ବଜ୍ରପାତ ସମ୍ବନ୍ଧିତ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ରାଜ୍ଯ ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି

0
303
ବଜ୍ରପାତ ସମ୍ବନ୍ଧିତ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ରାଜ୍ଯ ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ଯଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଓସଡମାର ୩୬ତମ ପରିଚାଳନା କମିଟି ବୈଠକରେ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସହିତ ବିଜୁଳି ଓ ବଜ୍ରପାତ ଭଳି ବିପର୍ଯ୍ୟୟର ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି।

By Our Correspondent

BHUBANESWAR:  ବଜ୍ରପାତ ସମ୍ବନ୍ଧିତ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ରାଜ୍ଯ ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ଯଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଓସଡମାର ୩୬ତମ ପରିଚାଳନା କମିଟି ବୈଠକରେ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସହିତ ବିଜୁଳି ଓ ବଜ୍ରପାତ ଭଳି ବିପର୍ଯ୍ୟୟର ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ବିଜୁଳି ଓ ବଜ୍ରପାତରେ ଅଧିକ ମୃତାହତ  ଘଟୁଥିବା ମୟୂରଭଂଜ, ଗଂଜାମ, କେନ୍ଦୁଝର, ବାଲେଶ୍ୱର, କଟକ, ସୁନ୍ଦରଗଡ଼, ନବରଙ୍ଗପୁର, ଯାଜପୁର, ବଲାଙ୍ଗିର, କୋରାପୁଟ ଆଦି ୧୦ଟି ଜିଲ୍ଲାରେ ସତର୍କତା ସଂପର୍କରେ ଜନସାଧାରଣଙ୍କୁ ପ୍ରଶିକ୍ଷଣ ଦିଆଯିବ ଓ ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମସ୍ତ ବଦ୍ୟାଳୟରେ ବଜ୍ରପାତ ନିରୋଧକ ବ୍ୟବସ୍ଥା (ଲାଇଟନିଂ ଆରେଷ୍ଟର) ରହିବ। ବଜ୍ରପାତ ସମୟରେ ଛାତ୍ରଛାତ୍ରୀମାନଙ୍କୁ ସତର୍କ ରହିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନେ ଆବଶ୍ୟକ ସଚେତନ କରିବେ। ଏଥି ପାଇଁ ଫାୟାର ଆଲାରାମ ବ୍ୟବସ୍ଥା ସହ ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ କରାଯିବ।

ସେହିଭଳି ଭୂକମ୍ପ, ପାଣିରେ ବୁଡିଯିବା, ସାପ କାମୁଡା ଭଳି ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଦ୍ଦଟଣାକୁ କିପରି ତୁରନ୍ତ ଓ ତ୍ୱରିତ ମୁକାବିଲା କରାଯାଇ ପାରିବ, ସେ ଦିଗରେ ମଧ୍ୟ ସଚେତନ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।

LEAVE A REPLY

Please enter your comment!
Please enter your name here