By Our Correspondent
BHUBANESWAR: ଓଡ଼ିଶାରେ ଦୀର୍ଘ ୨୨ ବର୍ଷ ଧରି ଥିବା ଗୋଟିଏ ସରକାର ଲମ୍ବା ସମୟ ପର୍ଯ୍ୟନ୍ତ ଲୋକମାନଙ୍କୁ ଭ୍ରମିତ ଓ ଅନ୍ଧାରରେ ରଖିପାରିବ ନାହିଁ । ଲୋକମାନେ ସତ ଜାଣିଲେଣି । ମିଛ କଥାକୁ ବାରମ୍ବାର ଯୋରରେ ଯୋରରେ କହିଲେ ସତ ହୋଇଯାଏନି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପଦ୍ମପୁର ଉପନିର୍ବାଚନରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ଗଣମାଧ୍ୟମର ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବରଗଡ଼ ଓ ପଦ୍ମପୁର ଅଞ୍ଚଳ ପାଇଁ ରାଜ୍ୟ ସରକାର ମିଛ ସୁଆଙ୍ଗ ରଚୁଛନ୍ତି । ଜିଲ୍ଲାପାଳଙ୍କ ଠାରୁ ରାଜ୍ୟ ସରକାର ମରୁଡି ରିପୋର୍ଟ ପାଇବାର ଅନେକ ଦିନ ପରେ ମଧ୍ୟ କେବେ ପ୍ରଭାବିତ ଅଞ୍ଚଳକୁ ମରୁଡି ଘୋଷଣା କରାଗଲା ? ଓଡ଼ିଶା ବିଶେଷ ଭାବେ ବରଗଡ ଜିଲ୍ଲାର ପଦ୍ମପୁରର କେତେ ଚାଷୀ ଓ କେଉଁ ଚାଷୀଙ୍କୁ ଇନପୁଟ୍ ସବସିଡି ଦିଆଗଲା, ଏହାର ତଥ୍ୟ ପ୍ରକାଶ ନ କରି ରାଜ୍ୟ ସରକାର ସୁଆଙ୍ଗ ରଚୁଛନ୍ତି । ବରଗଡ ବିଶେଷ ଭାବରେ ପଦ୍ମପୁରର ୩ଟି ବ୍ଲକର ଜଣେ ବି ଚାଷୀଙ୍କ ନାଁ ଇନପୁଟ ସବସିଡି ଦେବା ପାଇଁ ତାଲିକାଭୁକ୍ତ କରାଯାଇଛି କି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓଡ଼ିଶାର ଚାଷୀ ମାନଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଫସଲ ବୀମାରୁ ବଞ୍ଚିତ କରାଯାଇଥିଲା । ସରକାର ବରଗଡ ଜିଲ୍ଲାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହି ଭେଳିକି ଦେଖାଉଛନ୍ତି । ଲୋକମାନେ ଆନ୍ଦୋଳନ କରିବା ପରେ ମିଛ ପ୍ରତିଶ୍ରୁତି ଦିଆଯାଉଛି । ପାଇକମାଳରେ ଡାକ୍ତରଖାନା ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ସେଠାରେ ଲୋକମାନଙ୍କର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦାୟିତ୍ୱ ନାହିଁ ।
ରେଳ ଲାଇନ ସମ୍ପର୍କରେ କେନ୍ଦ୍ର ରେଳ ମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟର ଭୂମିକା ଉପରେ ସବୁ ପ୍ରଶ୍ନର ଉତ୍ତର ସ୍ପଷ୍ଟ ଭାବେ ଦେଇସାରିଛନ୍ତି । ବରଗଡ଼ ତଥା ପଦ୍ମପୁରରେ ଧାନ କିଣା ବଡ ପ୍ରସଙ୍ଗ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଠାରୁ ଧାନ କିଣାନଯିବା ଦୁର୍ଭାଗ୍ୟଜନକ । ପ୍ରସଙ୍ଗ ନଥିବା କାରଣରୁ ଏ ସବୁ ପ୍ରସଙ୍ଗ କରାଯାଉଛି ।
ପଦ୍ମପୁର ହେଉଛି ସ୍ୱାଭିମାନୀ ଓ ସଂଗ୍ରାମୀ ମାନଙ୍କର ମାଟି । ସେହି ଅଞ୍ଚଳରେ ଶହୀଦ ମାଧୋ ସିଂହ ଅନ୍ୟାୟର ପ୍ରତିବାଦ କରିଥିଲେ । ନିଜର ହକକୁ ଲଢେଇ କରି ହାସଲ କରିବାର ପରମ୍ପରାର ମାଟି ହେଉଛି ପଦ୍ମପୁର । ଆଜି କିନ୍ତୁ ସେହି ଅଞ୍ଚଳର ଯୁବକମାନେ ବାହରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । ସେଭଳି ମାଟିରେ ପ୍ରବଞ୍ଚନା ଚାଲିବ ନାହିଁ । ଏହି ଉପନିର୍ବାଚନରେ ଲୋକମାନେ ଉଚିତ୍ ଜବାବ ଦେବେ ।
ଯେଉଁ ମନ୍ତ୍ରୀ ପରିବାର ସହ ମିଶି ଆଠଗଡରେ ଗରିବ ଚାଷୀ ଭାଇ ମାନଙ୍କର ପଇସାକୁ ହରିଲୁଟ କରିଛନ୍ତି ଏବଂ ଯାହାଙ୍କ ବଂଶଜମାନେ ଦାଦାଗିରି କରୁଥିବା କାରଣରୁ ପୋଲିସ ତାଙ୍କୁ ଜେଲରେ ଭର୍ତ୍ତି କରିଛି, ଆଜି ସେହିମାନେ ଆଜି ପଶ୍ଚିମ ଓଡ଼ିଶାରେ ଚାଷୀ ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।














![Ornab]over Eastcentral and adjoining Westcentral Bay of Bengal moved westwards with a speed of 15 kmph during last 6 hours, lay centered at 0830 hrs IST of 26th October over the same region near latitude 15.4°N and longitude 88.5°E, 580 km southeast of Gopalpur (Odisha), 610 km east-southeast of Vishakhapatnam (Andhra Pradesh), 620 km northwest of Sri Vijaya Puram (Andaman Islands), 690 km east-southeast of Kakinada (Andhra Pradesh), 790 km east-southeast of Machilipatnam (Andhra Pradesh) and 860 km east-southeast of Bapatla (Andhra Pradesh)](https://indianewsdiary.com/wp-content/uploads/2018/10/cyclone-and-heavy-rain-100x70.jpg)










