ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୨୫ ତମ ଦିବସ: ରଥର ୨୧ ଗୋଟି ଅଖର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

0
501

By Our Correspondent

PURI/ BHUBANESWAR:  ତିନି ରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ରେ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

(ଗତକାଲି ସୁଦ୍ଧା ତିନି ରଥର ୩୪ ଗୋଟି ଚକ ନିର୍ମାଣ ଶେଷ ହୋଇ ଦଣ୍ଡା ନିର୍ମାଣ ପାଇଁ ରଥ ଖଳାରେ ତିନି ରଥର ପାଞ୍ଚ ଦଣ୍ଡା କାଠ ପଡ଼ିବା ସହ ତିନି ରଥର ବିଭିନ୍ନ ଅଂଶ ର ନିର୍ମାଣ କାର୍ଯ୍ୟ ଜାରୀ ରହିଥିଲା)

ତିନି ରଥର ପାଞ୍ଚ ଦଣ୍ଡା ଚଉପଟ ପାଇଁ ସାଇତା କାର୍ଯ୍ୟ ଶେଷ.ଆଜି ଅପରାହ୍ନରେ  ତିନି ରଥ ଖଳାରେ,ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ଭୋଇ ସେବକ ମାନେ ୪୦ଫୁଟିଆ ଦଣ୍ଡା କାଠ ଗୁଡ଼ିକୁ  ତିନି ରଥ ଖଳା ଠାରେ ସାଇତା କାର୍ଯ୍ୟ ଶେଷ କରିଛନ୍ତି,  ଏହି ଦଣ୍ଡା ସାଇତା କାର୍ଯ୍ୟ ତିନି  ମୁଖ୍ୟ ମହାରଣା ତଦାରଖ କ୍ରମେ ସମ୍ପନ୍ନ ହୋଇଅଛି ।

ଆଜି ସୁଦ୍ଧା ତିନି ରଥର ୨୧ ଗୋଟି ଅଖର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ।ତିନି ରଥର ମୋଟ ୪୨ ଗୋଟି ଯୋକା ର ନିର୍ମାଣ କାର୍ଯ୍ୟ ଶେଷ।ତିନିରଥ  ନିର୍ମାଣ ଶେଷ ହୋଇଥିବା ୧୮ ଫୁଟିଆ ଚାରି ଗୋଟି ଲେଖାଏଁ ଓରା ର କାପ ବିନ୍ଧ ଶେଷ।ତିନି ରଥର ନିର୍ମାଣ ଶେଷ ହୋଇଥିବା ୮ଟି ଲେଖାଏଁ ଖମ୍ୱୀ ର ସାଲ କାର୍ଯ୍ୟ ଶେଷ।

ରୂପକାର– ତିନି ରଥର ରୂପକାର ସେବକ ମାନେ କୋଣ ଗୁଜ ଗୁଡିକରେ ସିଂହ ବିରଳ ରୂପ ଖୋଦେଇ ଜାରୀ ରଖିବା ସହ ରୂପ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ କାର୍ଯ୍ୟ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ ଜାରୀ ରଖିଛନ୍ତି ।

କରତୀ ସେବକ–ରଥ ଖଳା ପାର୍ଶ୍ୱରେ ନିର୍ମିତ ଏକ ସ୍ଵତ୍ତନ୍ତ୍ର ଚାଳି ରେ କରତୀ ସେବକ ମାନେ ତାଳଧ୍ଵଜ ରଥର ‘ପୋଲ ଗୟଳ’ ଚଉପଟ ପାଇଁ  ଚିରଟ କାର୍ଯ୍ୟ ଆରମ୍ଭ ।  ଚିରଟ ପୂର୍ବରୁ ଉକ୍ତ ୪୦ ଫୁଟିଆ ପୋଲ ଗୟଳ କାଠର ଉଭୟ ପାର୍ଶ୍ଵ କୁ ବାରିସିରେ ହାଣି ସମତଳ କାର୍ଯ୍ୟ ଶେଷ କଲାପରେ ଆଜି ଚିର କାର୍ଯ୍ୟ କରତୀ ସେବକ ମାନେ ଆରମ୍ଭ କରିଛନ୍ତି।

କମାର ଶାଳ-ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଘଡି ମୁହଁ ଦଣ୍ଡା କଣ୍ଟା, ଦଣ୍ଡା ବିଡିଆ କଣ୍ଟା, ଅଗ ପାତେଳି କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥ ମହାରଣା ସେବକ – ୭୮

ତିନି ରଥ ଭୋଇ ସେବକ     – ୭୭

ତିନି ରଥ କରତୀ ସେବକ    –   ୪

ତିନି ରଥ କମାର ସେବକ    – ୧୭

ତିନି ରଥ ରୂପକାର ସେବକ – ୨୧

ତୁମ୍ବ ବିନ୍ଧ କାରୀଗର          –   ୨

ପାହି ମହାରଣା                –   ୨

ରଥଖଳା ସହାୟକ(ପାଣିବାଲା) ୧

ମୋଟ – ୨୦୨ ଜଣ

 

LEAVE A REPLY

Please enter your comment!
Please enter your name here