ବିକ୍ରମ ସେନାପତି ଙ୍କୁ ସୂଚନା କମିଶନ ପଦବୀରୁ ବହିଷ୍କାର ପାଇଁ ଓଡ଼ିଶା ସୂଚନା ଅଧିକାର ଅଭିଯାନ  ତରଫରୁ ଗଣଧାରଣା

    0
    1269

    By Our Correspondent

    BHUBANESWAR: ସୂଚନା କମିଶନର ଶ୍ରୀ ବିକ୍ରମ ସେନାପତି କେଶ ଶୁଣାଣି ସମୟରେ  ସୂଚନା ଅଧିକାର କର୍ମୀଙ୍କୁ    ଅସୌଜନ୍ୟ  ବ୍ୟବହାର  ପ୍ରଦର୍ଶନ ଓ ଗାଳିଗୁଲଜ କରିବା,  ତଥ୍ୟପ୍ରଦାନ ନକରିଵା , ଅଭଦ୍ରଚିତ ବ୍ୟବହାର କରିବା ଏବଂ ତାଙ୍କ ଆଦେଶ ବିରୁଦ୍ଧରେ ହାଇକୋର୍ଟ ଯିବାପାଇଁ ଧମକ ଦେବା ଇତ୍ୟାଦି ବିରୁଦ୍ଧରେ ପ୍ରତିବାଦ କରି ତାଙ୍କୁ ସୂଚନା କମିଶନ ପଦବୀରୁ  ବହିଷ୍କାର ଦାବି କରି ଶତାଧିକ ସୂଚନା ଅଧିକାର କର୍ମୀ ଧାରଣା ଦେଇଥିଲେ ଏବଂ ମୁଖ୍ୟ ସୂଚନା କମିଶନର ଙ୍କ ଅନୁପସ୍ଥିତିରେ  ସୂଚନା କମିଶନ ଅଫିସ ର ସେକ୍ରେଟାରୀ  ଙ୍କୁ  ସ୍ମାରକପତ୍ର ପ୍ରଦାନ କରିଥିଲେ ।

    ଏଠାରେ ସୂଚନାଯୋଗ୍ୟ, ଶ୍ରୀ ବିକ୍ରମ ସେନାପତି ସୂଚନା କମିଶନର ଭାବେ ତା 09.09.2020 ରେ ଯୋଗଦେଲେ ସେହିଦିନ ଠାରୁ  ଲଗାତାର ଭାବେ କେଶ ଶୁଣାଣି ସମୟରେ ସୂଚନା ଆବେଦନକାରୀ , ବରିଷ୍ଠ  ନାଗରିକ ମାନଙ୍କୁ ,ଦଳିତ କର୍ମୀ ମାନଙ୍କୁ   ଖରାପ ବ୍ୟବହାର ଓ ଗାଳିଗୁଲଜ କରିଆସୁଛନ୍ତି । ଅନେକ ସମୟରେ ସେ ସରକାରୀ କର୍ମଚାରୀ ଙ୍କ ସପକ୍ଷରେ ଯୁକ୍ତି କରୁଛନ୍ତି ।

    ଯେଉଁ ଜନସୂଚନା କର୍ମୀ ମାନେ ସୂଚନା ପ୍ରଦାନ ନକରି ଏଠାରେ ଶୁଣାଣି ସମୟରେ ଉପସ୍ଥିତ ରହୁଛନ୍ତି ,ତାଙ୍କୁ ସୂଚନ ପ୍ରଦାନ କରିବା ପାଇଁ ନିଁର୍ଧେଶ ଦେବା ବଦଳରେ ତାଙ୍କ ପକ୍ଷ ନେଇ ଆବେଦନକାରୀଙ୍କ ପାଇଁ ଯୁକ୍ତି କରନ୍ତି , ଆବେଦନକାରୀ ସୂଚନା ପାଇନାହିଁ ବୋଲି ଯୁକ୍ତି ରଖିଲେ , ବିକ୍ରମ ସେନାପତି ତାଙ୍କୁ କହୁଛନ୍ତି ତୁମେ କାହିଁକି ସୂଚନ ମାଗୁଛ , ତମକୁ କିଏ ସୂଚନା ମାଗିବାପାଇଁ କହିଥିଲା ,ସୂଚନା ନେଇ କଣ କରିବା , ତମେ କଣ ସୂଚନା ନେଇ ଡ଼ିଲ  କରିବ କି ,ଏପରିକି ଆବେଦଦନ କାରି ତାଙ୍କ ଆଦେଶ ଉପରେ  ଅସନ୍ତୁଷ୍ଟ ହେଲେ ସେ ତାଙ୍କ ଆଦେଶ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟ ଯିବା ପାଇଁ ଧମକ ଦିଅନ୍ତି .

