ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଷଡ଼ଯନ୍ତ୍ର, ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଆଇନ ଉଲ୍ଲଂଘନ କରି ଚଞ୍ଚକତା ଓ ଜାଲିଆତି କରୁଛନ୍ତି, ମୁଖ୍ୟମନ୍ତ୍ରୀ ଏହାର ଜବାବ ଦିଅନ୍ତୁ

0
797
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଷଡ଼ଯନ୍ତ୍ର, ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଆଇନ ଉଲ୍ଲଂଘନ କରି ଚଞ୍ଚକତା ଓ ଜାଲିଆତି କରୁଛନ୍ତି, ମୁଖ୍ୟମନ୍ତ୍ରୀ ଏହାର ଜବାବ ଦିଅନ୍ତୁ

By ସୂଚନାଧିକାର କର୍ମୀ ପ୍ରକାଶ ଦାସ

BHUBANESWAR: ଗତ ତାରିଖ – ୧୯.୦୬.୨୦୨୩ ଓ ୨୩.୦୬.୨୦୨୩ ରେ ମୁଁ ସୂଚନା ଅଧିକାର ଆଇନ ବଳରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ଓ ପୂର୍ବତନ ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀଙ୍କ Permanence report ସମ୍ପର୍କରେ RTI File କରିଥିଲି । ନିର୍ଦ୍ଧିଷ୍ଟ ସମୟସୀମା ୩୦ ଦିନ ବିତିଯାଇଥିଲେ ମଧ୍ୟ ଲୋକ ସୂଚନା ଅଧିକାରୀ ମୋତେ କୌଣସି ତଥ୍ୟ ପ୍ରଦାନ କଲେନାହିଁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଲୋକ ସୂଚନା ଅଧିକାରୀ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଚିବ ଭି.କେ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଯାଇ ଆଇନ୍ ଉଲ୍ଲଂଘନ କଲେ । ଅର୍ଥାତ୍ ସୋଚ୍ଛ ଶାସନ, 5T ଓ ମୋ ସରକାର ସମ୍ପୂର୍ଣ୍ଣ ଫେଲ୍ , ଏହା ଏକ ମିଛ ପ୍ରଚାର । ଗତ ତାରିଖ- ୩୧.୦୭.୨୦୨୩ ରେ ମୁଁ ସୂଚନା ଆଇନ ମୁତାବକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରଥମ ଅପିଲ କତୃପକ୍ଷଙ୍କୁ ପ୍ରଥମ ଅପିଲ କଲି ।

ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଷଡ଼ଯନ୍ତ୍ର ରଚି ଚଞ୍ଚକତାର ସହିତ ଜାଲିଆତି କରି ପ୍ରଥମେ, ପତ୍ର ସଂଖ୍ୟା -୩୪୭୩ ଓ ପତ୍ର ସଂଖ୍ୟା -୩୪୭୪, ତା- ୨୧.୦୭.୨୦୨୩  ଏବଂ ପତ୍ର ସଂଖ୍ୟା – ୩୫୫୪, ତା- ୨୭.୦୭.୨୦୨୪ ରେ ତିନୋଟି ଚିଠି ମୋତେ ପଠାଇଲେ କି; ଆପଣ ତା- ୧୯.୦୬.୨୦୨୩ ଓ ତା- ୨୩.୦୬.୨୦୨୩ ରେ ଆବେଦନ କରିଥିବା ଆର.ଟି.ଆଇ. ରେ ଆବେଦନ ‘ଫି’ ଦେଇନାହାନ୍ତି । ତେଣୁ ସୂଚନା ଆଇନ ଧାରା ୫(୧) ଅନୁସାରେ ଆପଣଙ୍କ ଆବେଦନ ଫାଇଲ୍ ନାକଚ କରାଗଲା । କିନ୍ତୁ ମୁଁ ଚିଠି ପାଇଲି ତା-୧୮.୦୮.୨୦୨୩ ରେ ଆପଣ ପଚାରିବେ କିପରି? । ଏଇଠି ତ ଅସଲି ଖେଳ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ, ବାସ୍ତବରେ ମୋତେ ଅଗଷ୍ଟ ମାସରେ ଭାରତୀୟ ଡାକ ମାଧ୍ୟମରେ ଚିଠି ପଠା ପଠାଯାଇଛି । କିନ୍ତୁ ଚିଠିର ତାରିଖ ଓ ପତ୍ର ସଂଖ୍ୟା ଚଞ୍ଚକତାର ସହିତ ଜାଲିଆତି କରାଯାଇଛି । ଅଗଷ୍ଟ ମାସରେ ଚିଠି କଲେ କିନ୍ତୁ ଚିଠିରେ ଜୁଲାଇ ୨୧ ର ତାରିଖ ପକାଇଲେ ।

ଦ୍ୱିତୀୟ ଚଞ୍ଚକତା ଓ ଜାଲିଆତି ହେଉଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଚିଠିରେ ଲେଖିଛନ୍ତି; ଯେହେତୁ ଆପଣ ଆବେଦନ ଫି ଦେଇନାହାନ୍ତି ତେଣୁ ଆପଣଙ୍କ ଆବେଦନ ପତ୍ର ନାକଚ କରାଗଲା କିନ୍ତୁ ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମୋ ଆର.ଟିଇ.ଆଇ ଆବେଦନ ପତ୍ରର ଫି ଦେଇଛି । ଖୋଦ ଓଡ଼ିଶା ସେକ୍ରେଟାରୀଆଟ ରେ ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟଙ୍କା ଦେଇଛି । ମୋ ଆବେଦନ ‘ଫି’ ରସିଦ ଏଠାରେ ଦିଆଗଲା ।

