ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସଂପର୍କରେ ରାଜ୍ୟସ୍ତରୀୟ ପ୍ରକଳ୍ପ ତଦାରଖ କମିଟି ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

0
157
ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସଂପର୍କରେ ରାଜ୍ୟସ୍ତରୀୟ ପ୍ରକଳ୍ପ ତଦାରଖ କମିଟି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରକଳ୍ପ ନିମନ୍ତେ ପାଣ୍ଠି ବ୍ୟବସ୍ଥା, ବୈଷୟିକ ନିର୍ଦ୍ଧିଷ୍ଟତା, ବିଭିନ୍ନ ସ୍ଥାନରେ ଷ୍ଟେସନ ଯୋଜନା, ପ୍ଲାଟଫର୍ମ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା।

By Our Correspondent

BHUBANESWAR:  ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସଂପର୍କରେ ରାଜ୍ୟସ୍ତରୀୟ ପ୍ରକଳ୍ପ ତଦାରଖ କମିଟି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରକଳ୍ପ ନିମନ୍ତେ ପାଣ୍ଠି ବ୍ୟବସ୍ଥା, ବୈଷୟିକ ନିର୍ଦ୍ଧିଷ୍ଟତା, ବିଭିନ୍ନ ସ୍ଥାନରେ ଷ୍ଟେସନ ଯୋଜନା, ପ୍ଲାଟଫର୍ମ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା।

ଆଗାମୀ ୬ ରୁ୮ ମାସ ମଧ୍ୟରେ ପ୍ରକଳ୍ପ ଅନୁସାରେ ଭୂମି ଯୋଜନା ଓ ଗଠନ ବ୍ୟବସ୍ଥା, ସିଭିଲ କାମ, ବିଭିନ୍ନ ଉପଯୋଗିତା ସ୍ଥାନାନ୍ତର ଆଦି ସଂପର୍କରେ ଟେଣ୍ଡର କାର୍ଯ୍ୟ ସରିବ। ୨୦୨୪ ଜାନୁଆରୀ ପହିଲାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଆଗାମୀ ଡିସେମ୍ବର ୨୦୨୭ ସୁଦ୍ଧା ଏହି ପ୍ରକଳ୍ପ  ସଂପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ରହିଛି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ନିର୍ମାଣ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ଟର୍ଣ୍ଣ-କି ପରାମର୍ଶଦାତା ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ସହ ଚୁକ୍ତି ସ୍ୱାକ୍ଷର କରିଛି।

LEAVE A REPLY

Please enter your comment!
Please enter your name here