ବିଜେଡିର ଗୁମାସ୍ତା ଓ ନିଜକୁ ସାଆନ୍ତ ଭାବୁଥିବା ଲୋକମାନେ ପ୍ରସ୍ତାବିତ ପାଇକ ବିଦ୍ରୋହ ସ୍ମାରକୀ କାମକୁ ଦିଗହରା କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି- ବକ୍ସି ଜଗବନ୍ଧୁଙ୍କ ଦାୟଦ

0
281
ପାଇକ ବିଦ୍ରୋହ ସ୍ମାରକୀକୁ ନେଇ ବିଜେଡ଼ିର ଆଭିମୁଖ୍ୟକୁ ମୁଁ ନିନ୍ଦା କରୁଛି । ବିଜେଡିର ଗୁମାସ୍ତା ଓ ନିଜକୁ ସାଆନ୍ତ ଭାବୁଥିବା ଲୋକମାନେ ପ୍ରସ୍ତାବିତ ପାଇକ ବିଦ୍ରୋହ ସ୍ମାରକୀ କାମକୁ ଦିଗହରା କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି , said ବକ୍ସି ଜଗବନ୍ଧୁଙ୍କ ଦାୟଦ ତଥା ବ୍ରହ୍ମଗିରି ବିଧାୟକ ଓ ରାଜ୍ୟ ଉପସଭାପତି Lalitendu Bidyadhar Mohapatra.

By Our Correspondent

BHUBANESWAR:  ପାଇକ ବିଦ୍ରୋହ ସ୍ମାରକୀକୁ ନେଇ ବିଜେଡ଼ିର ଆଭିମୁଖ୍ୟକୁ ମୁଁ ନିନ୍ଦା କରୁଛି । ବିଜେଡିର ଗୁମାସ୍ତା ଓ ନିଜକୁ ସାଆନ୍ତ ଭାବୁଥିବା ଲୋକମାନେ ପ୍ରସ୍ତାବିତ ପାଇକ ବିଦ୍ରୋହ ସ୍ମାରକୀ କାମକୁ ଦିଗହରା କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି , said ବକ୍ସି ଜଗବନ୍ଧୁଙ୍କ ଦାୟଦ ତଥା ବ୍ରହ୍ମଗିରି ବିଧାୟକ ଓ ରାଜ୍ୟ ଉପସଭାପତି Lalitendu Bidyadhar Mohapatra.

ଦେଶର ଦୁଇ ଜଣ ପୂର୍ବତନ ମାନ୍ୟବର ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀ, ଶ୍ରୀ ରାମନାଥ କୋବିନ୍ଦ ଏବଂ ବର୍ତମାନର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ପାଇକ ବିଦ୍ରୋହ ବାବଦରେ ବହୁତ କିଛି କଥା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ପାଇକ ସଂଗ୍ରାମୀଙ୍କ ଦାୟଦଙ୍କୁ ଭେଟିବା ସହ ସମ୍ବର୍ଦ୍ଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଅର୍ଥର ବ୍ୟୟବରାଦ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଏନସିଇଆରଟି ପାଠ୍ୟକ୍ରମରେ ପାଇକ ବିଦ୍ରୋହ ବିଷୟକୁ ସାମିଲ କରାଯାଇଛି । ଏଥିପାଇଁ ଓଡ଼ିଶା ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ  ।

ପାଇକ ବିଦ୍ରୋହକୁ ନେଇ ଜାତୀୟ ସ୍ତରରେ ବିଦ୍ରୋହୀ ଧାରାବାହିକ ପ୍ରସାରଣ ହୋଇଛି, ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ । ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରଣରୁ ସମ୍ଭବ ହୋଇଛି  । ବିଦ୍ରୋହୀ ଧାରାବାହିକକୁ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ଦିଲ୍ଲୀରେ ଦେଖିବା ସମୟରେ ସେହି କାର୍ଯ୍ୟକ୍ରମରେ ବିଜେଡ଼ି ସାଂସଦମାନେ ଉପସ୍ଥିତ ଥିଲେ  । ବିଜେଡ଼ିର ନୂଆ ନୂଆ ସାଜିଥିବା ସାଆନ୍ତ ଓ ଗୁମାସ୍ତାମାନେ ସେମାନଙ୍କ ଦଳର ସାଂସଦମାନଙ୍କୁ ପଚାରନ୍ତୁ, ଆମର ପ୍ରିୟ ଗୃହମନ୍ତ୍ରୀ ଅମିତ ଶାହ ସେହି ଦିନ ବକ୍ସି ଜଗବନ୍ଧୁ ଓ ପାଇକ ବିଦ୍ରୋହ ବିଷୟରେ କଣ କହିଥିଲେ ଓ ସେ ତାଙ୍କ ବିଷୟରେ କଣ କଣ ଜାଣିଛନ୍ତି  ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା କାରଣରୁ ଓଡ଼ିଆ ଜାତିର ଅସ୍ମିତା ପାଇକ ବିଦ୍ରୋହ ସ୍ମାରକୀ କାମ ଆଗକୁ ବଢୁଛି  । କେବଳ ଏତିକି ନୁହେଁ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଓଡ଼ିଶାର ଅନେକ ଅନାଲୋଚିତ ବୀରତ୍ୱ ମାନଙ୍କ କଥା ଦେଶ ଓ ବିଶ୍ୱରେ ପହଁଚିଛି  । ଅପରପକ୍ଷରେ ପାଇକ ବିଦ୍ରୋହ ସ୍ମାରକୀ ନ କରାଇ ଦେବା ପାଇଁ ବିଜେଡିର ନିଜକୁ ସାଆନ୍ତ ଓ ଗୁମାସ୍ତା ଭାବୁଥିବା ଲୋକମାନେ ଷଡଯନ୍ତ୍ର ରଚିଛନ୍ତି  । ପାଇକ ସ୍ମାରକୀ ପାଇଁ କେନ୍ଦ୍ର ସଂସ୍କୃତି ବିଭାଗ ୫୦ ଏକର ଜମି ମାଗି ଥିବା ବେଳେ ରାଜ୍ୟ ସରକାର ମାତ୍ର ୯.୫ ଏକର ଜମି ଦେଇଛନ୍ତି  । ବର୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲା ଡିଏଫଓଙ୍କ ଦାବି ଅନୁସାରେ ୭୭୯ଟି ଗଛ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ପାଇଁ ଇଣ୍ଡିଆନ ଅଏଲ ପକ୍ଷରୁ ୫୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇସରିଛି  ।

 ରାଜ୍ୟ ସରକାରଙ୍କର ଜାଗା ଦେବାରେ ବିଳମ୍ବ ହେବା କାରଣରୁ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ସ୍ଥାନରୁ ବିଦ୍ୟୁତ୍ ଖୁଂଟ ଓ ଗଛ ସ୍ଥାନାନ୍ତରରେ ବିଳମ୍ବ ହୋଇଛି  । ଯାହା ପାଇକ ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅସମ୍ମାନକୁ ଦର୍ଶାଉଛି । ପାଇକ ସଂଗ୍ରାମୀଙ୍କ ସ୍ମୃତି ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାରେ ଘୋର ଅଭାବ ରହିଛି  । ଟାଳଟୁଳ ନୀତି ଅବଲମ୍ବନ ନ କରି ରାଜ୍ୟ ସରକାର ସ୍ମାରକୀ ନିର୍ମାଣ ପାଇଁ ସହଯୋଗୀ ହୁଅନ୍ତୁ  । ଆଗାମୀ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠାଯିବ, Mohapatra said.

LEAVE A REPLY

Please enter your comment!
Please enter your name here