ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାରେ ଆୟୋଜିତ ‘ପଦଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
334

By Our Correspondent

SAMBALPUR/JHARSUGUDA: କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ଅବସରରେ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲା ଗସ୍ତ କରିଥିଲେ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବା ପରେ ବିମାନବନ୍ଦର ପରିସରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସମେତ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିହାରୀରାମ ତନ୍ତି, ଜାମ୍ବବତୀ ଦେବୀ, ଚିନ୍ତାମଣି ପୂଜାରୀ, ଲକ୍ଷ୍ମୀ ନାରାୟଣ ମିଶ୍ର, ଶହୀଦ କରୁଣାକର ସିଂହ, ଗଣେଶ ଉପାଧ୍ୟାୟ ଓ ତୁଳସୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାରେ ଆୟୋଜିତ ‘ପଦଯାତ୍ରା’ରେ ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ସାମିଲ ହୋଇଥିଲେ । ଏହି ମହାନ ସଂଗ୍ରାମୀଙ୍କ ଦାୟାଦଙ୍କୁ ଭେଟିବା ସହ ଗୁରୁଜନ ମାନଙ୍କୁ ଭେଟି ଆଲୋଚନା କରିଥିଲେ ଶ୍ରୀ ପ୍ରଧାନ ।

ପରାକ୍ରମ ଦିବସ ଅବସରରେ ଆଇଆଇଏମ ଏବଂ ଆଇସିଏଚଆର ଦ୍ୱାରା ଆୟୋଜିତ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସଂଗ୍ରାମୀ ମାନଙ୍କ ଫଟୋ ପ୍ରଦର୍ଶନୀକୁ ଉଦଘାଟନ କରିବା ସହ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ ।

ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସମେତ ଅନ୍ୟାନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ । ସ୍କୁଲରେ ‘ଏଗଜାମ ଓ୍ୱାରିୟର୍ସ’ କଥାବସ୍ତୁ ଉପରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନଙ୍କର କଳା ପ୍ରତିଭା ଦେଖି ଖୁସିବ୍ୟକ୍ତ କରିବା ସହ  ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ପୁସ୍ତକ “ଏଗଜାମ ୱାରିୟର୍ସ” ପ୍ରଦାନ କରିଥିଲେ । ଏହି ପୁସ୍ତକକୁ ପଢି ଛାତ୍ରଛାତ୍ରୀମାନଙ୍କ ଆତ୍ମବିଶ୍ୱାସ ବଢିବ  । ପରୀକ୍ଷା ଚାପକୁ କମ୍ କରିବାରେ ଏହି ପୁସ୍ତକ ଫଳପ୍ରଦ ହେବ ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here