ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ୭୪ ଜଣ ପୋଲିସ କର୍ମଚାରୀ ନିୟୋଜିତ, ବାର୍ଷିକ ୩ କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି , ହେଲିକପ୍ଟରରେ ବସି ଖର୍ଚ୍ଚ କରିଛନ୍ତି ୫୨ କୋଟି

0
112
ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ୭୪ ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ବାର୍ଷିକ ୩ କୋଟି (Three crores ) ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ହେଲିକପ୍ଟରରେ ବସି ଖର୍ଚ୍ଚ କରିଛନ୍ତି ୫୨ କୋଟି, RTI activists, Pradip Pradhan, Prakash Chandra Das and Srikant Paikal said on Friday.

By Our Correspondent

BHUBANESWAR:  ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ୭୪ ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ବାର୍ଷିକ ୩ କୋଟି (Three crores ) ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ହେଲିକପ୍ଟରରେ ବସି ଖର୍ଚ୍ଚ କରିଛନ୍ତି ୫୨ କୋଟି, RTI activists, Pradip Pradhan, Prakash Chandra Das and Srikant Paikal said on Friday.

ପାଣ୍ଡିଆନଙ୍କୁ କାହିଁକି ଏତେ ସଂଖ୍ୟକ ପୋଲିସ୍ ସୁରକ୍ଷା ଦିଆଯାଇଛି? ଏହାର ଜବାବ ନବୀନ ସରକାର ଓ ପୋଲିସ ପ୍ରଶାସନ ଜବାବ ଦିଅନ୍ତୁ ।ପାଣ୍ଡିଆନ ଜଣେ ଡରୁଆ ଓ ଭୟାଳୁ ନେତା? ଯଦି ଲୋକ ପ୍ରିୟତା ଅଛି ତେବେ ଡର କାହାକୁ?

ପାଣ୍ଡିଆନ ନିଜକୁ ସମ୍ରାଟ ଭାବୁଛନ୍ତି ତେଣୁ ତାଙ୍କର ଅହଙ୍କାର ଓ ଔଦ୍ଧତାମି ଏତେ ବଢି ଯାଇଛି ଯେ ସେ ରାଜ୍ୟରେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି, ଗରିବ ଲୋକଙ୍କ ଟିକସ ଟଙ୍କାରେ ଏଭଳି ପୋଲିସ ସୁରକ୍ଷା ନେଇ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବର୍ବାଦ କରୁଛନ୍ତି ।

ଅନ୍ୟ କେଉଁ ଦଳର ନେତାଙ୍କୁ କେତେ ଜଣ  ପୋଲିସ ସୁରକ୍ଷା ଦିଆଯାଇଛି? ସାଧାରଣ ଗରିବ ଲୋକଙ୍କ ଟଙ୍କାକୁ ଯେଉଁ ଭଳି ଅପବ୍ୟବହାର କରାଯାଉଛି ତାହାକୁ ଓଡ଼ିଶା ବାସୀ କେବେ ବରଦାସ୍ତ କରିବେ ନାହିଁ ଓ କ୍ଷମା ଦେବେନାହିଁ ।

ଆମ୍ଭେ ଦାବି କରୁଛୁ ତୁରନ୍ତ ଭି.କେ ପାଣ୍ଡିଆନଙ୍କ ପୋଲିସ ସୁରକ୍ଷା ପ୍ରତ୍ୟାହାର କରାଯାଉ । ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ଯେତେ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏହାର ଭରଣା ପାଣ୍ଡିଆନଙ୍କ ଠାରୁ କରାଯାଉ । ନଚେତ୍ ଆମେ ଆନ୍ଦୋଳନ କରିବା ସହିତ କୋର୍ଟ ଙ୍କ ଦ୍ଵାରସ୍ତ ହେବୁ ।

ହେଲିକପ୍ଟରରେ ବସି ଖର୍ଚ୍ଚ କରିଛନ୍ତି ୫୨ କୋଟି, ପ୍ରାଇଭେଟ୍ ଜେଟ୍ ଚାଟାର୍ଡ ଫ୍ଲାଇଟରେ ବସି ଖର୍ଚ୍ଚ କରିଛନ୍ତି ୫୦ କୋଟି ଟଙ୍କା..ଗତ ୨ ବର୍ଷ ଭିତରେ ବିଲ୍ ଦିଆଯାଇଛି ୪୫ କୋଟି ଟଙ୍କା.. ଚାଟାର୍ଡ ଫ୍ଲାଇଟରେ ଏମିତି କିଏ ବୁଲୁଛି ?

LEAVE A REPLY

Please enter your comment!
Please enter your name here