ପବିତ୍ର ନବଯୌବନ ଦିନରେ କାଗଜ ଓ ନିମ୍ବ କାଠରେ ପ୍ରସ୍ତୁତ ସୂକ୍ଷ୍ମ ‘ରଥ’ ଓ ମହାପ୍ରଭୁଙ୍କ ବିଗ୍ରହ ପାଇଁ ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
411

By Our Correspondent

BHUBANESWAR: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ଭୁବନେଶ୍ୱର ଠାରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଚିତ୍ରଶିଳ୍ପୀ ଏଲ. ଇଶ୍ୱର ରାଓ ଭେଟି ଏକ ସୁକ୍ଷ୍ମ ରଥ ଓ ମହାପ୍ରଭୁଙ୍କ ବିଗ୍ରହର କଳାକୃତି ପ୍ରଦାନ କରିଛନ୍ତି ।

ଏ ନେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପବିତ୍ର ନବଯୌବନ ଦିନରେ ଏଲ.ଇଶ୍ୱର ରାଓ ମୋତେ କାଗଜ ଓ ନିମ୍ବ କାଠରେ ପ୍ରସ୍ତୁତ ସୂକ୍ଷ୍ମ ‘ରଥ’ ଓ ମହାପ୍ରଭୁଙ୍କ ବିଗ୍ରହର କଳାକୃତି ପ୍ରଦାନ କରି ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ଦେଲେ । ଏଲ. ଇଶ୍ୱର ରାଓ ସବୁବେଳେ ନିଜର ନିଆରା କଳା ଓ କୌଶଳ ବଳରେ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହ ଛୋଟ ପିଲାଙ୍କୁ ମଧ୍ୟ ଏ ଦିଗରେ ପ୍ରଶିକ୍ଷଣ ଦେଉଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ତାଙ୍କର ସୂକ୍ଷ୍ମକୃତିର ପ୍ରତିଭା ଆହୁରି ଅଧିକ ପ୍ରସ୍ଫୁଟିତ ହେଉ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here