ଭିଡିଓରେ ରହୁଛନ୍ତି ମୁଖ୍ୟମନ୍ତ୍ରୀ, ଗୁମାସ୍ତାଙ୍କ ହାତରେ ରିମୋଟ୍ କଣ୍ଟ୍ରୋଲ୍ , ଚାକିରୀ ଛାଡ଼ିବାର ମାତ୍ର ଦୁଇ ମାସ ମଧ୍ୟରେ ବିଜେଡିର ସର୍ବେସର୍ବା ହୋଇ, ନେତାଙ୍କ ଦୁର୍ଗତି କରେଇ ଆଜି ଆମକୁ ନାଲି ଆଖି ଦେଖାଉଛନ୍ତି ଅଣଓଡ଼ିଆ ଗୁମାସ୍ତା- ବିଜେପି

0
88

By Correspondent

BHUBANESWAR:   ଖଣି ସମ୍ପଦରେ ଭରପୁର ଧନୀ ରାଜ୍ୟ ଓଡିଶା କୁ ଚାରି ଆଡୁ ଖୋଳି, ବିକି କିଏ ଖୋଳ କରୁଛି? କାହିଁକି ଦାଦନଖଟିବାକୁ ଅନ୍ୟ ରାଜ୍ୟ କୁ ଯାଉଛନ୍ତି ଓଡ଼ିଆ, କାହିଁକି କେନ୍ଦ୍ର ଟଙ୍କା ଖର୍ଚ୍ଚ ହେଇପାରୁନି, କାହିଁକି ଆୟୁଷ୍ମାନ ଯୋଜନା ଲାଗୁ ହେଉନାହିଁ, କେନ୍ଦ୍ର ଯୋଜନାରେ ଫଟୋ ଛାପି କିଏ କରିଛି ବେଇମାନୀ, ଏସବୁ ପ୍ରସଙ୍ଗର ଉତ୍ତର ବାବୁ ଟିକିଏ ଦେବେକି? ଏଥିପାଇଁ ଦାୟୀ କିଏ ?  ବିଜେପି MLA Lalitendu Bidyadhar Mohapatra said.

ଯିଏ କାହାକୁ ତୁମେ, କାହାକୁ ତୁ କୁହାଯାଏ ଜାଣିନି ସେ ପୁଣି ମୁଖ୍ୟମନ୍ତ୍ରୀ ଙ୍କ ମୂଲ୍ୟବୋଧର ଉତ୍ତରାଧିକାରୀ ହେବ । ଅର୍ଥାତ୍‌ ବିଜେଡିର ସେ ହିଁ ସର୍ବେସର୍ବା । ସେଥିପାଇଁ ଶାସନ କ୍ଷମତାକୁ ହାଇଜାକ୍‌ କରି ରଖିଛନ୍ତି । ସେ ପୁଣି ଓଡ଼ିଆ ଅସ୍ମିତା କଥା କହୁଛି ଯିଏ କେବଳ ଓଡ଼ିଆଙ୍କୁ ଲୁଟି ନିଜ ପକେଟ୍ ଗରମ କରୁଛି । ଯିଏ ସମସ୍ତଙ୍କୁ କ୍ରୀତଦାସ କରି ରଖିବାକୁ ଚାହୁଁଛି, ନିଜ ଦଳ ଲୋକ ଯାହାକୁ ଗ୍ରହଣ କରି ପାରୁ ନାହାନ୍ତି, ଏବେ ସେ ପାଗଳ ହୋଇ ପ୍ରଳାପ କରୁଛି ।

ଭିଡିଓରେ ରହୁଛନ୍ତି ମୁଖ୍ୟମନ୍ତ୍ରୀ, ଗୁମାସ୍ତାଙ୍କ ହାତରେ ରିମୋଟ୍ କଣ୍ଟ୍ରୋଲ୍ ।  ଚାକିରୀ ଛାଡ଼ିବାର ମାତ୍ର ଦୁଇ ମାସ ମଧ୍ୟରେ ବିଜେଡିର ସର୍ବେସର୍ବା ହୋଇ, ନେତାଙ୍କ ଦୁର୍ଗତି କରେଇ ଆଜି ଆମକୁ ନାଲି ଆଖି ଦେଖାଉଛନ୍ତି ଅଣଓଡ଼ିଆ ଗୁମାସ୍ତା ।

