ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ୧୫୯ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ

0
348

By Our Correspondent

PURI: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ପୁରୀ ଜିଲ୍ଲା ରୁ ଆଜି ୧୫୯ ଜଣ ବରିଷ୍ଠ ନାଗରିକ ଙ୍କୁ ତୀର୍ଥଯାତ୍ରାରେ ପ୍ରେରଣ କରାଯାଇଛି।

ଏହି ବରିଷ୍ଠ ନାଗରିକ ମାନେ ରାଜସ୍ଥାନ ର ଆଜମେର ଓ ପୁଷ୍କର ପରିଭ୍ରମଣ କରିବେ। ସେମାନେ ଆଜି ଭୂବନେଶ୍ୱର ରେ ରହିବେ ଓ ଆସନ୍ତାକାଲି ମଧ୍ୟାହ୍ନରେ ଯାତ୍ରା ଆରମ୍ଭ କରି  ଚଳିତ ମାସ ୯ ତାରିଖରେ ଓଡ଼ିଶା ଫେରିଆସିବାର କାର୍ଯ୍ୟକ୍ରମ ରହିଛି।ଏମାନଙ୍କ ସହାୟତା ପାଇଁ ୫ ଜଣ ସହାୟକ ମଧ୍ୟ ତାଙ୍କ ସହ ରହିଛନ୍ତି।

ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କୁମାର ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,କ୍ରୀଡା ଅଧିକାରୀ ଚନ୍ଦନ ସାହୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।ପର୍ଯ୍ୟଟନ ବିଭାଗର ବରିଷ୍ଠ କର୍ମଚାରୀ ମଳୟା ପ୍ରଧାନ, ସନ୍ତୋଷ କୁମାର ମହାନ୍ତି ଓ ଅନ୍ୟାନ୍ୟ କର୍ମଚାରୀ  ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ରେ ସହଯୋଗ କରିଥିଲେ।ସମସ୍ତ ଅଧିକାରୀ ମାନେ ତୀର୍ଥଯାତ୍ରୀ ମାନଙ୍କୁ ପୁଷ୍ପ ଗୁଛ ଦେଇ ଯାତ୍ରାର ଶୁଭ କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here