By Our Correspondent
BHUBANESWAR: ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ ଚିତ୍କାର କରୁଥିବା ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଦଳ ଭିତରେ ମହିଳା ଦୁଷ୍କର୍ମକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ମହିଳା ଦୁଷ୍କର୍ମ ଘଟଣାରେ ଜେଲରେ ଥିବାବେଳେ ଆଜି ବିଜେଡିର ବିଏମସି କର୍ପୋରେଟର ଅମରେଶ ଜେନା ମଧ୍ୟ ମହିଳା ଦୁଷ୍କର୍ମ ଘଟଣାରେ ଗିରଫ ହୋଇଛନ୍ତି । ଉଭୟ ଦଳର ଅସଲ ଚେହେରା ପଦାରେ ପଡିଛି ।
ଉଭୟ କଂଗ୍ରେସ ଓ ବିଜେଡି ସରକାର ଅମଳରେ ଘଟିଯାଇଥିବା ମହିଳା ହିଂସା, ବ୍ୟଭୀଚାର, ନିର୍ଯ୍ୟାତନାକୁ ଆଜି ପର୍ଯ୍ୟନ୍ତ ଓଡିଶାବାସୀ ଭୁଲିନାହାନ୍ତି । ଉଭୟ ଦଳର ଅପକର୍ମ କାରଣରୁ ଓଡିଶା ଏବଂ ଓଡିଶାବାସୀ ବହୁ ଥର ଦେଶ ତଥା ବିଦେଶରେ ଲଜ୍ଜିତ ଓ ନିନ୍ଦିତ ହୋଇଛନ୍ତି । ଓଡିଶାର ସାଧାରଣ ଜନତା ଗୋଟିଏ ମୁଦ୍ରାର ପାଶ୍ୱର୍ ଉଭୟ ବିଜେଡି ଓ କଂଗ୍ରେସ ଦଳର ମହିଳା ବିରୋଧୀ ଆଭିମୁଖ୍ୟକୁ ଭଲ ଭାବେ ଅତୀତରେ ଦେଖିଛନ୍ତି ଏବଂ ଆଜି ବି ଦେଖୁଛନ୍ତି । । ଓଡିଶାବାସୀ ଉଭୟ ଦଳକୁ କେବେହେଲେ କ୍ଷମା କରିବେ ନାହିଁ ବୋଲି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।















![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-100x70.png)









