By Our Correspondent
BHUBANESWAR: ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଜୁ ପଟ୍ଟନାୟକ ବିମାନବନ୍ଦର ପରିସରରେ ବୟନିକାର ଏକ ସ୍ବତନ୍ତ୍ର ବିକ୍ରୟ କେନ୍ଦ୍ର ଉଦ୍ଘାଟନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୟନିକାର ଏହି ସ୍ବତନ୍ତ୍ର ଶୋରୁମ୍ ଓଡିଶାର ପାରମ୍ପରିକ ହସ୍ତତନ୍ତକୁ ରାଜ୍ୟ ଓ ଦେଶ ବାହାରେ ପ୍ରତିପାଦିତ କରିବା ସହିତ ଏହା ପ୍ରଚାର ପ୍ରସାରରେ ସହାୟକ ହେବ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଥାନୀୟ ଉତ୍ପାଦର ପ୍ରଚାର ପ୍ରସାର (Vocal for Local) ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି।
ପ୍ରଧାନମନ୍ତ୍ରୀଙ୍କର ଏହି ଦୂରଦୃଷ୍ଟି ସଂପନ୍ନ ଚିନ୍ତାଧାରା ଆଧାରରେ ଓଡିଶାର ହସ୍ତତନ୍ତ ସହିତ ଅନ୍ୟାନ୍ୟ ସ୍ଥାନୀୟ ଉତ୍ପାଦ ଗୁଡିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଦୃତ କରିବା ପାଇଁ ଏହି ପଦକ୍ଷେପ ସହାୟକ ହେବ।





![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)





