ପ୍ରଥମ ଅପିଲ କତୃପକ୍ଷ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଯାଇ କିଭଳି ଏକ ପାଖିଆ ପ୍ରଥମ ଅପିଲ ଅଡର କରିଛନ୍ତି ଆପଣ ମାନେ ଦେଖନ୍ତୁ । ସମସ୍ତେ ଷଡ଼ଯନ୍ତ୍ର ରଚିଛନ୍ତି ଓ ଦୁଇ ଜଣ ଅଧିକାରୀ ଏହାକୁ କାର୍ଯ୍ୟକାରୀ କରିଛନ୍ତି । ଜଣେ ମୁଖ୍ୟମନ୍ତ୍ରୀଙ୍କ ଡେପୁଟି ସେକ୍ରେଟାରୀ ଓ ଆଉ ଜଣେ ମୁଖ୍ୟମନ୍ତ୍ରୀଙ୍କ special ସେକ୍ରେଟାରୀ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କାହିଁକି ଆଇନ ଉଲ୍ଲଂଘନ କରି ଷଡ଼ଯନ୍ତ୍ର ରଚି ଚଞ୍ଚକତାର ସହିତ ଜାଲିଆତି କଲେ ତାହା କେବଳ ସମ୍ପୃକ୍ତ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ଜଣା । କାହା ଇଙ୍ଗିତ ରେ ଏପରି ଷଡ଼ଯନ୍ତ୍ର ରଚା ଯାଇଛି ତାହା ତଦନ୍ତ ସାପେକ୍ଷ।

ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ମନ୍ତ୍ରୀ ଓ  ବିଧାୟକ ମାସିକିଆ performance report ଦିଅନ୍ତି ନାହିଁ । ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଗଣମାଧ୍ୟମ ଓ ବିଭିନ୍ନ ସ୍ତରରେ ଏକ ମିଛ ପ୍ରଚାର ପ୍ରସାର କରାଯାଇଥିଲା । ଏଥିପାଇଁ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ପୂର୍ବରୁ ଆମେ ଏହାର ଖୋଲାସା କରିଥିଲୁ । କେଉଁ performance report ଆଧାରରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଗଲା ଏହାର ଉତ୍ତର ମୁଖ୍ୟମନ୍ତ୍ରୀଙ୍କ ପାଖରେ ନାହିଁ । ଅର୍ଥାତ୍ ମୁଖ୍ୟମନ୍ତ୍ରୀ କେବଳ ମିଛ ପ୍ରଚାର ପ୍ରସାର କରି ପ୍ରହସନ କରନ୍ତି । (ଯେତେବେଳେ ମନ୍ତ୍ରୀଙ୍କୁ ବହିଷ୍କାର କରାଗଲା ସରକାର କହିଥିଲେ ମନ୍ତ୍ରୀଙ୍କର performance report ଖରାପ ଥିଲେ ତେଣୁ ତାଙ୍କୁ ବହିଷ୍କୃତ କରାଗଲା) ।

ଏବଂ ଭି.କେ ପାଣ୍ଡିଆନଙ୍କ ସତ ଧରା-ପଡ଼ିଯିବା ଭୟରେ ତଥ୍ୟ ଲୁଚାଉଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏପର୍ଯ୍ୟନ୍ତ ପାଣ୍ଡିଆନଙ୍କ Helicopter ଗ୍ରସ୍ତର ସଠିକ ତଥ୍ୟ ମଧ୍ୟ ମିଳିନାହିଁ । ପାଣ୍ଡିଆନଙ୍କ ସରକାରୀ ବାସଭବନରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ତଥ୍ୟ ମଧ୍ୟ ମିଳିନାହିଁ। ପାଣ୍ଡିଆନ ରାଜ୍ୟ ସାରା ବୁଲି ବିଭିନ୍ନ ଅନୁଷ୍ଠାନକୁ ଯେଉଁ ଟଙ୍କା ବାଣ୍ଟୁଛନ୍ତି ସେ ଟଙ୍କା କେଉଁଠୁ ଆସୁଛି ଏହାର ତଥ୍ୟ ଫାଇନାନ୍ସ ବିଭାଗ ଓ ସରକାରଙ୍କ ପାଖରେ ନାହିଁ । ବାସ୍ତବରେ ରାଜ୍ୟରେ ଚାଲିଛି କ’ଣ??? କାହିଁକି ସରକାର ଓ ପ୍ରଶାସନ ତଥ୍ୟ ଲୁଚାଇଛନ୍ତି ତାହା ସାଧାରଣରେ ଚର୍ଚ୍ଚ ହେଉଛି । କିନ୍ତୁ ମୋ ତରଫରୁ ଆଇନ ଗତ ଲଢେଇ ଜାରି ରହିବ ।

ସୂଚନାଧିକାର କର୍ମୀ     ପ୍ରକାଶ ଦାସ , ମୋ– 9937008937

LEAVE A REPLY

Please enter your comment!
Please enter your name here