ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ମାଲେସିଆରୁ ଫେରୁଛି ଓଡିଆ ଯୁବକଙ୍କ ମରଶରୀର

0
45
BJP National VP , Baijayant Jay Panda -file

By Our Correspondent

BHUBANESWAR:  ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ମାଲେସିଆରେ ଫସିଥିବା ମୃତ ଓଡିଆ ଯୁବକ ଜ୍ୟୋତିରଞ୍ଜନ ସାହୁଙ୍କ ମରଶରୀର ପେବୃୟାରୀ ୨୨ ତାରିଖରେ କୋଲଲତା ବିମାନ ବନ୍ଦରରେ ପହଞ୍ଚିବ। ଜ୍ୟୋତିରଞ୍ଜନଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଶ୍ରୀ ପଣ୍ଡା ମାଲେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଥିଲେ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କଳଖନ୍ଦା ଗ୍ରାମର ଜଗବନ୍ଧୁ ସାହୁଙ୍କ ପୁଅ ଜ୍ୟୋତିରଞ୍ଜନ ମାଲେସିଆ ଠାରେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ଗତ ଫେବୃୟାରୀ ୧୬ ତାରିଖରେ କୌଣସି କାରଣରୁ ତାଙ୍କର ସେଠାରେ ମୃତ୍ୟୁ ହୋଇଥିବା ଜ୍ୟୋତିରଞ୍ଜନଙ୍କ ସହର୍କମୀ ପରିବାର ଲୋକଙ୍କୁ ଜଣାଇଥିଲେ। ଜ୍ୟୋତିରଞ୍ଜନଙ୍କ ପିତା ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ।

ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। ଦୂତାବାସ ପକ୍ଷରୁ ଶ୍ରୀ ପଣ୍ଡାଙ୍କୁ ମିଳିଥିବା ପତ୍ର ଅନୁଯାୟୀ ଜ୍ୟୋତିରଞ୍ଜନଙ୍କ ମରଶରୀର  ପେବୃୟାରୀ ୨୨ ତାରିଖରେ କୋଲଲତା ବିମାନ ବନ୍ଦରରେ ପହଞ୍ଚିବ ଓ ସେଠାରୁ ତାଙ୍କ ଗ୍ରାମକୁ ନିଆଯିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here