ଧର୍ମେନ୍ଦ୍ର ପ୍ରଧାନ ଙ୍କ ଓଡିଶା ପ୍ରତି ଅବଦାନ ଓଡ଼ିଶାର ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଯେକୌଣସି ବିଭାଗ ର ଦାୟିତ୍ୱରେ ରେ ଥିଲେ ମଧ୍ୟ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଅସ୍ମିତା କୁ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ପଲ୍ଲୀରୁ ଦିଲ୍ଲୀ…ଯୁଆଡେ ଗଲେ ବି ଓଡ଼ିଆଙ୍କର କଥା କହିବାକୁ ସେ କେବେ ବି ଭୁଲନ୍ତି ନାହିଁ ।

ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ଓଡ଼ିଶାରେ ୪୭ ଲକ୍ଷରୁ ଅଧିକ ଲୋକଙ୍କୁ ଉଜ୍ଜ୍ଵଳା ଯୋଜନା ରେ ଗ୍ୟାସ ମିଳିଛି, ୨୫୦ କୋଟି ଟଙ୍କା ବ୍ୟୟରେ ଓଡିଶା ର ଯୁବପିଢିଙ୍କ ପାଇଁ ଭୁବନେଶ୍ୱର ରେ ଦକ୍ଷତା ବିକାଶ ପ୍ରତିଷ୍ଠା ର ନିର୍ମାଣ ହୋଇଛି, ଦେଢ଼ ହଜାର କୋଟି ଟଙ୍କା ବ୍ୟୟରେ ତାଳଚେର ସାର କାରଖାନା ର ପୁନରୁଦ୍ଧାର ହୋଇଛି,  ୧୦୦୦ କୋଟି ଟଙ୍କା ରେ ନିର୍ମାଣ ହୋଇଛି ତାଳଚେର ମେଡିକାଲ କଲେଜ ସ୍ଥାପିତ ହୋଇଛି ।

ସେଇଭଳି ୬୩ ପିଏମଶ୍ରୀ ସ୍କୁଲ, ପାରାଦୀପ ପ୍ଲାଷ୍ଟିକ ପାର୍କ, ପାରାଦୀପ ରିଫାଇନାରୀ, ବରଗଡ଼ ଇଥାଇନାଲ ପ୍ଲାଣ୍ଟ, ରାୟଗଡା ଏଲପିଜି ପ୍ଲାଣ୍ଟ, ବଲାଙ୍ଗୀର ବଟଲିଂ ପ୍ଲାଣ୍ଟ, ୧୦୦ କ୍ୟୁବ ଷ୍ଟାର୍ଟଅପ ପ୍ରକଳ୍ପ, ଧାମରା ଏଲଏନଜି ଟର୍ମିନାଲ, ୧୪ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ସିଟି ଗ୍ୟାସ ବିତରଣ ନେଟୱାର୍କ, ୧୮୨ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଆଇଆଇଏମ ସମ୍ବଲପୁର ସ୍ଥାୟୀ କ୍ୟାମ୍ପସ, ରାଉରକେଲା ସୁପର ସ୍ପେସିଆଲିଟି ହସ୍ପିଟାଲ, ଭାରତ ରତ୍ନ ଠୁ ଆରମ୍ଭ କରି ବନ୍ଦେ ଭାରତ ଏକ୍ସପ୍ରେସ୍, ଏୟାରପୋର୍ଟ ଠୁ ୧୦୬ ଏକଲବ୍ୟ ମଡେଲ ସ୍କୁଲ, ଏ ସବୁ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରଚେଷ୍ଟା ର ଫଳ । କୌଣସି ଅଣ ଓଡ଼ିଆ ଅଫିସରଙ୍କ ଦ୍ୱାରା ଏସବୁ ସମ୍ଭବ ହେବ ନାହିଁ  । ତେଣୁ ସେ ଓଡ଼ିଆଙ୍କ ଅସ୍ମିତା କଥା ନ କହି  ଚୁପ ରହିବା ଭଲ  ।

 

LEAVE A REPLY

Please enter your comment!
Please enter your name here