ମୁଖ୍ୟମନ୍ତ୍ରୀ ଜୟପୁରରେ ୧୧ ଏକର ବିଶିଷ୍ଟ ସ୍ପୋର୍ଟସ କମ୍ପ୍ଲେକ୍ସ ସହ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍ଡୋର ଷ୍ଟାଡିୟମ ଲୋକାର୍ପଣ କରିଛନ୍ତି

0
121

By Our Correspondent

BHUBANESWAR:   ରାଜ୍ଯର କ୍ରୀଡ଼ା ପ୍ରତିଭାଙ୍କ ପାଇଁ ସୃଷ୍ଟି ହେଉଛି ନୂଆ ସୁଯୋଗ। ତୃଣମୂଳସ୍ତରର କ୍ରୀଡ଼ା ଭିତ୍ତିଭୂମିରେ ଆସୁଛି ରୂପାନ୍ତରଣ। ମୁଖ୍ୟମନ୍ତ୍ରୀ ଜୟପୁରରେ ୧୧ ଏକର ବିଶିଷ୍ଟ ସ୍ପୋର୍ଟସ କମ୍ପ୍ଲେକ୍ସ ସହ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ଲୋକାର୍ପଣ କରିଛନ୍ତି।

ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ା ପରିବେଶ ସୃଷ୍ଟି ଦିଗରେ ଓଡ଼ିଶା ନିଜର ପ୍ରୟାସକୁ ଅଧିକ ଦୃଢ଼ କରୁଛି। ଗାଁଠୁ ସହର ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍ଥାନରେ ବୃତ୍ତିଗତ କ୍ରୀଡ଼ାର ବିକାଶ ପାଇଁ 5T ଉପକ୍ରମରେ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯାଇଛି।

‘ଦକ୍ଷ ଯୁବ ସମାଜ ଗଠନ ପାଇଁ ଆମେ କ୍ରୀଡ଼ା ଉପରେ ଅଧିକ ଗୁରୁତ୍ୱ ଦେଉଛୁ, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ମଡେଲକୁ ଆଜି ସବୁ ରାଜ୍ୟ ଅନୁସରଣ କରୁଛନ୍ତି’, ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି.

LEAVE A REPLY

Please enter your comment!
Please enter your name here