ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ସରକାରୀ ବାସଭବନର ମରାମତି ଓ ସାଜସଜ୍ଜା ଖର୍ଚ୍ଚର ହିସାବ ଲୁଚାଉଛନ୍ତି ସରକାର, ଘଟଣାକୁ ନେଇ ଓଡ଼ିଶା ସୂଚନା କମିଶନ କୋର୍ଟର ଦ୍ବାରସ୍ଥ ହେଲେ ସୂଚନାଧିକାରୀ କର୍ମୀ ପ୍ରକାଶ ଦାସ

0
1832
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ସରକାରୀ ବାସଭବନର ମରାମତି ଓ ସାଜସଜ୍ଜା ଖର୍ଚ୍ଚର ହିସାବ ଲୁଚାଉଛନ୍ତି ସରକାର, ଘଟଣାକୁ ନେଇ ଓଡ଼ିଶା ସୂଚନା କମିଶନ କୋର୍ଟର ଦ୍ବାରସ୍ଥ ହେଲେ ସୂଚନାଧିକାରୀ କର୍ମୀ ପ୍ରକାଶ ଦାସ.

By Our Correspondent

BHUBANESWAR:  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ସରକାରୀ ବାସଭବନର ମରାମତି ଓ ସାଜସଜ୍ଜା ଖର୍ଚ୍ଚର ହିସାବ ଲୁଚାଉଛନ୍ତି ସରକାର, ଘଟଣାକୁ ନେଇ ଓଡ଼ିଶା ସୂଚନା କମିଶନ କୋର୍ଟର ଦ୍ବାରସ୍ଥ ହେଲେ ସୂଚନାଧିକାରୀ କର୍ମୀ ପ୍ରକାଶ ଦାସ.

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ସରକାରୀ ବାସଭବନ ମରାମତି ଓ ସାଜସଜ୍ଜା ଖର୍ଚ୍ଚର ହିସାବ ଦେଉନାହାନ୍ତି ପ୍ରଶାସନ ଓ ସରକାର । ଏନେଇ ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ ଆଜି ଓଡ଼ିଶା ସୂଚନା କମିଶନର କୋର୍ଟର ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ଆବେଦନକାରୀ ତଥା ସୂଚନା ଅଧିକାର କର୍ମୀ ପ୍ରକାଶ ଦାସଙ୍କ କହିବା କଥା ହେଲା ସେ; ଗତ ତାରିଖ-୨୩.୦୬.୨୦୨୩ ରେ ପାଣ୍ଡିଆନଙ୍କ ସରକାରୀ ବାସଭବନ ମରାମତି ଓ ସାଜସଜ୍ଜା ଖର୍ଚ୍ଚର ହିସାବ GA & PG Dept. କୁ ସୂଚନା ଅଧିକାର ଆଇନ ବଳରେ ମାଗିଥିଲେ ।

