ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦେଶର ବୌଦ୍ଧିକ ବିକାଶ ଏବଂ ଶିକ୍ଷାର ପ୍ରସାରରେ ଅଗ୍ରଣୀ ଭୂମିକା ନେଇଛି, ଏକ ବିଶ୍ୱବିଦ୍ୟାଳୟ ନୁହେଁ ବରଂ ଏକ ଆନ୍ଦୋଳନ

0
405

By Our Correspondent

BHUBANESWAR/NEW DELHI:  ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ ବରଂ ଏକ ଆନ୍ଦୋଳନ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତାବାର୍ଷିକୀ ସମାରୋହ ଏପରି ସମୟରେ ହେଉଛି, ଯେତେବେଳେ ଭାରତ ନିଜର ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି । ଯେ କୌଣସି ଦେଶର ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷା ଅନୁଷ୍ଠାନ ଏହାର ସଫଳତାକୁ ପ୍ରତିଫଳିତ କରେ । ଡିୟୁର ୧୦୦ ବର୍ଷ ଯାତ୍ରାରେ ଅନେକ ଇତିହାସର ସାକ୍ଷୀ ହୋଇଛି । ଏହା ଅନେକ ବିଦ୍ୟାର୍ଥୀ, ଶିକ୍ଷକ ଏବଂ ଅନ୍ୟ ଲୋକଙ୍କ ଜୀବନକୁ ଯୋଡିଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ ବରଂ ଏକ ଆନ୍ଦୋଳନ ଏବଂ ଏହା ସବୁ ମୁହୂର୍ତ୍ତରେ ଜୀବନର ପ୍ରତ୍ୟେକ ଅଂଶକୁ ପୂରଣ କରିଛି । ପ୍ରଧାନମନ୍ତ୍ରୀ ଶତବାର୍ଷିକୀ ସମାରୋହ ଅବସରରେ ସମସ୍ତ ବିଦ୍ୟାର୍ଥୀ, ଶିକ୍ଷକ ଏବଂ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଶତାବ୍ଦୀ ସମାରୋହ ଭଳି ଐତିହାସିକ କ୍ଷଣକୁ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ପାଳିବା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ । ଶିକ୍ଷାର ମନ୍ଦିର ରୂପରେ ଏକ ଶତାବ୍ଦୀ ଧରି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦେଶର ବୌଦ୍ଧିକ ବିକାଶ ଏବଂ ଶିକ୍ଷାର ପ୍ରସାରରେ ଅଗ୍ରଣୀ ଭୂମିକା ତୁଲାଇଛି । ଦିଲ୍ଲୀର ଗୌରବମୟ ୧୦୦ ବର୍ଷର ଯାତ୍ରାରେ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଠାରୁ ଆରମ୍ଭ କରି ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରିବାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦେଶକୁ ମାର୍ଗ ଦେଖାଇଛି । ନିଜର ଜ୍ଞାନ ଏବଂ ସଂସ୍କାର ବଳରେ ବିଶ୍ୱବିଦ୍ୟାଳୟ ଦେଶକୁ ବିଭିନ୍ନ ସ୍ଥାନରେ ଅନେକ ପ୍ରତିଭାଙ୍କୁ ପ୍ରଦାନ କରିଛି । ଅମୃତକାଳ ଭଳି ମହତ୍ୱପୂର୍ଣ୍ଣ ସମୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଭାରତକୁ ଜ୍ଞାନ ଆଧାରିତ ମହାଶକ୍ତି ଭାବରେ ପରିଣତ କରିବାର ସଂକଳ୍ପକୁ ପୂରଣ କରିବା ଦିଗରେ ଜାତୀୟ ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରିଛି ।

LEAVE A REPLY

Please enter your comment!
Please enter your name here