ପୁରୀ ଜିଲ୍ଲାପାଳ ଭାବେ ଯୋଗ ଦେଲେ ବିଜୟ କୁମାର ଦାଶ

0
147

By Our Correspondent

PURI/BHUBANESWAR:  ପୁରୀ ଜିଲ୍ଲାପାଳ ଭାବେ ଆଜି ଯୋଗ ଦେଇଛନ୍ତି ବିଜୟ କୁମାର ଦାଶ। ଏହା ପୂର୍ବରୁ ଶ୍ରୀ ଦାଶ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ସଚିବ ଭାବେ କାର୍ଯ୍ୟରତ ଥିଲେ।ପୁରୀ ଜିଲ୍ଲାପାଳ ଥିବା ସମର୍ଥ ବର୍ମା ଙ୍କ ର ଶ୍ରୀମନ୍ଦିର ପ୍ରଶାସନ କୁ ବଦଳି ହୋଇଛି।

କାର୍ଯ୍ୟ ରେ ଯୋଗ ଦେବା ପରେ ଶ୍ରୀ ଦାଶ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପୌର ନିର୍ଵାହୀ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହ ସମଙ୍ଗ ପାର୍କିଂ ସ୍ଥଳ ପରିଦର୍ଶନ କରିଥିଲେ। 

ଶ୍ରୀମନ୍ଦିର ଓ ପରିକ୍ରମା ପ୍ରକଳ୍ପ ଦର୍ଶନ ରେ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ସୁବିଧା ବ୍ୟବସ୍ଥା କୁ ସେ ଦେଖିବା ସହ ବିଭିନ୍ନ ଅଧିକାରୀ ମାନଙ୍କୁ ସମସ୍ତ ବ୍ୟବସ୍ଥା କୁ ସୁବ୍ୟବସ୍ଥିତ କରିବାକୁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here