ପୂର୍ବତନ ଆରକ୍ଷୀ ମହାନିର୍ଦ୍ଦେଶକ ଶରତ ଚନ୍ଦ୍ର ମିଶ୍ରଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ.  ସଂଘର ଶୋକ

0
177

By Our Correspondent

CUTTACK/BHUBANESWAR:  ପୂର୍ବତନ ଆରକ୍ଷୀ ମହାନିର୍ଦ୍ଦେଶକ ଶରତ ଚନ୍ଦ୍ର ମିଶ୍ରଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ ସଂଘର ସଦସ୍ୟ ମାନେ ଗଭୀର ମର୍ମାହତ ହୋଇଛନ୍ତି l ଆଜି ଅପରାହ୍ନରେ ଭୁବନେଶ୍ବରସ୍ଥିତ ପୋଲିସ ଭବନ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ସ୍ଵର୍ଗତ ମିଶ୍ରଙ୍କ ସ୍ମୃତିଚାରଣ କରାଯାଇଥିଲା l

ଏହି ଅବସରରେ ସ୍ଵର୍ଗତ ମିଶ୍ରଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା l ସଂଘ ତରଫରୁ ସ୍ଵର୍ଗତ ମିଶ୍ରଙ୍କ ପରିବାର ବର୍ଗଙ୍କ ପ୍ରତି ମଧ୍ୟ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା l ପ୍ରାରମ୍ଭରେ ଆଇପିଏସ ସଂଘର ସମ୍ପାଦକ ତଥା ପୋଲିସ କମିଶନର (ଭୁବନେଶ୍ବର-କଟକ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ଵର୍ଗତ ମିଶ୍ରଙ୍କ ଚାକିରୀ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ l

ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ, ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି) ଶ୍ରୀ ଏ. ଏମ. ପ୍ରସାଦ, ଆରକ୍ଷୀ ମହାନିର୍ଦ୍ଦେଶକ (ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା) ଡ଼ଃ ସୁଧାଂଶୁ ଷଡ଼ଙ୍ଗୀ, ନିର୍ଦ୍ଦେଶକ (ଏସସିଆରବି) ଶ୍ରୀ ବିନୟତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ମିଶ୍ରଙ୍କ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ l

ଏହି ସଭାରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଆର. କେ. ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା ) ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ) ଶ୍ରୀ ଏସ. ଦେବଦତ୍ତ ସିଂ, ଆଇ.ଜି.ପି. (ପର୍ସୋନେଲ) ଶ୍ରୀ ପ୍ରବୀଣ କୁମାର, ଆଇ.ଜି.ପି (ଏସ.ଟି.ଏଫ) ଶ୍ରୀ ଜୟ ନାରାୟଣ ପଙ୍କଜ, ଡି.ଆଇ.ଜି. (ଅଗ୍ନିଶମ ଏବଂ ଗୃହରକ୍ଷୀ ବିଭାଗ) ଡ଼ଃ ସାର୍ଥକ ଷଡଙ୍ଗୀ, ଅତିରିକ୍ତ ପୋଲିସ କମିଶନର (ଭୁବନେଶ୍ବର-କଟକ) ଡ଼ଃ ଉମାଶଙ୍କର ଦାଶ, ଡି.ଆଇ.ଜି. (S.I.W) ଶ୍ରୀ ଅନୁପ ସାହୁ, ଡି.ଆଇ.ଜି. (ଏଚଆରପିସି) ଶ୍ରୀ ସତ୍ୟଜିତ ନାୟକ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ lପୋଲିସ କମିଶନର (ଭୁବନେଶ୍ବର-କଟକ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here