ଭାରତବର୍ଷରେ ଉତ୍ପାଦିତ ସ୍ଥାନୀୟ କୃଷି ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବା , ଧର୍ମେନ୍ଦ୍ର ପ୍ରଧାନ

0
269

By Our Correspondent

BHUBANESWAR: ସମଗ୍ର ଭାରତବର୍ଷରେ ଉତ୍ପାଦିତ ହେଉଥିବା ସ୍ଥାନୀୟ କୃଷି ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ପଡିବ ବୋଲି ରବିବାର କୋଲକାତାରେ ଗ୍ରାମ ସମୃଦ୍ଧି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଚାଷୀଙ୍କ ଉନ୍ନତି ସମ୍ପର୍କୀତ ଏକ କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

“ପରିବେଶ ସୁରକ୍ଷା ଏବଂ ଚାଷୀଙ୍କ ଉନ୍ନତି ପାଇଁ ଫଳ ବୃକ୍ଷରୋପଣ” କନକ୍ଲେଭରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ ଭାରତବର୍ଷରେ ଉତ୍ପାଦିତ ହେଉଥିବା କୃଷିଜାତ ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ସମସ୍ତେ ଉଦ୍ୟମ କରିବା ଦରକାର । ଏହା ଦ୍ୱାରା କୃଷି ଖାଦ୍ୟ ପ୍ରକ୍ରିୟାରଣ ତଥା କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ । ସେହିପରି ଦେଶରେ ଚାଷ କାମକୁ ସରଳ କରିବା ପାଇଁ ଡ୍ରୋନ ପଦ୍ଧତି ସହ ନୂଆ ନୂଆ ଟେକ୍ନୋଲୋଜି ତିଆରି ହୋଇଛି । ତେଣୁ ବର୍ତ୍ତମାନ ସମୟରେ ଚାଷୀଙ୍କ ଆତ୍ମବିଶ୍ୱାସ ବଢାଇବା ଦରକାର ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବା ନେଇ ବୟାନ ନେଇ ଗଣମାଧ୍ୟମ ପ୍ରଶ୍ନରେ ସେ କହିଛନ୍ତି ଗଣତନ୍ତ୍ରରେ ସମସ୍ତେ ନିଜ ନିଜ ମତ ରଖିପାରିବେ । ଦେଶରେ ପ୍ରଧାନମନ୍ତ୍ରୀ ପାଇଁ କୌଣସି ପଦବୀ ଖାଲି ନାହିଁ । ଦେଶର ନାଗରିକମାନେ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥାପ୍ରକଟ କରିଛନ୍ତି । ଗରିବ, ମହିଳା, ପଛୁଆ, ବଞ୍ଚିତ ବର୍ଗ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଧାନମନ୍ତ୍ରୀର ଦାୟିତ୍ୱ ଦେଇଛନ୍ତି । ୨୦୨୪ରେ ମଧ୍ୟ ଏନଡିଏର ବିଜୟ ହେବ ଏବଂ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶର ଦାୟିତ୍ୱ ଦେବେ, ଏହା ନିଃସନ୍ଦେହ ।

ସେହିପରି ପଶ୍ଚିମବଙ୍ଗରେ ଲୋକସଭା ପ୍ରବାସର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପଶ୍ଚିମବଙ୍ଗର ଯାଦବପୁର ଓ ସୋନାରପୁର ଉତ୍ତର ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକର୍ତ୍ତାଙ୍କ ସାଂଗଠନିକ ବୈଠକରେ ଯୋଗ ଦେଇଥିଲେ । ସାଂଗଠନିକ ବୈଠକରେ ଲୋକସଭା ପ୍ରବାସ କମିଟି ସଦସ୍ୟ, ଜିଲ୍ଲା ପ୍ରଭାରୀ, ମୋର୍ଚ୍ଚା ସଭାପତି, ବିଧାନସଭା କ୍ଷେତ୍ରର ପ୍ରଭାରୀ, ଆବାହକ ଏବଂ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହ ବୈଠକରେ ଯୋଗଦେଇଥିଲେ । ଯାଦବପୁର ଲୋକସଭା କ୍ଷେତ୍ରର କାର୍ଯ୍ୟକର୍ତ୍ତା ବିଶ୍ୱଜତ ମଣ୍ଡଳଙ୍କ ଘରେ ମଧ୍ୟାହ୍ଣ ଭୋଜନ କରିଥିଲେ । ‘ପୂର୍ବୋଦୟ’ ସେମିନାରରେ ପୂର୍ବ ଭାରତର ବିକାଶ କଥା କହିଥିଲେ । ଏହାବ୍ୟତିତ ରାଧାନଗର, ଦକ୍ଷୀଣ ୨୪ ପରଗନା ସ୍ଥିତ ପ୍ରସିଦ୍ଧ ସୀତଲା ମାତା ମନ୍ଦିରରେ ମଧ୍ୟ ଶ୍ରୀ ପ୍ରଧାନ ଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here