
By Our Correspondent
BHUBANESWAR: ବିଜୁ ଜନତା ଦଳର ଜଣେ ସାଧାରଣ କର୍ମୀ ଭିକେ ପାଣ୍ଡିଆନଙ୍କ ସୁରକ୍ଷା ଦାୟିତ୍ୱରେ ୭୪ଜଣ ପୋଲିସ କର୍ମଚାରୀ ନିୟୋଜିତ ହେବା ସମ୍ପର୍କରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲା ବିଜେପି ପ୍ରତିନିଧିମଣ୍ଡଳୀ ।
ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଥିବାବେଳେ ଅବାଧ, ନିରପେକ୍ଷ ନିର୍ବାଚନକୁ ବେଖାତିର କରି ଶାସକ ବିଜେଡି ଆଦର୍ଶ ଆଚରଣବିଧି ଉଲଘଂନ କରୁଛି । ନିର୍ବାଚନ ସମୟରେ ପୂର୍ବରୁ ମିଳୁଥିବା ସମସ୍ତ ସରକାରୀ ସୁବିଧା ପ୍ରତ୍ୟାହାର କରାଯାଉଥିବାବେଳେ ଶ୍ରୀ ପାଣ୍ଡିଆନ ଏସବୁର ଊର୍ଦ୍ଧ୍ୱରେ ରହିଲେ କେମିତି? ଜେଡ୍ ପ୍ଲସ ସିକ୍ୟୁରିଟ୍ ବ୍ୟବସ୍ଥାରେ ସର୍ବାଧିକ ୫୫ଜଣ ପୋଲିସ ଅଧିକାରୀ ନିୟୋଜିତ ହେଉଥିବାବେଳେ ବିଜୁ ଜନତା ଦଳର ଅଘୋଷିତ ମୁଖିଆଙ୍କୁ ୭୪ଟି ପୋଲିସ କର୍ମଚାରୀ ଯୋଗାଇ ଦେବା କେଉଁ କ୍ୟାଟେଗୋରୀର ସୁରକ୍ଷା ବ୍ୟବସ୍ଥା ତାହା ବୁଝି ହେଉନାହିଁ?
ଜନସାଧାରଣଙ୍କ ସୁରକ୍ଷା ଏବଂ ନିର୍ବାଚନୀ ହିଂସା ସମୟରେ ପର୍ଯ୍ୟାପ୍ତ ପୋଲିସ କର୍ମଚାରୀ ଅଭାବ ଦର୍ଶାଉଥିବା ଗୃହ ବିଭାଗ ସାଧାରଣ ଲୋକଙ୍କ ଅର୍ଥରେ ରାଜ୍ୟ ରାଜକୋଷରୁ ଏତେ ଅର୍ଥ ବରବାଦ୍ କରୁଛନ୍ତି କିପରି? ଏସମସ୍ତ ବିଷୟ ସମ୍ପର୍କରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିରବତା ପାଇଁ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବାରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଶ୍ରୀ ପାଣ୍ଡିମାନଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ କର୍ମଚାରୀ ବ୍ୟବହୃତ ଗାଡି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବିଜୁ ଜନତା ଦଳ ପାଣ୍ଠିରୁ ଭରଣା କରାଯାଉ ବୋଲି ଓବିସିି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଦାବି କରିଛନ୍ତି ।
ବାସ୍ତବରେ ତାଙ୍କ ଜୀବନ ପ୍ରତି ବିପଦ ଅଛି ନା ନିଜର ପ୍ରତିଆରା ବଢ଼ାଇବା ପାଇଁ ଏଭଳି ବେଆଇନ କାର୍ଯ୍ୟ କରୁଛନ୍ତି । ତେଣୁ ନିର୍ବାଚନ ଆଚରଣ ବିଧି ଦୃଷ୍ଟିରୁ ତୁରନ୍ତ ତାଙ୍କ ପାଇଁ ଯୋଗାଇ ଦିଆଯାଇଥିବା ପୋଲିସ ବାହିନୀଙ୍କୁ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ପୋଲିସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟ ବିଜେପିର ପ୍ରତିନିଧିମଣ୍ଡଳ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଦାବି ଜଣାଇଥିଲା ।
ଅପର ପକ୍ଷରେ ନିର୍ବାଚନ ଆଚରଣବିଧି ଉଲଘଂନ କରି ରାଜ୍ୟରେ ଚାଲୁଥିବା ଲକ୍ଷ୍ମୀ ବସ୍ରେ ବିଜୁ ଜନତା ଦଳର ଦଳୀୟ ଚିହ୍ନ କେତେ ଦୂର ଯଥାର୍ଥ ତାହା ଆଜି ବିଜେପି ପ୍ରତିନିଧିମଣ୍ଡଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଲକ୍ଷ୍ମୀ ବସ୍ରୁ ଦଳୀୟ ଚିହ୍ନ ହଟାଇବା ପାଇଁ ଦାବି ଜଣାଇଛନ୍ତି । ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ସୋନାଲୀ ସାହୁ ଓ ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।








![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)















