ମାସିକ ପତ୍ରିକା ‘ ଶ୍ରୀମନ୍ଦିର ସମାଚାର ‘  ଇଂରାଜୀ ସଂସ୍କରଣ ପ୍ରଥମ ଥର ଲାଗି ପ୍ରକାଶ

0
269
ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ଏହାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ,I.A.S ଉନ୍ମୋଚନ କରିଛନ୍ତି । ଏହି ପତ୍ରିକାରେ ଶ୍ରୀମନ୍ଦିର ନୀତି କାନ୍ତି, ପର୍ବ ପର୍ବାଣୀ ସମ୍ପର୍କିତ ସୂଚନା ଏବଂ ଦାନ ସହ ଅନ୍ୟାନ୍ୟ କାର୍ଯ୍ୟବଳୀ ନେଇ ବିବରଣୀ ରହିଅଛି ।

By Our Correspondent

PURI/BHUBANESWAR:  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ମାସିକ ପତ୍ରିକା ‘ଶ୍ରୀମନ୍ଦିର ସମାଚାର’ ର ଇଂରାଜୀ ସଂସ୍କରଣ ପ୍ରଥମ ଥର ଲାଗି ପ୍ରକାଶ ପାଇଚି ।

ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ଏହାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ,I.A.S   ଉନ୍ମୋଚନ କରିଛନ୍ତି । ଏହି ପତ୍ରିକାରେ ଶ୍ରୀମନ୍ଦିର ନୀତି କାନ୍ତି, ପର୍ବ ପର୍ବାଣୀ ସମ୍ପର୍କିତ ସୂଚନା ଏବଂ ଦାନ ସହ ଅନ୍ୟାନ୍ୟ କାର୍ଯ୍ୟବଳୀ ନେଇ ବିବରଣୀ ରହିଅଛି ।

ପତ୍ରିକା ଉନ୍ମାଚନ ସମୟରେ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସାହୁ, ପ୍ରଶାସକ, ନୀତି, ଶ୍ରୀଯୁକ୍ତ ଅଜୟ କୁମାର ଜେନା, ଓ.ଏସ.ଡି, ଉନ୍ନୟନ, ଶ୍ରୀଯୁକ୍ତ ଆଶିଷ କୁମାର ସୁବୁଦ୍ଧି, ଓ.ଏସ.ଡି, ୱାର୍କସ, ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ରାଉତ, ଅଧିକ୍ଷଣ ଯନ୍ତ୍ରୀ, ଶ୍ରୀଯୁକ୍ତ ଶୁଭ୍ରାଂଶୁ  ଶେଖର ପାଢ଼ୀ, ଓ.ଏସ.ଡି (ସଂସ୍କୃତି ପ୍ରଚାର) ଏବଂ ଶ୍ରୀଯୁକ୍ତ ଜିତେନ୍ଦ୍ର ନାରାୟଣ ମହାନ୍ତି, ଲୋକ ସମ୍ପର୍କ ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here