By Our Correspondent
PURI:ଆଜି ରଥ ନିର୍ମାଣର ୪୦ ତମ ଦିନ ରେ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ହୋଇ ଉପସ୍ଥାନ ଦେବାପରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ଗତକାଲି ସୁଦ୍ଧା ତିନିରଥ ର ମୋଟ ୩୨ ଗୋଟି ଗୟଳ ମୋଡା କାର୍ଯ୍ୟ ସମ୍ପନ୍ନ ହୋଇ, ତିନିରଥ ର ଯୋକା ଫିଟିଙ୍ଗ ପାଇଁ ଯୋକା ଗୁଡ଼ିକୁ ତିନି ରଥ ଭୋଇ ସେବକ ମାନେ ତିନିରଥ ରେ ଡେରା କାର୍ଯ୍ୟ ଶେଷ କରିଥିଲ.
ଆଜି ତିନି ରଥର ଯୋକା ଫିଟିଙ୍ଗ ପାଇଁ, ଗତକାଲି ଭୋଇ ସେବକ ମାନେ ମୋଟ ୪୪ ଗୋଟି ଯୋକା କୁ ତିନି ରଥରେ ଡେରି ଥିଲେ,ଆଜି ତିନି ରଥର ମହାରଣା ସେବକ ମାନେ ଯୋକା ଗୁଡ଼ିକରେ କାପ ଖୋଦେଇ ଶେଷ କରି ତାଳଧ୍ଵଜ ରଥର ୧୬ ଟି, ଦର୍ପଦଳନ ରଥ ର ୧୨ ଟି ଏବଂ ନନ୍ଦିଘୋଷ ରଥରେ ୧୬ ଗୋଟି ଯୋକା ଫିଟିଙ୍ଗ କରାଯିବା ପରେ ଓଝା ସେବକଙ୍କ ଦ୍ଵାରା କଣ୍ଟା ବସିବା ଶେଷ ହୋଇଛି।
ଏହି ଯୋକା ଗୁଡ଼ିକ ରଥର ଚତୁରର୍ପାର୍ଶ୍ଵ କୋଣ ମାନଙ୍କରେ ଫିଟିଙ୍ଗ ହୋଇଅଛି । ଏହି ଯୋକା ରଥର ଅଖ, କୁଡୁକା,ନିରାଡି ଏବଂ ଗୟଳ କୁ ବାନ୍ଧି ରଖିବା ପାଇଁ ଯୋକା ଗୁଡ଼ିକରେ ମାପ ପ୍ରକାରେ କାପ ଖୋଦେଇ ପରେ କଣ୍ଟା ବିନ୍ଧ କରାଯାଇ ବିନ୍ଧରେ କଣ୍ଟା ବାଡ଼ିଆଯାଇ ସେଟିଂ କରା ଯାଇଛି.
ଆଜି ତିନିରଥ ର ମୁଖ୍ୟ ମହାରଣା ଙ୍କ ତତ୍ତ୍ଵାବଧାନରେ ତିନି ରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହଯୋଗରେ ତିନି ରଥର ପ୍ରଥମ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇଛି । ଏଥିସହ ଭୂଇଁ ଫ୍ରେମ ର ବିଭିନ୍ନ ଅଂଶ ଗୁଡିକର ନମ୍ବରିଂ କାର୍ଯ୍ୟ ଶେଷ ହୋଇଛି।
ଏହି ପ୍ରଥମ ଭୂଇଁ ପ୍ରେଂମ ୬ ଗୋଟି ଓରା ୪ ଗୋଟି ଖମ୍ୱୀ ସଂଯୋଗ ହୋଇ ଚାରି ପାର୍ଶ୍ବରେ ୨୪ ଗୋଟି ପାଖୁଡା ଏବଂ ୧୬ ଗୋଟି ଛିଆଣ ଲାଗି, ପାଖୁଡ଼ା କୁ ଧରି ରଖିବା ପାଇଁ ୨୪ ଟି ଭୂଇଁ ଖମ୍ୱୀ ଚାରି ପାର୍ଶ୍ବରେ ସଂଯୋଗ ହୋଇଛି.
ରୂପକାର ସେବକ ମାନେ ତିନିରଥ ର ଦ୍ଵାରା ପାଇଁ ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ବା ରାହୁ ରୂପ ଖୋଦେଇ ଜାରୀ ରଖିଛନ୍ତି।
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଭୂଇଁ କଣ୍ଟା ଏବଂ ପୋଟଳ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ – ୭୮
ତିନିରଥ ର ଭୋଇ ସେବକ – ୭୭
ତିନିରଥ ର କରତୀ ସେବକ – ୪
ତିନିରଥ ଓଝା ସେବକ – ୨୦
ତିନିରଥ ର ରୂପକାର ସେବକ – ୨୧
ତୁମ୍ବ ବିନ୍ଧ କାରୀଗର – ୨
ପାହି ମହାରଣା – ୩
ରଥଖଳା ସହାୟକ(ପାଣି ବାଲା) – ୧
ମୋଟ – ୨୦୬ ଜଣ




























