ମୁଖ୍ୟମନ୍ତ୍ରୀ ନିଜ ଦଳର କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଦଳ ପ୍ରତି ଆସ୍ଥା କମୁଥିବା ଦର୍ଶାଉଛି, ବିଜେପି

0
255
ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି Naveen Patnaik ନିଜ ଦଳର କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଆପଣଙ୍କ ଦଳ ପ୍ରତି ଆସ୍ଥା କମୁଥିବା ଦର୍ଶାଉଛି । ମୁଖ୍ୟମନ୍ତ୍ରୀ ବିରୋଧୀ ମାନଙ୍କୁ ଜନବିରୋଧୀ କହି ଆକ୍ଷେପ କରିଛନ୍ତି, ଯାହା ଗଣତନ୍ତ୍ର ପାଇଁ ଠିକ୍ ନୁହେଁ । , said senior BJP leader Samir Mohanty in an X Post.

By Our Correspondent

BHUBANESWAR:  ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି Naveen Patnaik ନିଜ ଦଳର କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଆପଣଙ୍କ ଦଳ ପ୍ରତି ଆସ୍ଥା କମୁଥିବା ଦର୍ଶାଉଛି । ମୁଖ୍ୟମନ୍ତ୍ରୀ ବିରୋଧୀ ମାନଙ୍କୁ ଜନବିରୋଧୀ କହି ଆକ୍ଷେପ କରିଛନ୍ତି, ଯାହା ଗଣତନ୍ତ୍ର ପାଇଁ ଠିକ୍ ନୁହେଁ । , said senior BJP leader Samir Mohanty in an X Post.  

ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇ ଦେବାକୁ ଚାହୁଁଛୁ ଯେ, ରାଜନୀତିରେ କେବଳ ନିର୍ବାଚନ ଜିତିବା ସବୁ କିଛି ନୁହେଁ, ଲୋକଙ୍କ ସେବା ହିଁ ସର୍ବୋପରି । 2019 ସାଧାରଣ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ବିଜେଡ଼ିକୁ 44.8 ପ୍ରତିଶତ ଭୋଟ୍ ଦେଇଥିଲା ବେଳେ ବିରୋଧୀ ମାନଙ୍କୁ ଅନୁରୂପ ଭାବରେ ବିଜେଡି ସରକାର ବିରୋଧରେ 49.3 ପ୍ରତିଶତ ଭୋଟ୍ ଦେଇଛନ୍ତି ।

ଓଡ଼ିଶାବାସୀ ବିଜେପିକୁ ଗତ ସାଧାରଣ ନିର୍ବାଚନରେ 91 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟ୍ ଦେଇଛନ୍ତି । ବିରୋଧୀ ଦଳର ଭୂମିକା ବିଜେପିକୁ ମିଳିଛି । ଆପଣଙ୍କ ଅହଙ୍କାର ଆଜି ଚରମ ସୀମାରେ । ଦିନେ ଶାସନରେ ରହିବାର ଅହଙ୍କାର ଦୁର୍ଯ୍ୟୋଧନ ଓ ରାବଣର ଥିଲା । 

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜ ମନ୍ଦିରର ଉନ୍ନତି ଉପରେ ବିରୋଧୀ ବାଧା ସୃଷ୍ଟି କରୁଥିବା ନେଇ ଆପଣ ଯେଉଁ ଆରୋପ ଲଗାଇଛନ୍ତି, ତାହା ସମ୍ପୂର୍ଣ୍ଣ ଭୁଲ । ଆପଣ ଓ ଆପଣଙ୍କ ସରକାର ମଠ ମନ୍ଦିର ବିରୋଧୀ । ସୌନ୍ଦର୍ଯ୍ୟୀକରଣ ନାଁରେ ଆପଣ ହଜାର ହଜାର ବର୍ଷ ତଳର ମଠ, ମନ୍ଦିରକୁ ଭାଙ୍ଗି କେବଳ ଟାଇଲ ଓ ଗଛ ଲଗାଉଛନ୍ତି । ତାହାକୁ କହିବା କଣ ଭୁଲ ?

