ବିଜେପିର ଏଥରର ସଂକଳ୍ପ ପତ୍ର ଭାରତର 4 ମଜବୁତ ସ୍ତମ୍ଭ – ଯୁବଶକ୍ତି, ନାରୀଶକ୍ତି , ଗରିବ ଏବଂ କୃଷକଙ୍କୁ ସଶକ୍ତ କରୁଛି- ପ୍ରଧାନମନ୍ତ୍ରୀ

0
64

By Our Correspondent

NEW DELHI/BHUBANESWAR:  ବିଜେପିର ଏଥରର ସଂକଳ୍ପ ପତ୍ର ଭାରତର 4 ମଜବୁତ ସ୍ତମ୍ଭ – ଯୁବଶକ୍ତି, ନାରୀଶକ୍ତି , ଗରିବ ଏବଂ କୃଷକଙ୍କୁ ସଶକ୍ତ କରୁଛି । ଆମର ଲକ୍ଷ୍ୟ ଲୋକଙ୍କ ଜୀବନଧାରଣର ମାନ ଏବଂ ଗୁଣବତ୍ତା ବୃଦ୍ଧି କରିବା ସହ ନିଯୁକ୍ତି ଏବଂ ନିବେଶ ବୃଦ୍ଧି କରିବା ଅଟେ । – ପ୍ରଧାନମନ୍ତ୍ରୀ

ମୋଦୀଙ୍କ ଗ୍ୟାରେଣ୍ଟି ହେଉଛି ନିଃଶୁଳ୍କ ରାସନ ଯୋଜନାକୁ ଆଗାମୀ 5 ବର୍ଷ ପାଇଁ ଜାରି ରଖିବା ।ଆମେ ଏହା ସୁନିଶ୍ଚିତ କରିବୁ ଯେ ଗରିବର ଭୋଜନ ଥାଳି ପୋଷଣ ଯୁକ୍ତ ହେଉ, ତାଙ୍କ ମନକୁ ସନ୍ତୋଷ ଦେଉଥିବା ଭଳି ହେଉ , ସୁଲଭ ହେଉ ଏବଂ ଶସ୍ତା ହେଉ। – ପ୍ରଧାନମନ୍ତ୍ରୀ

ଏବେ ବିଜେପି ସଂକଳ୍ପ ନେଉଛି ଯେ 70 ବର୍ଷ ଆୟୁ ଉପରେ ସମସ୍ତ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନକୁ ଅଣାଯିବ।70 ବର୍ଷରୁ ଅଧିକ ସମସ୍ତ ବୃଦ୍ଧବୃଦ୍ଧାଙ୍କୁ , ସେମାନେ ଗରିବ ହୁଅନ୍ତୁ କି ମଧ୍ୟମ ବର୍ଗର କିମ୍ବା ଉଚ୍ଚ ମଧ୍ୟମ ବର୍ଗର ହୁଅନ୍ତୁ , ସେମାନଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଃଶୁଳ୍କ ଚିକିତ୍ସାର ସୁବିଧା ମିଳିବ.

ବିଜେପି ସରକାର ଗରିବଙ୍କୁ 4 କୋଟି ପକ୍କା ଘର ପ୍ରଦାନ କରିଛି ।ଏବେ ଯାହା ଅତିରିକ୍ତ ତଥ୍ୟ ରାଜ୍ୟ ସରକାରଙ୍କ ଠାରୁ ମିଳିଛି , ସେହି ପରିବାର ବିଷୟରେ ଚିନ୍ତା କରି ଆମେ ଆଉ 3 କୋଟି ଘର ନିର୍ମାଣ କରିବାର ସଂକଳ୍ପ ନେଇ ଆଗକୁ ବଢୁଛୁ ।- ପ୍ରଧାନମନ୍ତ୍ରୀ.

ଆମ ସଂକଳ୍ପ ପତ୍ର ହେଉଛି ଯୁବ ଭାରତର ଆକାଂକ୍ଷାର ପ୍ରତିବିମ୍ବ ।ଗତ 10 ବର୍ଷରେ ଦେଶର 25 କୋଟିରୁ ଅଧିକ ଲୋକ ବହୁମୁଖୀ ଦାରିଦ୍ର୍ୟ ସୀମାରେଖାରୁ ବାହାରକୁ ବାହାରିଛନ୍ତି । ଏହା ଫଳାଫଳ ଉପରେ ବିଶ୍ୱାସ କରୁଥିବା ବିଜେପିର ପ୍ରତିବଦ୍ଧତାକୁ ଦର୍ଶାଉଛି । – ପ୍ରଧାନମନ୍ତ୍ରୀ.

ଭାରତ ଆଜି ମହିଳାଙ୍କୁ ନେଇ ବିକାଶରେ ଦୁନିଆକୁ ଦିଗଦର୍ଶନ ଦେଉଛି ।ଗତ 10 ବର୍ଷରେ ମହିଳାଙ୍କ ଗାରିମା, ମହିଳାଙ୍କ ପାଇଁ ନୂଆ ଅବସରକୁ ସମର୍ପିତ ରହି ଆସିଛି । ଆଗାମୀ 5 ବର୍ଷ ମଧ୍ୟ ନାରୀଶକ୍ତିର ନୂଆ ଭାଗିଦାରୀର ହେବ । – ପ୍ରଧାନମନ୍ତ୍ରୀ.

ଏହା ହିଁ ସବକା ସାଥ, ସବକା ବିକାଶର ଭାବ ରହିଛି ଏବଂ ଏହା ବିଜେପିର ସଂକଳ୍ପ ପତ୍ରର ମୂଳଭୂତ ଅଟେ। 10 ବର୍ଷରେ ଆମେ ଦିବ୍ୟାଙ୍ଗଙ୍କ ପାଇଁ ଅନେକ ସୁବିଧା ପ୍ରଦାନ କରିଛୁ । ଦିବ୍ୟାଙ୍ଗ ସାଥୀମାନଙ୍କୁ ପିଏମ ଆବାସ ଯୋଜନାରେ ପ୍ରାଥମିକତା ପ୍ରଦାନ କରାଯିବ ଏବଂ ସେମାନଙ୍କ ଆବଶ୍ୟକତା ଅନୁସାରେ ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । – ପ୍ରଧାନମନ୍ତ୍ରୀ.

ସହକାରିତା ମାଧ୍ୟମରେ ସମୃଦ୍ଧିର ଲକ୍ଷ୍ୟରେ ଯାଇ ବିଜେପି ରାଷ୍ଟ୍ରୀୟ ସହକାରିତା ନୀତି ନେଇ ଆସିବ।ସମଗ୍ର ଦେଶରେ ଡ଼ାଇରୀ ଏବଂ ସମବାୟ ସମିତିର ସଂଖ୍ୟା ବହୁତ ମାତ୍ରାରେ ବୃଦ୍ଧି କରାଯିବ। – ପ୍ରଧାନମନ୍ତ୍ରୀ.

LEAVE A REPLY

Please enter your comment!
Please enter your name here