ଭିକେ ପାଣ୍ଡିଆନ ଓ କାମିଆ ଜାନି ଙ୍କ ବିରୋଧରେ ତୁରନ୍ତ ମନ୍ଦିର ପ୍ରଶାସନ ଆଇପିସି ସେକ୍ସନ ୨୯୫(ଏ), ଶ୍ରୀ ଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୨ର ସେକ୍ସନ ୩୦(ଏ)ରେ  ମାମଲା ରୁଜୁ କରନ୍ତୁ ଓ ତାଙ୍କ ଉପରେ ମକଦ୍ଦମା ରୁଜୁ କରି ଦୁହିଁଙ୍କୁ ଗିରଫ କରାଯାଉ- ବିଜେପି

0
333
ଏହି ଭିଡିଓଟି ସାରା ଓଡ଼ିଶା ନୁହେଁ ବରଂ ସମଗ୍ର ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀ ଏବଂ ସନାତନିମାନଙ୍କୁ ଧାର୍ମିକ ଆଘାତ ଲାଗିଛି , ବିଜେପି ରାଜ୍ୟ ସାଧାରଣ ସମ୍ପାଦକ Dr Jatin Mohanty.

By Our Correspondent  

BHUBANESWAR:  ଓଡ଼ିଶାର ହିନ୍ଦୁ ଓ ସନାତନିମାନଙ୍କର ଆସ୍ଥାର କେନ୍ଦ୍ର ଏବଂ ଓଡ଼ିଶାର ପ୍ରାଣ ମହାପ୍ରଭୁ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଶାସକ ଦଳରେ ନୂଆ ଯୋଗ ଦେଇଥିବା ଭିକେ ପାଣ୍ଡିଆନ ଜଣେ ସୋସିଆଲ ମିଡିଆ ଇନ୍‌ଫ୍ଲ୍ୟୁଏନ୍ସର, ଫୁଡଟେଷ୍ଟର କାମିଆ ଜାନି ନାମକ ମହିଳାଙ୍କୁ ନେଇ ଜଗନ୍ନାଥ ମନ୍ଦିର ପରିସର ଭିତରେ ଏକ ଭିଡିଓ ପ୍ରସ୍ତୁତ କରି ଗଣମାଧ୍ୟମରେ ଛାଡିଛନ୍ତି ।

ଏହି ଭିଡିଓଟି ସାରା ଓଡ଼ିଶା ନୁହେଁ ବରଂ ସମଗ୍ର ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀ ଏବଂ ସନାତନିମାନଙ୍କୁ ଧାର୍ମିକ ଆଘାତ ଲାଗିଛି , ବିଜେପି ରାଜ୍ୟ ସାଧାରଣ ସମ୍ପାଦକ Dr Jatin Mohanty said.

ଭିକେ ପାଣ୍ଡିଆନ ଓଡ଼ିଶାର ସମସ୍ତ ସନାତନ ଧର୍ମୀ ଓ ଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବନା ନେଇ ଖେଳ ଖେଳିଛନ୍ତି । ଏଥିପାଇଁ ଆଇପିସି ସେକ୍ସନ ୨୯୫(ଏ)ରେ ଉଲ୍ଲେଖ ଅଛି, କୌଣସି ଲୋକ ଯଦି ଧାର୍ମିକ ଭାବନାକୁ ଆଘାତ କରିବେ ତାହାଲେ ଦଣ୍ଡ ମିଳିବ । ଦ୍ୱିତୀୟ କଥା ଶ୍ରୀ ଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୨ର ସେକ୍ସନ ୩୦(ଏ)ରେ ମଧ୍ୟ ଏହା ସ୍ପଷ୍ଟଭାବେ ଉଲ୍ଲେଖ ଅଛି ଯେ, ମନ୍ଦିର ଭିତରକୁ କୌଣସି ନିଷେଧ ଦ୍ରବ୍ୟ ଯାହା ମନ୍ଦିର ପ୍ରଶାସନ ପକ୍ଷରୁ ନେବାକୁ ମନା କରାଯାଇଛି ତାକୁ ନେଇ ଭିଡିଓ କରାଇବା ଏକ ଧତବ୍ୟ ଅପରାଧ ।

 ଭିକେ ପାଣ୍ଡିଆନ ଓ କାମିଆ ଜାନି ଉଭୟ ଅପରାଧରେ ସଂପୃକ୍ତ ଥିବାରୁ ସେମାନଙ୍କ ବିରୋଧରେ ତୁରନ୍ତ ମନ୍ଦିର ପ୍ରଶାସନ ମାମଲା ରୁଜୁ କରନ୍ତୁ ଓ ତାଙ୍କ ଉପରେ ମକଦ୍ଦମା ରୁଜୁ କରି ଦୁହିଁଙ୍କୁ ଗିରଫ କରାଯାଉ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ.

LEAVE A REPLY

Please enter your comment!
Please enter your name here