ଗୋଡ଼ ଗୁଡ଼ିକର ରୂପ ଖୋଦେଇ ଶେଷ ପର୍ଯ୍ୟାୟରେ ପହଁଚିଛି।
ଚିତ୍ରକାର ସେବକ ମାନେ ତିନି ରଥର ଚକ ତଥା ବାହ୍ୟ ଅଂଶ ଗୁଡ଼ିକରେ ଧଳା ପ୍ରାଇମର ଦେବାସକ ରଙ୍ଗ କାର୍ଯ୍ୟ ସହ ରଥ ପାର୍ଶ୍ଵ ଦେବ ଦେବୀ, ନର୍ତ୍ତକୀ, ଶିଖର ଡମ୍ବରୁ, ଓଲଟ ଶୁଆ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।
ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନିରଥ ର କଇଞ୍ଚି କଣ୍ଟା ନିର୍ମାଣ ସହ ପୋଟଳ ପାଇଁ ଗୋଡ଼ି ଛାଲ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି। ଦୋଳବେଦୀ ଠାରେ ପାହି ମହାରଣା ମାନେ ରଥ ଯାତ୍ରା ନିମନ୍ତେ ସେବା ପୂଜା ପାଇଁ କାଠ ବାଉଁଶ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି। ଦରଜୀ ସେବକ ମାନେ ତିନିରଥ ର କନା କଟିଙ୍ଗ ପରେ ବତା କନାରେ ଲେସ ପକା କାର୍ଯ୍ୟ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ – ୭୮
ତିନିରଥ ର ଭୋଇ ସେବକ – ୭୬
ତିନିରଥ ର କରତୀ ସେବକ – ୪
ତିନିରଥ ଓଝା କମାର ସେବକ – ୨୦
ତିନିରଥ ର ରୂପକାର ସେବକ – ୨୧
ତିନିରଥ ର ବିନ୍ଧ କାରୀଗର – ୨
ପାହି ମହାରଣା – ୨
ରଥଖଳା ସହାୟକ(ପାଣି ବାଲା) – ୧
ମୋଟ – ୨୦୪ ଜଣ




























