ବାୟୁମଣ୍ଡଳର ଉପରିଭାଗରେ  ପଶ୍ଚିମା-ନିମ୍ନ ଚାପ ରେଖା ସହ ଜଡିତ  ବାୟୁ ଚଳା-ଚଳ  ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ରାତ୍ରି ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା

0
170

By Our Correspondent

BHUBANESWAR:  ବାୟୁମଣ୍ଡଳର ଉପରିଭାଗରେ  ପଶ୍ଚିମା-ନିମ୍ନ ଚାପ ରେଖା ସହ ଜଡିତ  ବାୟୁ ଚଳା-ଚଳ  ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ଆକାଶ ଥିଲେ ବି, ବର୍ଷାର କୌଣସି ସମ୍ଭାବନା ନାହିଁ , ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ରାତ୍ରି ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା.

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରାରେ  ବୃଦ୍ଧି  ଘଟିଥିବାବେଳେ , ଆଗାମୀ ୨୪ଘଣ୍ଟା ମଧ୍ୟରେ  ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ରେ ଆହୁରି ୨ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି ଏବଂ ପରବର୍ତୀ ସମୟରେ ଏଥିରେ ବିଶେଷ ପରିବର୍ତନର  ସମ୍ଭାବନା ନାହିଁ |

ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବୃଦ୍ଧି ପାଇବ । ଏହାଦ୍ବାରା ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିବ ବୋଲି ଭୁବନେଶ୍ବରସ୍ଥିତ ପାଣିପାଗ ବିଭାଗ ସୂଚନା ଦେଇଛି.

LEAVE A REPLY

Please enter your comment!
Please enter your name here