ବ୍ୟକ୍ତିଗତ ସଚିବଙ୍କ ବାରମ୍ବାର ନିୟମ ଉଲ୍ଲଂଘନର ଅଭିଯୋଗ କେନ୍ଦ୍ରରୁ ଆସୁଛି, ମୁଖ୍ୟ ଶାସନ ସଚିବ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି?

0
346
ବ୍ୟକ୍ତିଗତ ସଚିବଙ୍କ ବାରମ୍ବାର ନିୟମ ଉଲ୍ଲଂଘନର ଅଭିଯୋଗ କେନ୍ଦ୍ରରୁ ଆସୁଛି, ମୁଖ୍ୟ ଶାସନ ସଚିବ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି? ରାଜ୍ୟର ମୁଖ୍ୟ ଶାସନ ସଚିବ ରହସ୍ୟଜନକ ନୀରବତା ଭାଙ୍ଗି ନିଜର ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ ।, ବିଜେପି ରାଜ୍ୟ ମୁଖପାତ୍ର Satya Panda said on Monday.

By Our Correspondent

BHUBANESWAR: ବ୍ୟକ୍ତିଗତ ସଚିବଙ୍କ ବାରମ୍ବାର ନିୟମ ଉଲ୍ଲଂଘନର ଅଭିଯୋଗ କେନ୍ଦ୍ରରୁ ଆସୁଛି, ମୁଖ୍ୟ ଶାସନ ସଚିବ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି? ରାଜ୍ୟର ମୁଖ୍ୟ ଶାସନ ସଚିବ ରହସ୍ୟଜନକ ନୀରବତା ଭାଙ୍ଗି ନିଜର ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ ।, ବିଜେପି ରାଜ୍ୟ ମୁଖପାତ୍ର Satya Panda said on Monday.

ବିଜେପି ସଭାପତିଙ୍କ ସହ ଅନେକ ନେତୃବୃନ୍ଦ ଡିଓପିଟି ବିଭାଗରେ ବ୍ୟକ୍ତିଗତ ସଚିବଙ୍କ ନିୟମ ଉଲ୍ଲଂଘନ ନେଇ ଅଭିଯୋଗ କରିଛନ୍ତି, ସେହି ପତ୍ରର ପ୍ରତ୍ୟୁତର ପାଇଲା ପରେ ବି ଯିଏ ବିଭାଗର ଅଧିକାରୀ ସୁରେନ୍ଦ୍ର କୁମାର ଏ ପର୍ଯ୍ୟନ୍ତ ସେହି ଚିଠି ଗୁଡିକୁ ନିଜ ପାଖରେ ଚାପିକି ରଖିଛନ୍ତି।

ସର୍ବଭାରତୀୟ ସେବା ନିୟମ ଅନୁସାରେ ଅଧିକାଂଶ କ୍ଷେତ୍ରରେ ଏଭଳି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ରାଜ୍ୟ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ, ଯାହାକୁ ଓଡ଼ିଶା ସରକାର ଅଣଦେଖା କରୁଥିବା କାରଣରୁ ରାଜ୍ୟ ପାଇଁ ବଡ ବିପଦକୁ ଆମନ୍ତ୍ରଣ କଲା ଭଳି ଲାଗୁଛି।

ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଯଦି ବିଭିନ୍ନ ଅଂଚଳକୁ ଯାଇ ଜିଲ୍ଲାର ବିକାଶ ଓ ସମସ୍ୟା ବୁଝିବେ ତାହେଲେ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ, ସରପଂଚମାନଙ୍କ ଭୂମିକା କ’ଣ? ବ୍ୟକ୍ତିଗତ ସଚିବଙ୍କ ପାଇଁ କ’ଣ ଗସ୍ତର ପୂର୍ବ ପ୍ରସ୍ତୁତି କରାଇବା ଓ ଚେୟାର ପକାଇବା ସହ ମଂଚ ବାନ୍ଧିବା ଜନପ୍ରତିନିଧିଙ୍କ ଭୂମିକା କି?

ବ୍ୟକ୍ତିଗତ ସଚିବ ସ୍ୱତନ୍ତ୍ର ପ୍ଲେନ ଓ ହେଲିକପ୍ଟରରେ ବିଭିନ୍ନ ଜିଲ୍ଲାକୁ ଯାଇ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସହ ସଭା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଯାହା ପିସି ଟଙ୍କା ବୋଲି ଚର୍ଚ୍ଚା ହେଉଛି ଏବଂ ନାଟକୀୟ ଢଙ୍ଗରେ ଲୋକ ସମସ୍ୟାକୁ ବୁଝିବାର ବାହାନା କରି ଆତ୍ମପ୍ରଚାର କରୁଛନ୍ତି।

ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ଦେବୀ ମିଶ୍ର ବ୍ୟକ୍ତିଗତ ସଚିବଙ୍କୁ ରାଜନୀତିରେ ବଂଚାଇ ରଖିବା ପାଇଁ ବୋଧେ ତାଙ୍କ ସପକ୍ଷରେ ଯୁକ୍ତି ବାଢିବାକୁ ବାଧ୍ୟ ହେଉଛନ୍ତି। ଏହି ନେତାଙ୍କୁ ବ୍ୟକ୍ତିଗତ ସହାୟକଙ୍କ ମଂଚ ବାନ୍ଧିବା ଓ ଚେୟାର ପକାଇବା ଖୁସି ଲାଗୁଛି, ତେବେ କିଛି କହିବାର ନାହିଁ, ସେ ତାଙ୍କ ବିବେକକୁ ପଚାରିକି କାର୍ଯ୍ୟ କରନ୍ତୁ। -ବିଜେପି ରାଜ୍ୟ ମୁଖପାତ୍ର.

LEAVE A REPLY

Please enter your comment!
Please enter your name here