“ମେରୀ ମାଟି- ମେରା ଦେଶ” କାର୍ଯ୍ୟକ୍ରମକୁ ସୁନ୍ଦରଗଡ ଜିଲ୍ଲାରେ ପ୍ରତ୍ୟେକ ପଂଚାୟତ ସ୍ତରରେ ବ୍ୟାପକ ଭାବେ ପାଳନ ଓ ସଫଳ କରିବା ପାଇଁ ସାଂସଦ ଜୁଏଲ ଓରାମ ଆହ୍ୱାନ ଦେଇଛନ୍ତି

0
292
ଏହି "ମେରୀ ମାଟି- ମେରା ଦେଶ" କାର୍ଯ୍ୟକ୍ରମକୁ ସୁନ୍ଦରଗଡ ଜିଲ୍ଲାରେ ପ୍ରତ୍ୟେକ ପଂଚାୟତ ସ୍ତରରେ ବ୍ୟାପକ ଭାବେ ପାଳନ ଓ ସଫଳ କରିବା ପାଇଁ ସୁନ୍ଦରଗଡର ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧକ୍ଷ ଶ୍ରୀ ଜୁଏଲ ଓରାମ ଆହ୍ୱାନ ଦେଇଛନ୍ତି l

By Our Correspondent

ROURKELA/BHUBANESWAR:  ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି. ନଡ୍ଡା ଙ୍କ ଆହ୍ୱାନ କ୍ରମେ ସମଗ୍ର ଭାରତ ବର୍ଷରେ ବିଜେପି ତରଫରୁ ‘ମୋ ମାଟି – ମୋ ଦେଶ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ‘ଆଜାଦୀ କି ଅମୃତ ମହୋତ୍ସବ’ ଅବସରରେ  ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉପାଦାନ ହେଉଛି “ମାଟିକୁ ସମ୍ମାନ-ବୀରଙ୍କୁ ବନ୍ଦନ” l

ଏହି “ମେରୀ ମାଟି- ମେରା ଦେଶ” କାର୍ଯ୍ୟକ୍ରମକୁ ସୁନ୍ଦରଗଡ ଜିଲ୍ଲାରେ ପ୍ରତ୍ୟେକ ପଂଚାୟତ ସ୍ତରରେ ବ୍ୟାପକ ଭାବେ ପାଳନ ଓ ସଫଳ କରିବା ପାଇଁ ସୁନ୍ଦରଗଡର ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧକ୍ଷ ଶ୍ରୀ ଜୁଏଲ ଓରାମ ଆହ୍ୱାନ ଦେଇଛନ୍ତି l 

ଏହି ପ୍ରରିପ୍ରେକ୍ଷୀରେ ଆଜି ବଣାଇ ବିଧାନସଭା ଅନ୍ତର୍ଗତ ବଣାଇ ସ୍ଥିତ ଶ୍ରୀଶ୍ରୀ ବାବା ବାଣେଶ୍ଵର ମନ୍ଦିରରୁ “ଅମୃତ କଳସ ଯାତ୍ରା” ର ଶୁଭାରମ୍ଭ ବହୁ ଆଡମ୍ବର ସହ ହୋଇଛି l

ରାଜ୍ୟ ଉପ-ସଭାନେତ୍ରୀ ତଥା ଏହି କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜିକା ସୁଶ୍ରୀ ସୁକେଶୀ ଓରାମଙ୍କ ତତ୍ୱାବଧାନ ଏବଂ ବଣାଇ ରାଜ ପରିବାରର ସଦସ୍ୟ ତଥା ବଣାଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ଚନ୍ଦ୍ର ଦେଓଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ବାବା ବାଣେଶ୍ଵରଙ୍କ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ପବିତ୍ର ମାଟି ସଂଗ୍ରହ ପାଇଁ  ‘ଅମୃତ କଳସ’ କୁ ବଣାଇ ବିଧାନସଭା  ଅନ୍ତର୍ଗତ ୪ ଟି ବ୍ଲକ ଗୁରୁଣ୍ଡିଆ, ଲହୁଣୀପଡ଼ା, କୋଇଡା ଏବଂ ବଣାଇ’ ବ୍ଲକକୁ ପୃଥକ ପୃଥକ ଭାବେ ପଠାଯାଇଥିଲା l