ବିଭାଗର ଲୋକ ସୂଚନା ଅଧିକାରୀ ତା-୨୮.୦୬.୨୩ ରେ  GA & PG (CA-III)Dept କୁ ତଥ୍ୟ ଦେବା ପାଇଁ ପଠାଇଲେ। ତାରିଖ – ୦୫.୦୭.୨୦୨୩ ରେ GA & PG (CA-III)Dept ର ଲୋକ ସୂଚନା ଅଧିକାରୀ ମୋ ଆବେଦନ ପତ୍ରକୁ Chief Engineer (Buildings), ଓଡ଼ିଶା , ଭୁବନେଶ୍ୱର କୁ ପଠାଇ ଥିଲେ ମୋତେ ପାଣ୍ଡିଆନଙ୍କ ସରକାରୀ ବାସଭବନର ମରାମତି ଓ ସାଜସଜ୍ଜା ଖର୍ଚ୍ଚର ହିସାବ ଦେବା ପାଇଁ କିନ୍ତୁ ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ Chief Engineer (Buildings), ଅଫିସ ତଥ୍ୟ ଦେଉନାହାନ୍ତି । ଏହା ସମ୍ପୂର୍ଣ୍ଣ ସୂଚନା ଅଧିକାର ଆଇନ ର ଉଲ୍ଲଂଘନ ଓ ବେଆଇନ ଅଟେ । ଏନେଇ ଆଜି ଓଡ଼ିଶା ସୂଚନା କମିଶନର କୋର୍ଟରେ ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରକାଶ ଦାସ କହିଛନ୍ତି; ପାଣ୍ଡିଆନଙ୍କ ହେଲିକପ୍ଟର ଉଡାଣର ହିସାବ ଲୁଚାଉଛନ୍ତି, ତାଙ୍କ ସରକାରୀ ବାସଭବନରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ହିସାବ ଲୁଚାଉଛନ୍ତି, ତାଙ୍କ ବାସଭବନ ଚାରିପଟେ ଯେଉଁ ପୋଲିସ ଅଧିକାରୀ ସୁରକ୍ଷା ଦେଉଛନ୍ତି ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ବାର୍ଷିକ କେତେ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏହାର ତଥ୍ୟ ଲୁଚାଇଛନ୍ତି, ଓ ପାଣ୍ଡିଆନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯେଉଁ ତଥ୍ୟ ମାଗିଲେ ତାହା ଷଡ଼ଯନ୍ତ୍ରର ସହିତ ଜାଲିଆତି କରାଯାଉଛି କିଛି ଦିନ ତଳେ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ ଏପରି ଷଡ଼ଯନ୍ତ୍ର କରିଥିଲେ ।

କାହିଁକି ପାଣ୍ଡିଆନଙ୍କ ସମ୍ପର୍କରେ ସବୁ ତଥ୍ୟ ଲୁଚାଇଛନ୍ତି ସରକାର? ଜଣେ ସଚିବଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଓ ପ୍ରଶାସନ ଏତେ ତତ୍ପର କାହିଁକି??

ତଥ୍ୟ ଲୁଚାଏ କିଏ?  ଯିଏ ଦୁର୍ନୀତି ଓ ଲୁଟ୍ କରେ । ଏବଂ ସତ୍ୟ ଧରା-ପଡ଼ିଯିବା ଭୟରେ ତଥ୍ୟ ଲୁଚାଏ । ପ୍ରଶାସନ ଓ ସରକାର ଏଠି କ’ଣ ଲୁଚାଇବା ପାଇଁ ଚାହୁଁଛନ୍ତି? ତାଙ୍କର କ’ଣ ଦୋଷ, ଦୁର୍ବଳତା ରହିଛି ଓ କେଉଁ ସତ ଧରା-ପଡ଼ିଯିବା ଭୟରେ ଆଇନ ଉଲ୍ଲଂଘନ କରି ତଥ୍ୟ ଲୁଚାଉଛନ୍ତି ସରକାର ତାହା ମଧ୍ୟ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଜ୍ୟରେ 5T, ମୋ ସରକାର, ସ୍ବଚ୍ଛ ଶାସନର କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି କିନ୍ତୁ ଆଇନ ଉଲ୍ଲଂଘନ କରି ବାରମ୍ବାର ପାଣ୍ଡିଆନଙ୍କ ତଥ୍ୟ ନଦେବା କ’ଣ 5T ଓ ସ୍ୱାଚ୍ଛ ଶାସନ କି?? ସମସ୍ତଙ୍କ ପାଇଁ ଆଇନ ସମାନ ନା ସଚିବ ପାଇଁ କିଛି ଅଲଗା? ଏହାର ଜବାବ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ।

ଯଦି ଏକ ସପ୍ତାହ ମଧ୍ୟରେ ପ୍ରଶାସନ ଓ ସରକାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ସମ୍ପର୍କରେ ଆବେଦନ ହୋଇଥିବା ସମସ୍ତ ତଥ୍ୟ ପ୍ରଦାନ ନକରନ୍ତି ତେବେ ଆମେ ‘ଧାରଣା’ ଦେବୁ । ଯଦି କିଛି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୁଏ ତେବେ ସେଥିପାଇଁ ସରକାର ଦାୟୀ ରହିବେ ।

LEAVE A REPLY

Please enter your comment!
Please enter your name here