ପାଣ୍ଡିଆନଙ୍କ ବିବୃତ୍ତି ‘ଫମ୍ପା ମାଠିଆର ଶବ୍ଦ ବେଶୀ’: ଭଦ୍ରକ ଜିଲ୍ଲାର ବିକାଶ ପାଇଁ ମୋଦି ଦେଇଛନ୍ତି ପାଖାପାଖି 10 ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କା- ଧାମନଗର ବିଧାୟକ

0
171
ପାଣ୍ଡିଆନଙ୍କ ବିବୃତ୍ତି ‘ଫମ୍ପା ମାଠିଆର ଶବ୍ଦ ବେଶୀ’ ।ଭଦ୍ରକ ଜିଲ୍ଲାର ବିକାଶ ପାଇଁ ମୋଦି ଦେଇଛନ୍ତି ପାଖାପାଖି 10 ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କା , ଧାମନଗର ବିଧାୟକ Suryabansi Suraj said.

By Our Correspondent

BHUBANESWAR:   ପାଣ୍ଡିଆନଙ୍କ ବିବୃତ୍ତି ‘ଫମ୍ପା ମାଠିଆର ଶବ୍ଦ ବେଶୀ’ ।ଭଦ୍ରକ ଜିଲ୍ଲାର ବିକାଶ ପାଇଁ ମୋଦି ଦେଇଛନ୍ତି ପାଖାପାଖି 10 ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କା , ଧାମନଗର ବିଧାୟକ Suryabansi Suraj said.

1985 ମସିହାରୁ ଧାମନଗର ବିଜେପି ସହ ଅଛି ଏବଂ ବିଜେପି ଧାମନଗରବାସୀଙ୍କ ସାଥୀରେ ଅଛି ।ଭିକେ ପାଣ୍ଡିଆନ ଭାଷଣ ଦେବା ବେଳେ ତାଙ୍କର ନେତାମାନେ ତଳେ ବସୁଛନ୍ତି, ଏହା ଠାରୁ ଲଜ୍ଜାଜନକ କଥା ଆଉ କଣ ହୋଇପାରେ ? ଧାମନଗର ବିଧାୟକ.

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମାଟିରେ ଭ୍ରମିତ କରି ସ୍ୱାଭିମାନୀ ଭଦ୍ରକବାସୀଙ୍କୁ ହତାଦର କରିଛନ୍ତି ପାଣ୍ଡିଆନ। ପାଣ୍ଡିଆନ ଯଦି ଓଡ଼ିଶାବାସୀଙ୍କ ସେବା କରିବା କଥା କହୁଛନ୍ତି ତେବେ ତାଙ୍କ ଦଳର  ନେତାଙ୍କୁ ତାଙ୍କ ମୋବାଇଲ ନମ୍ବର ଦେଇଛନ୍ତି କି ?

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରୁ କେତେ ଥର ଓଡ଼ିଶା ଆସିଛନ୍ତି କିମ୍ବା କେତେ କାର୍ଯ୍ୟ କରୁଛନ୍ତି, ବିଜେଡି ଯଦି ହିସାବ ରଖୁଛନ୍ତି, ତେବେ ଆମ ନେତାଙ୍କ ଠାରୁ କିଛି ଶିଖିଲେ ଭଲ ହେବ ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ 6 ହଜାର କୋଟି ଟଙ୍କାରେ ଧାମରା ଏଲଏନଜି ଟର୍ମିନାଲ ଓ ଗ୍ୟାସ ପାଇପଲାଇନ ବିକଶିତ ହେଉଛି।

ଭଣ୍ଡାରିପୋଖରୀ ଠାରେ ପ୍ରାୟ 2 ହଜାର କୋଟି ଟଙ୍କା ବିନିଯୋଗରେ ଆଇଓସିଏଲ୍ ଟେକ୍ସଟାଇଲ୍ ପାର୍କ ନିର୍ମାଣ କରାଯାଉଛି।ଭଦ୍ରକ ଓ ନାରାୟଣଗଡ ରେଳ ଲାଇନ ନିର୍ମାଣ ପାଇଁ 1,886.31 କୋଟି ମଞ୍ଜୁର ହୋଇଛି ।

ଧାମରା ବନ୍ଦରକୁ ଆସିବାକୁ ଥିବା ଆରଓ-ପାକ୍ସ ଜେଟି ପ୍ରକଳ୍ପ ପାଇଁ 110 କୋଟି ମଞ୍ଜୁର କରାଯାଇଛି।ଅମୃତ ଯୋଜନା ଅଧିନରେ ଭଦ୍ରକରେ ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ 80.02 କୋଟି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଆବାସରେ ଭଦ୍ରକ ଜିଲ୍ଲାରେ ଗରିବ ଲୋକମାନଙ୍କୁ ପ୍ରାୟ 108ରୁ ଉର୍ଦ୍ଧ୍ୱ କୋଟି ଟଙ୍କା ବ୍ୟୟରେ 72 ହଜାର 416 ଟି ପକ୍କା ଘର ପ୍ରଦାନ କରାଯାଇଛି, ଧାମନଗର ବିଧାୟକ

LEAVE A REPLY

Please enter your comment!
Please enter your name here