ଏତତବ୍ୟତୀତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ  ପ୍ରତ୍ୟେକ  ପଂଚାୟତ ସ୍ତରରେ ୭୫ଟି ଚାରା ରୋପଣ କରାଯିବା ଏବଂ ଦେଶବାସୀଙ୍କ ସେବାରେ ବଳିଦାନ ଦେଇଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ଏବଂ ବିଭିନ୍ନ ସଶସ୍ତ୍ର ବାହିନୀର ସହିଦମାନଙ୍କ ପରିବାକୁ ସମ୍ମାନିତ କରାଯିବ  l

ଏହି କାର୍ଯ୍ୟକ୍ରମରେ ବଣାଇ ସାଙ୍ଗଠନିକ ଜିଲ୍ଲାର ପୂର୍ବତନ ଜିଲ୍ଲା’ସଭାପତି ତଥା ବିଜେପି ରାଜ୍ୟକାରିଣୀ ସଦସ୍ୟ ଶ୍ରୀ ରାହାସ ବିହାରୀ ପ୍ରଧାନ ଓ  ଶ୍ରୀ ମନୋଜ ପ୍ରଧାନ, ବିଜେପି ରାଜ୍ୟ କାର୍ଯ୍ୟକାର୍ଯ୍ୟକାରିଣୀ ସଦସ୍ୟI ଶ୍ରୀମତୀ ସେବତୀ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ହେମନ୍ତ କୁମାର ସାହୁ, ଜିଲ୍ଲା ଉପ-ସଭାନେତ୍ରୀ ଶ୍ରୀମତୀ ଦିବ୍ୟମଞ୍ଜରୀ ଶେଖର ଦେଓ, ଜିଲ୍ଲା ଉପ-ସଭାପତି ଶ୍ରୀ ପ୍ରଦୀପ କୁମାର ସ୍ୱାଇଁ ,ଅନୁସୂଚିତ ଜନଜାତି ମୋର୍ଚା ଜିଲ୍ଲା ସଭାପତି ଶ୍ରୀ କୁଳମଣୀ ପIତ୍ର,, ଓ.ବି.ସି. ମୋର୍ଚ୍ଚା ସଭାପତି ଶ୍ରୀ ଆଲ୍ହାଦ ବଢ଼େଇ , ବଣାଇ ମଣ୍ଡଳ ସଭାପତି ଶ୍ରୀ ମୁକୁନ୍ଦ ନାଏକ, ଲହୁଣୀପଡ଼ା ମଣ୍ଡଳ ସଭାନେତ୍ରୀ ଶ୍ରୀମତୀ ନମିତା ମIହାନ୍ତ ,ସରସରା ମଣ୍ଡଳ ସଭାପତି ଶ୍ରୀ ଯୁଧିଷ୍ଠିର ବେହେରା, ବଣାଇ ମଣ୍ଡଳ ମହିଳାମୋର୍ଚ୍ଚା ସଭାନେତ୍ରୀ ୠତୁମତୀ ସେନାପତି, ବଣାଇ ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଦୀପ ସାହୁ, ଯୁବ ମୋର୍ଚ୍ଚାର ବିକି ବ୍ରହ୍ମ, ମୁରଲୀ କିସାନ, ଗଙ୍ଗାଧର ମIହାନ୍ତ, ଶକୁନ୍ତଳା ନାଏକ, ସୌଦାମିନୀ ଦଳବେହେରା, ମଦନମୋହନ ମହନ୍ତ ପ୍ରମୁଖ ସାମିଲ ଥିଲେ l

LEAVE A REPLY

Please enter your comment!
Please enter your name here