ମହାପ୍ରଭୁଙ୍କ ବନକ ଲାଗି ନୀତି: ଦତ୍ତମହାପାତ୍ର ନିଯୋଗ ପକ୍ଷରୁ ଦାଖଲ କରାଯାଇଥିବା ଉତ୍ତର ସନ୍ତୋଷଜନକ ତଥା ଗ୍ରହଣୀୟ ନୁହେଁ, ଶ୍ରୀମନ୍ଦିର ପ୍ରଶାସନ

0
526

By Our Correspondent

PURI/BHUBANESWAR:  ମହାପ୍ରଭୁଙ୍କ ବନକ ଲାଗି ନୀତି ଦୀର୍ଘ ବର୍ଷ ହେଲା ବୁଧବାର ହୋଇ ଆସୁଛି । ଏବର୍ଷ ରଥଯାତ୍ରା ପରେ ନିର୍ଧାରିତ ବୁଧବାର (ତା-12-07-23)ରେ  ବନକଲାଗି ନ କରିବାରୁ ଗତ ତା-18-07-23ରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସେବକମାନଙ୍କ ସହ ଦତ୍ତମହାପାତ୍ର ନିଯୋଗ ମଧ୍ଯ ଉପସ୍ଥିତ ଥିଲେ । ଏହି ବୈଠକରେ ନିର୍ଧାରଣ ହୋଇଥିଲା ଯେ,  ବୁଧବାର ବନକ ଲାଗି ପାଇଁ ପ୍ରକୃଷ୍ଟ ଦିନ । ତଦନୁସାରେ  ତା-19-07-23 ( ବୁଧବାର) ବନକ ଲାଗି ପାଇଁ ଦତ୍ତମହାପାତ୍ର ନିଯୋଗକୁ ଆଗୁୁଆ ଅବଗତ କରାଯାଇଥିଲା।

କିନ୍ତୁ ଦତ୍ତମହାପାତ୍ର ନିଯୋଗ ଏହା ସମ୍ପାଦନ କରି ନ ଥିଲେ । ତେଣୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଯାହାର ଜବାବରେ ନିଯୋଗ ପକ୍ଷରୁ ଦାଖଲ କରାଯାଇଥିବା ଉତ୍ତର ସନ୍ତୋଷଜନକ ତଥା ଗ୍ରହଣୀୟ ନୁହେଁ  ।

ଏଭଳି ସ୍ଥିତିରେ, ଆସନ୍ତାକାଲି ବୁଧବାର ( ତା- 26-07-23) ବନକଲାଗି ସମ୍ପାଦନ ପାଇଁ ଦତ୍ତମହାପାତ୍ର ନିଯୋଗକୁ ପୁଣିଥରେ ନିର୍ଦ୍ଦେଶ ଜାରି କରାଯାଇଛି । ଏହାର ଅବମାନନା କଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ବାଧ୍ଯ ହେବ.

LEAVE A REPLY

Please enter your comment!
Please enter your name here