ବିକ୍ରମ ଦେବ କଲେଜ କୁ ବିଶ୍ୱ ବିଦ୍ୟାଳୟ କରାଗଲା ବୋଲି ଘୋଷଣା କଲେ, ଏ ପର୍ଯ୍ୟନ୍ତ ପ୍ରଫେସର କି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ସୃଷ୍ଟି କରାଗଲା ନାହି

0
106

By Our Correspondent

BHUBANESWAR:  ୧.୬.୨୦୨୩ ମୁଖ୍ୟମନ୍ତ୍ରୀ   ଅନୁନ୍ନତ ଜିଲ୍ଲା କୋରାପୁଟ ର ଜୟପୁର ରେ ଥିବା ବିକ୍ରମ ଦେବ କଲେଜ କୁ  ବିଶ୍ୱ ବିଦ୍ୟାଳୟ  କରାଗଲା ବୋଲି ଘୋଷଣା କଲେ । ସେତେବେଳେ ମିଡିଆରେ  ଘନ ଘନ ଖବର ପ୍ରସାରଣ କରାଯାଇ ମୁଖ୍ୟମନ୍ତ୍ରୀଙ୍କ କୋରାପୁଟ ଜିଲ୍ଲାକୁ ସର୍ବଶ୍ରେଷ୍ଠ  ଅବଦାନ ବୋଲି ପ୍ରଚାର କରାଗଲା ।

ବାସ , ଏତିକିରେ କାମ ସରିଗଲା । ହାରାହାରି  ୧୦ ମାସ ବିତିଗଲା ,  ଏ ପର୍ଯ୍ୟନ୍ତ  ଉକ୍ତ  Bikram Dev University ରେ Professor କି Associate ବା ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ସୃଷ୍ଟି କରାଗଲା ନାହି । ଅଧିକ ଷ୍ଟାଫ ନିଯୁକ୍ତି କରାଗଲା ନାହି । ଅର୍ଥାତ୍ ଉକ୍ତ ଅନୁଷ୍ଠାନ ଟି ଏବେବି  କଲେଜ ଭଳି ଚାଲିଛି ।  ସେଦିନ ଆନନ୍ଦରେ ଗଦ ଗଦ ହୋଇ ପଡ଼ୁଥିବା ସ୍ଥାନୀୟ ବିଧାୟକ ସମ୍ପୂର୍ଣ ନୀରବ ।

ରାଜ୍ୟବାସୀ ଙ୍କୁ ଗଣମାଧ୍ୟମ ରେ ମିଛ ପ୍ରଚାର କରି ଲୋକଙ୍କୁ ଭୁଆଁ ବୁଲାଜାଏ ,  ତାହା ସମସ୍ତେ ନବୀନ ପଟ୍ଟନାୟକ ଙ୍କୁ ଶିଖିବାର ଅଛି , said RTI activist ପ୍ରଦୀପ ପ୍ରଧାନ

 

LEAVE A REPLY

Please enter your comment!
Please enter your name here