     କେଶ ଶୁଣାଣି ସମୟରେ ଭଦ୍ରକ ଜିଲ୍ଲାର ଦଳିତ ସାମାଜିକ କର୍ମୀ ଶ୍ରୀ ଅମୂଲ୍ୟ ମାଝୀ ଙ୍କୁ ଶ୍ରୀ ସେନାପତି  ଜାତିଗତ ଆକ୍ଷେପ କରି ଖରାପ ବ୍ୟବହାର କରିଥିଲେ । ଯାହା ବିରୁଦ୍ଧରେ ଅମୂଲ୍ୟ ଖାରବେଳ ଥାନାର ଅଭିଯୋଗ କରିବା ସହ ଶ୍ରୀ ସେନାପତି ଙ୍କ ଗିରଫ ଦାବି କରିଥିଲେ । ସେହିପରି ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ, ଶ୍ରୀକାନ୍ତ ପାକଳ , ବାଲେଶ୍ଵର ର ଜଣେ ଛାତ୍ର  ଚନ୍ଦନ କୁମାର ମାଝୀ ,  କେନ୍ଦ୍ରାପଡା ର ସୂଚନା ଅଧିକାର କର୍ମୀ ମନୋରଞ୍ଜନ ଜେନା , କଟକର ଜିତେନ୍ଦ୍ର ସାହୁ , ଭଦ୍ରକ ର ପ୍ରକାଶ ଜେନା , ବାଲେଶ୍ୱରର ଅଶୋକ ଦତ୍ତ ଏବଂ ଆହୁରି ସଂଖ୍ୟାଧିକ କର୍ମୀଙ୍କୁ ଶ୍ରୀ ସେନାପତି ଏହି ପରି ଖରାପ ବ୍ୟବହାର କରିଥିଲେ । ଅନେକ ସାଧାରଣ ଲୋକ ଶ୍ରୀ ସେନାପତି ଙ୍କ ଦୁର୍ବବ୍ୟବହାର ର ଶିକାର ହୋଇ ମୁଖ୍ୟ ସୂଚନା କମିଶନର ଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ  କିଛି ଲାଭ ହୋଇନଥିଲା ।

    ଫଳରେ ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ପ୍ରକାଶ ଦାସଙ୍କ ନେତୃତ୍ୱରେ ଏକ ପ୍ରତିବାଦ  ଧାରଣା ଦିଆଯାଇ ଶ୍ରୀ ସେନାପତି ଙ୍କ ବହିଷ୍କାର ଦାବି କରାଯାଇଥିଲା । ଏହି ଧାରଣାରେ ଶତାଧିକ ସୂଚନା ଅଧିକାର କର୍ମୀ ଯୋଗ ଦେଇ ଶ୍ରୀ ସେନାପତି ଙ୍କ ବହିଷ୍କାର ଦାବି କରିବା ସହ  ସୂଚନା କମିଶନ ଅଫିସ ର ସେକ୍ରେଟାରୀ  ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଧାରଣା କାର୍ଯ୍ୟକ୍ରମ ରେ ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ, ଶ୍ରୀକାନ୍ତ ପାକଳ, ଅମୂଲ୍ୟ ମାଝି, ସୁଧୀର  ମହାନ୍ତି, ବାଘାମ୍ବର ପଟ୍ଟନାୟକ, ସର୍ବେଶ୍ୱର ବେଉରା, ଜିତେନ୍ଦ୍ର ସାହୁ, ପ୍ରତାପ ମହାନ୍ତି, ଭୀମସେନ ବିଶ୍ୱାଳ , ପ୍ରକାଶ ଜେନା, ମନରଞ୍ଜନ ଜେନା, ଭକ୍ତି ରଂଜନ ପଲେଇ, ବିଷ୍ଣ ସେଠି , ପ୍ରଦ୍ୟୁମ୍ନ  ଜେନା, ନବକିଶୋର  ଦାସ, ସୁଦର୍ଶନ ଦାସ, ରାଜୀବ ଜେନା,ବସନ୍ତ ଜେନା, ଶଙ୍କର ପ୍ରଧାନ ସମେତ ପ୍ରାୟ ୬୦ ରୁ ଅଧିକ ସୂଚନା ଅଧିକାର କର୍ମୀ ଯୋଗ ଦେଇ ବହିଷ୍କାର ଦାବୀ କରିଥିଲେ ।. ଏବଂ ଏକଥା ମଧ୍ୟ ଚେତାବନୀ ଦେଇଛନ୍ତି ଯଦି ବିକ୍ରମ ସେନାପତି ତାଙ୍କର ବ୍ୟବହାର ନ ସୁଧରନ୍ତି ତେବେ ଆଗାମୀ ଦିନରେ ତାଙ୍କର ଶୁଣାଣି ବେଞ୍ଚ ଆଗରେ ଧାରଣା ଦିଆଯିବ

    LEAVE A REPLY

    Please enter your comment!
    Please enter your name here