ନୂଆଦିଲ୍ଲୀରେ  ‘ଜୁହାର୍ ପରିବାର’ର ନୂଆଁଖାଇ ପରବ-୨୦୨୩

0
242
ଆମର ସଂସ୍କୃତି କେବଳ ଆମ ସମସ୍ତଙ୍କ ମଧ୍ୟରେ ଏକତା ମନୋଭାବ ଆଣେ ନାହିଁ ବରଂ ବିଶ୍ୱକୁ ମଧ୍ୟ ପ୍ରଭାବିତ କରିଥାଏ ବୋଲି ଦିଲ୍ଲୀରେ ‘ଜୁହାର୍ ପରିବାର’ ପକ୍ଷରୁ ଆୟୋଜିତ ‘ନୂଆଁଖାଇ ପରବ-୨୦୨୩’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

BHUBANESWAR:  ଆମର ସଂସ୍କୃତି କେବଳ ଆମ ସମସ୍ତଙ୍କ ମଧ୍ୟରେ ଏକତା ମନୋଭାବ ଆଣେ ନାହିଁ ବରଂ ବିଶ୍ୱକୁ ମଧ୍ୟ ପ୍ରଭାବିତ କରିଥାଏ ବୋଲି ଦିଲ୍ଲୀରେ  ‘ଜୁହାର୍ ପରିବାର’ ପକ୍ଷରୁ ଆୟୋଜିତ ‘ନୂଆଁଖାଇ ପରବ-୨୦୨୩’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆଁଖାଇ ହେଉଛି କୃଷିଭିତ୍ତିକ ଏକ ମହାନ ସାମାଜିକ ଓ ସାଂସ୍କୃତିକ ପର୍ବ । ଏହା ଆମର ପରିଚୟ ଓ ସଂସ୍କୃତିର ପ୍ରତୀକ ।  ପରିବାର ଏବଂ ବନ୍ଧୁବାନ୍ଧବ ମାନଙ୍କ ସହ ମିଶି ନୂଆ ଖାଇବା ଓ ପରିବାରରେ ସମସ୍ତଙ୍କୁ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଦେଇ ପାରିବାରିକ ଓ ସାମାଜିକ ସମ୍ବନ୍ଧକୁ ସୁଦୃଢ କରିବା ଏହି ପର୍ବର ମହାନ ପରମ୍ପରା । ଏଥିପାଇଁ ସମାଜ ଆଜି ଉତ୍ସବମୁଖର ଅଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁରୀ ମାଦଳର ମହକ ପୃଥିବୀର ଅନ୍ୟ କୌଣସି ଜାଗାରେ ନାହିଁ । ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ, ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ସମ୍ବଲପୁରୀ ଡାଲଖାଇ ଗୀତରେ ବିଶ୍ୱର ନେତୃତ୍ୱଙ୍କୁ ସ୍ୱାଗତ କରାଯାଉଥିଲା ।

ଉଲ୍ଲେଖନୀୟ ଯେ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆମ କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ଜୁହାର୍ ପରିବାରର ସଦସ୍ୟ ବିଶେଷ ଭାବରେ ଯୁବସାଥୀଙ୍କୁ ଶ୍ରୀ ପ୍ରଧାନ ଜଣାଇଛନ୍ତି । ଏହି ଉପଲକ୍ଷେ ଶ୍ରୀ ପ୍ରଧାନ କଳାକାରଙ୍କ ସହ ମିଶି ରଙ୍ଗବତୀ ଗୀତରେ ନାଚିଥିଲେ । ଡାଲଖାଇ ଗୀତର ପ୍ରଚାର ପ୍ରସାର କରୁଥିବା ବେଟିଖାଇ ବରିହାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here