ଦେବଗଡରେ ମେରୁ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
59

By Our Correspondent

SAMBALPUR/BHUBANESWAR:   କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦେବଗଡ଼ ଜିଲ୍ଲା ଆଁଉଳୀ ଠାରେ  ମା’ ଭଦ୍ରକାଳୀ ମେରୁ ଯାତ୍ରା ପର୍ବରେ ସାମିଲ ହେବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେବଗଡରେ ମା’ ଭଦ୍ରକାଳୀ ମେରୁଯାତ୍ରାରେ ସାମିଲ ହେବା ମୋ ପାଇଁ ପରମ ସୌଭାଗ୍ୟ । ଶିବ ଓ ଶକ୍ତି ଉପାସନାର ପର୍ବ ମେରୁ ଯାତ୍ରା ।

ମେରୁ ଯାତ୍ରା ଆମ ଲୋକପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଏହି ଅବସରରେ ପୁରାତନ ବନ୍ଧୁ ମାନଙ୍କୁ ଭେଟି ମନ ଆନନ୍ଦ ହେଲା । ଦେବଗଡରେ ପ୍ରତିଷ୍ଠିତ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏ ଅଞ୍ଚଳର ବୌଦ୍ଧିକ କ୍ଷମତାର ପରିଚୟ  ଦେଉଛି ବୋଲି କହିଥିଲେ ।

ଶ୍ରୀ ପ୍ରଧାନ ଆଁଉଳୀ ଠାରେ ମା’ ଭଦ୍ରକାଳୀ, ଡଙ୍ଗାଘାଟ ରିଆମାଳ ସ୍ଥିତ କାଳୀ ମନ୍ଦିରରେ ଦର୍ଶନ କରିବା ସହ ବିଶ୍ୱରେ ଶାନ୍ତି, ସଦିଚ୍ଛା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଢିବା ନେଇ କାମନା କରିଥିଲେ ।  ସେହିପରି ଦେବଗଡ଼ ରିଆମାଳ ଦଲକ ଝରଣ ଠାରେ ବାବା ସ୍ୱର୍ଗତ ପ୍ରଭାକର ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଦ୍ୱିତୀୟ ଯୋରନ୍ଦାଧାମ “ଅଲେଖ ମହିମା ପୀଠ” ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ସେ କହିଥିଲେ ମହିମା ଧର୍ମର ପରମ୍ପରା ସମାଜରେ ଭାତୃଭାବକୁ ସୁଦୃଢ କରିବା ସହ ଶୂନ୍ୟ ଭଗବାନଙ୍କ ନିକଟରେ ଶରଣ ପଶିବାର ଦୁର୍ମୂଲ୍ୟ ବିଚାର ସମାଜକୁ ଦେଉଅଛି । ଏହି ପରମ୍ପରା ସମାଜକୁ ସର୍ବୋପରି ମାର୍ଗଦର୍ଶନ ଦେଉ ।ଦେବଗଡ଼ ନିର୍ବାଚନମଣ୍ଡଳୀରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here