ଦୁର୍ଭାଗ୍ୟଜନକ ସ୍ଥିତିରେ ଓଡ଼ିଶାର ଏକମାତ୍ର କୃଷି ବିଶ୍ଵ ବିଦ୍ୟାଳୟ – OUAT, ୭୦ ଭାଗ ଶିକ୍ଷକ ଓ ଅଣ ଶିକ୍ଷକ ପଦବୀ ଖାଲି ପଡ଼ିଛି

0
203

By Our Correspondent

BHUBANESWAR:  ରାଜ୍ୟରେ ନବୀନ ବାବୁଙ୍କ ଶାସନରେ କୃଷି ଓ କୃଷକ ମାନଙ୍କର ଯଥେଷ୍ଟ ବିକାଶ ହୋଇଛି ବୋଲି ବିଜେଡି ଦଳର ତୁଙ୍ଗ ନେତା ଓ କର୍ମୀ ମାନେ ତୁହାକୁ ତୁହା ପ୍ରଚାର କରୁଛନ୍ତି । କାଳିଆ ଓ ବାଲିଆ ଯୋଜନା , ଏହିପରି ଅନେକ ଯୋଜନା ବା ସ୍କିମ ମାଧ୍ୟମରେ ଲକ୍ଷ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି ବୋଲି ପ୍ରଚାର ହେଉଛି । ବାସ୍ତବରେ ଏହି ସବୁ ଯୋଜନାରେ ଚାଷ ବା ଚାଷୀର ବିକାଶ  କଣ ହୋଇଛି , ଏହାର କୌଣସି ଅନୁଧ୍ୟାନ ହୋଇ ନାହିଁ ।  କେବଳ ମିଡିଆରେ ଟଙ୍କା ଦିଆଯାଇ  ନବୀନ ବାବୁଙ୍କ ଫଟୋ ଦିଆଯାଇ ପ୍ରଚୁର ମିଛ ପ୍ରଚାର ହେଉଛି ।

ରାଜ୍ୟରେ କୃଷି ଓ କୃଷକର ବିକାଶ ପାଇଁ କୃଷି ବିଶ୍ଵ ବିଦ୍ୟାଳୟ ତଥା OUAT ଗଠନ କରାଯାଇଥିଲା ।

ଏଥିପଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣରେ  infrastructure କରିବା ସହିତ ସଂଖ୍ୟାଧିକ ଅଧ୍ୟାପକ, ପ୍ରଫେସର ଏଵଂ  ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି କରିଥିଲେ ।

କିନ୍ତୁ ନବୀନ ପଟ୍ଟନାୟକ ଙ୍କ   ସୁଦୀର୍ଘ ଶାସନରେ ଏହି ସୁନାମଧନ୍ୟ  ଅନୁଷ୍ଠାନ ଟି ବିପର୍ଯ୍ୟସ୍ତ  ମୁହଁ କୁ ଠେଲି ହୋଇଯାଇଛି ।

OUAT ରେ lecturer/Assistant Professor ପାଇଁ ସମୁଦାୟ 435  ଟି ପଦବୀ  ଓ ପ୍ରଫେସର ପଦବୀ ପାଇଁ 89। ପଦବୀ ସୃଷ୍ଟି ହୋଇ ନିଯୁକ୍ତି ହୋଇଥିଲା । ସେହିପରି 1023 କର୍ମଚାରୀ ପଦବୀ ସୃଷ୍ଟି ହୋଇ ନିଯୁକ୍ତି ହୋଇଥିଲା ।

କିନ୍ତୁ ନବୀନ ବାବୁଙ୍କ ଶାସନରେ ଏହି ଅନୁଷ୍ଠାନ ର  ଅଧୋଗତି ଆରମ୍ଭ ହେଲା ।  ଅଧ୍ୟାପକ , ପ୍ରଫେସର ପଦବୀରେ ନିଯୁକ୍ତି ଦିଆଗଲା ନାହି ।  ଏହି OUAT ରେ   ଦଶ ବର୍ଷରୁ ଉର୍ଦ୍ଧ ବର୍ଷ ଧରି ପଦବୀ ଖାଲି ପଡ଼ିଛି । ଯଥା lecturer/Asst.Professor ପଦବୀରେ 253 ଅର୍ଥାତ୍ 60 ଭାଗ ପଦବୀ ଖାଲି ପଡ଼ିଛି । ସେହିପରି 89ଟି ପ୍ରଫେସର ପଦବୀରୁ 64 ପଦବୀ ଖାଲି ପଡ଼ିଛି ।

ଅଣ – ଶିକ୍ଷକ ଅର୍ଥାତ୍ କର୍ମଚାରୀ ପଦବୀ 1023ରୁ 637 ପଦବୀ ଖାଲି ପଡ଼ିଛି ।

2024ରେ ନବୀନ ବାବୁ କ୍ଷମତା କୁ ଆସିଲେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଭୁଷୁଡି ପଡ଼ିବ, ଏଥିରେ ସନ୍ଦେହ ନାହିଁ । ନବୀନ ବାବୁ ଙ୍କ ସମୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଧ୍ଵଂସ ।  ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ  କିଛି ଯୋଜନା କରାଯାଇ ବ୍ୟାପକ ପ୍ରଚାର କରାଯାଉଛି ।

ଏହି ବିଜେଡି ଦଳ ଓ ତାଙ୍କ ନେତାଙ୍କ ଭୟଙ୍କର ଚରିତ୍ର ପ୍ରତି ଓଡ଼ିଶାବାସୀ ସଚେତନ ରହିବା ଓ ଅନ୍ୟମାନଙ୍କୁ ଏ ସଂପର୍କରେ ସଚେତନ କରିବାକୁ ଅନୁରୋଧ , RTI activist ପ୍ରଦୀପ ପ୍ରଧାନ said.

 

LEAVE A REPLY

Please enter your comment!
Please enter your name here