କୋଭିଡ୍ ସମୟରେ ରଥଯାତ୍ରାକୁ ବନ୍ଦ କରିବା ପାଇଁ କେଉଁମାନେ ଷଡଯନ୍ତ୍ର କରିଥିଲେ ? ଓଡ଼ିଶାର ଓଡ଼ିଆ ଲୋକଙ୍କ ଦାବି ସତ୍ତ୍ୱେ ରତ୍ନଭଣ୍ଡାର ନ ଖୋଲିବା ପାଇଁ ଆପଣ ମସୁଧା କରିଛନ୍ତି । ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନୀ ଧର୍ମକୁ ଗାଳି ଦେଇଥିଲେ ଓ ଧର୍ମକୁ ନମାନିବା ପାଇଁ କହିଥିଲେ, ସେହି ବ୍ୟକ୍ତିଙ୍କୁ ଓଡ଼ିଶା ଗସ୍ତ ସମୟରେ ଆପଣ ଯେଉଁଭଳି ଭାବେ ଅତିଥି ଚର୍ଚ୍ଚା କଲେ, ଏଥିରୁ ଜଣାପଡୁଛି ଆପଣ ସନାତନ ବିରୋଧୀ ନା ସପକ୍ଷବାଦୀ?

ପରମପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏବଂ ପୂଜ୍ୟ ଗଜପତି ମହାରାଜା ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ନୀତିକାନ୍ତି ଘଟଣାରେ ଅନେକ ମୂଲ୍ୟବାନ ପରାମର୍ଶ ଦେଲା ପରେ ବି ଆପଣ କିମ୍ବା ଆପଣଙ୍କ ସରକାର ଏହି କଥାକୁ କେବେ କର୍ଣ୍ଣପାତ ନକରିବା ଦୁଃଖର ବିଷୟ ।

ରାଜ୍ୟରେ ସ୍କୁଲ ମାନଙ୍କରେ ରଙ୍ଗ ବୋଳିଲେ ଶିକ୍ଷାର ବିକାଶ ହୁଏ ନାହିଁ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ବିଭିନ୍ନ ସଂଗଠନର ଲକ୍ଷ ଲକ୍ଷ କର୍ମଚାରୀ ଆଜି ଭୁବନେଶ୍ୱରର ରାଜରାସ୍ତାରେ ଧାରଣାରେ ବସିଛନ୍ତି । ଖରା, ବର୍ଷାରେ ନିଜ ପିଲା ଛୁଆଙ୍କୁ ଘରେ ଛାଡି ପେଟ ପାଟଣା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ଏହା ବାବଦରେ ଆପଣଙ୍କ ପାଖରେ କିଛି ଉତ୍ତର ଅଛି କି ?

ପ୍ରତିଦିନ ଗଣମାଧ୍ୟମରେ ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଖବର ପ୍ରକାଶିତ ହେଉଛି । କେଉଁ ଜାଗାରେ ଖଟିଆରେ ଗର୍ଭବତୀ ମହିଳାମାନେ ବୁହା ହେଉଛନ୍ତି ତ କେତେବେଳେ ଆପଣ ସ୍ୱପ୍ନ ଦେଖାଇଥିବା ବିଶ୍ୱସ୍ତରୀୟ କଟକ ବଡ ମେଡିକାଲରେ ଦୀର୍ଘ 18 ଘଣ୍ଟା ଧରି ବିଜୁଳି କାଟ ହେବା ଯୋଗୁଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିରୁ ଅନୁମେୟ, ଆପଣ ଜନତାଙ୍କ ସ୍ୱାସ୍ଥ୍ୟସେବା ଦେବା ପାଇଁ କେତେ ଚିନ୍ତିତ ?

ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଆପଣ ଲାଗୁ କରୁ  ନାହାନ୍ତି କାହିଁକି ? ରାଜ୍ୟ ବାହାରେ ଓଡ଼ିଆ ଲୋକମାନେ କେତେ ଅସୁବିଧା ହେଉଛନ୍ତି, ସେ ବିଷୟରେ ଆପଣ କେବେ ଚିନ୍ତା କରିଛନ୍ତି କି ? ବିଜୁ ସ୍ୱାସ୍ଥ୍ୟ ଯୋଜନା କିଭଳି ଏବଂ କେଉଁ ଢଙ୍ଗରେ କାର୍ଯ୍ୟକାରୀ ହେଉଛି, ଆପଣଙ୍କ ପାଖରେ ଖବର ଅଛି ତ ? ଲୋକଙ୍କ ସେବା ପରିବର୍ତ୍ତେ ଆପଣ ଲୋକଙ୍କୁ ଭ୍ରମିତ କରି ଦିନରେ ଲଣ୍ଠନ ଦେଖାଉଛନ୍ତି ।

LEAVE A REPLY

Please enter your comment!
Please enter your name here