‘ପରୀକ୍ଷା ପେ ଚର୍ଚ୍ଚା’ ଓ ‘ଏଗଜାମ ଓ୍ୱାରିୟର୍ସ’ ଏକବିଂଶ ଶତାବ୍ଦୀର ଯୁବପିଢିଙ୍କୁ ପ୍ରସ୍ତୁତ କରୁଛି , ଧର୍ମେନ୍ଦ୍ର ପ୍ରଧାନ

0
351

By Our Correspondent

NEW DELHI/BHUBANESWAR: ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ଶୁକ୍ରବାର ଆୟୋଜିତ ‘ପରୀକ୍ଷା ପେ ଚର୍ଚ୍ଚା’ର ଷଷ୍ଠ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ ମାନଙ୍କୁ ମାଆମାନଙ୍କ ଠାରୁ ସମୟ ପରିଚାଳନା ବିଦ୍ୟା ହାସଲ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଯେ ସବୁ ଘରେ ମାଆ ମାନଙ୍କର ସମୟ ପରିଚାଳନା ଅତିବ ଉତ୍ତମ । ଅନେକ କାମ କରି ସୁଦ୍ଧା ଜଣେ ମାଆ କେବେ ଚାପଗ୍ରସ୍ତ ହୁଅନ୍ତି ନାହିଁ। ମାଆଙ୍କୁ ଲକ୍ଷ୍ୟ କଲେ ସମୟ ପରିଚାଳନା ବିଦ୍ୟାଟି ଶିଖିହେବ । ମାଆଙ୍କ ଗତିବିଧିକୁ ଦେଖିଲେ ସମୟ ପରିଚାଳନା ଉପରେ ଅନେକ କିଛି ଶିଖିବାକୁ ମିଳିବ ଏବଂ ଲାଭ ମିଳିବ । ସେ କହିଛନ୍ତି ଯେ ଯେଭଳି କ୍ରିକେଟ୍ ଷ୍ଟାଡିୟମରେ ବ୍ୟାଟ୍ସମ୍ୟାନ ଦର୍ଶକଙ୍କ ଚାହିଦାକୁ ଧ୍ୟାନ ନ ଦେଇ କେବଳ ନିଜ ଖେଳ ଉପରେ ଧ୍ୟାନ ଦିଅନ୍ତି । ସେହିଭଳି ଭାବରେ ପିଲାମାନେ ଲୋକଙ୍କ କଥାକୁ ଚାପରେ ନନେଇ କେବଳ ନିଜର କ୍ଷମତା ଉପରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  “ପରୀକ୍ଷା ପେ ଚର୍ଚ୍ଚା”ର ଷଷ୍ଠ ସଂସ୍କରଣରେ ଦେଶର ପରୀକ୍ଷା ଯୋଦ୍ଧାଙ୍କୁ ମାର୍ଗଦର୍ଶନ, ପ୍ରେରଣା ଏବଂ ସମର୍ଥନ ଦେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ପରୀକ୍ଷା ପେ ଚର୍ଚ୍ଚା ଜନଆନ୍ଦୋଳନର ରୂପ ନେଇସାରିଛି । ଗତ ୮-୯ ବର୍ଷ ଧରି ପ୍ରଧାନମନ୍ତ୍ରୀ କେବଳ ଦେଶକୁ ସମ୍ଭାଳିନାହାନ୍ତି ବରଂ ଦେଶରେ ଅନେକ ଜନଆନ୍ଦୋଳନର ଜନକ ହୋଇଛନ୍ତି । ସ୍ୱଚ୍ଛ ଭାରତ, ପରୀକ୍ଷା ପେ ଚର୍ଚ୍ଚା ମାଧ୍ୟମରେ ଦେଶର ଯୁବଶକ୍ତିଙ୍କ ମଧ୍ୟରେ ନୂଆ ଉର୍ଜା ଉତ୍ପନ୍ନ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ପରୀକ୍ଷା ପେ ଚର୍ଚ୍ଚା ଓ ଏଗଜାମ ଓ୍ୱାରିୟର୍ସ ଏକବିଂଶ ଶତାବ୍ଦୀର ଯୁବପିଢିଙ୍କୁ ପ୍ରସ୍ତୁତ କରୁଅଛି, ଯେଉଁ ବିଦ୍ୟାର୍ଥୀମାନେ କେବଳ ଭାରତର ବିଷୟ ଉପରେ ଚିନ୍ତା ନ କରି ବୈଶ୍ୱିକ କଲ୍ୟାଣର ଚିନ୍ତା କରିବେ ।  ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ ହୋଇଛି । ପରିବେଶ ସୁରକ୍ଷା ଓ ଅନ୍ୟାନ୍ୟ ସମସ୍ୟାକୁ ସମାଧାନ କରିବା ଦିଗରେ  ଭାରତର ଯୁବପିଢିଙ୍କ ଦ୍ୱାରା ଟେକ୍ନୋଲୋଜି ବିକଶିତ କରାଯାଉ ଏବଂ ଏହା ବିଶ୍ୱର ସମାଧାନ କରିବା କାମରେ ଲାଗୁ, ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷା ନୀତିରେ ଯୁବପିଢିଙ୍କ ପାଖରୁ ଏହି ଅପେକ୍ଷା ରଖିଛନ୍ତି ।

ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ବଢାଇବ । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ସେମାନଙ୍କର ସର୍ବୋତ୍ତମ ଦେବା ପାଇଁ କେହି ଅଟକାଇପାରିବେ ନାହିଁ । ପରୀକ୍ଷା ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ବିଦ୍ୟାର୍ଥୀଙ୍କୁ ପରୀକ୍ଷା ଦେବାରେ ସହାୟକ ହେବ । ସେମାନଙ୍କୁ ଆମର ଭାଷା ବିବିଧତା, ଭାଷା ଓ ଐତିହ୍ୟକୁ ଗର୍ବ କରିବା ପାଇଁ ପ୍ରେରିତ କରିବ ଏବଂ ସେମାନଙ୍କ ଭଲ ମଣିଷ ହେବା ପାଇଁ ନିଶ୍ଚିତ କରିବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ଥିବା ସାମାଜର ଚାପକୁ ନିଜେ ଅନୁଭବ କରି ଖୋଦ୍ ପ୍ରଧାନମନ୍ତ୍ରୀ ପ୍ରତ୍ୟକ୍ଷ ଭାବରେ ଅଭିଭାବକ, ଯୁଗଦ୍ରଷ୍ଟା ଓ ଜଣେ ସୁଧାରକ ଭାବରେ ପରୀକ୍ଷୀ ପେ ଚର୍ଚ୍ଚାରେ ଉପସ୍ଥିତ ହେବା ଖୁସିର ବିଷୟ । ପ୍ରଧାନମନ୍ତ୍ରୀ ସମୟ ବାହାର କରି ନିଜକୁ ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକ ବନାଇଛନ୍ତି । ସେହି ଉପାୟରେ ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଏଗଜାମ ଓ୍ୱରିୟର୍ସ’ର ନୂଆ ସଂସ୍କରଣ ଭାରତର ପ୍ରମୁଖ ୧୩ଟି ଭାଷାରେ ପ୍ରକାଶିତ ହୋଇଛି । ଗତ ଜାନୁଆରୀ ୨୩ରେ ନେତାଜୀଙ୍କ ଜୟନ୍ତୀ ଅବସରରେ ସମଗ୍ର ଦେଶର ସ୍କୁଲ ବିଦ୍ୟାର୍ଥୀମାନେ ଏଗଜାମ ଓ୍ୱାରିୟର୍ସର କଥାବସ୍ତୁ ଉପରେ ଚିତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏଥିରୁ ପିଲାମାନେ ପ୍ରେରଣା ନେଇଛନ୍ତି ।

ଶ୍ରୀ ପ୍ରଧାନ କାର୍ଯ୍ୟକ୍ରମ ସରିବା ପରେ ପରୀକ୍ଷା ପେ ଚର୍ଚ୍ଚାର ଅନୁଭୂତି ନେଇ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । ଦେଶର ସବୁ କୋଣ ଅନୁକୋଣରୁ ପରୀକ୍ଷା ପେ ଚର୍ଚ୍ଚାରେ ସାମିଲ ହୋଇଥିବା ଏବଂ ଟେକ୍ନୋଲୋଜି ପ୍ଲାଟଫର୍ମରେ ଯୋଡି ହୋଇଥିବା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଉଲ୍ଲେଖନୀୟ ଯେ, ଚଳିତବର୍ଷ ପରୀକ୍ଷା ପେ ଚର୍ଚ୍ଚା ପାଇଁ ମୋଟ ୩୮ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜୀକରଣ କରାଇଛନ୍ତି । ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୧୫ ଲକ୍ଷ ୭୩ ହଜାର ଅଧିକ । ପ୍ରଥମ ଥର ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶିକ୍ଷା ବୋର୍ଡ ମାନଙ୍କର ୧୬ ଲକ୍ଷ ପିଲା ଅଂଶଗ୍ରହଣ  କରିଥିଲେ ।

LEAVE A REPLY

Please enter your comment!
Please enter your name here