ପ୍ରଥମଥର ପାଇଁ ରାଉରକେଲାରୁ କୋଲକତା ବିମାନ ସେବା ଆରମ୍ଭ ହେବାକୁ ଯାଉଛି, ଆଲାଏନ୍ସ ଏୟାର ପକ୍ଷରୁ ସପ୍ତାହକୁ ୩ ଦିନ- ମଙ୍ଗଳବାର, ଗୁରୁବାର, ଶନିବାର- ବିମାନ ସେବା ଯୋଗାଇ ଦିଆଯିବ

0
237
CM Naveen Patnaik-FILE

By Our Correspondent

BHUBANESWAR:   ପ୍ରଥମଥର ପାଇଁ ରାଉରକେଲାରୁ କୋଲକତା ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ସରକାର ୩୫ଟି ଆସନ ପାଇଁ ଭିଜିଏଫ୍ ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟ୍‌ରେ ରାଉରକେଲାରୁ କୋଲକତା ଯାତ୍ରା କରିପାରିବେ।

ଆଲାଏନ୍ସ ଏୟାର ପକ୍ଷରୁ ସପ୍ତାହକୁ ୩ ଦିନ- ମଙ୍ଗଳବାର, ଗୁରୁବାର, ଶନିବାର- ବିମାନ ସେବା ଯୋଗାଇ ଦିଆଯିବ। ଏହା ଦ୍ୱାରା ସୁନ୍ଦରଗଡ ଜିଲ୍ଲାରେ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ସମ୍ଭାବନା ସୃଷ୍ଟି ହୋଇଛି। ପ୍ରାରମ୍ଭିକ ବିମାନ ଦେୟ ୧୯୯୯ ଟଙ୍କା ରହିଛି।

LEAVE A REPLY

Please enter your comment!
Please enter your name here