ତିନି ଦିନ ଧରି ଚାଲିଥିବା ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଆଜି ଅପରାହ୍ନରେ ଷଷ୍ଠ ବାଟାଲିୟନ ପରିସରରେ ଉଦଯାପିତ ହୋଇଯାଇଛି

0
148
ଗତ ତିନି ଦିନ ଧରି ଚାଲିଥିବା ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଆଜି ଅପରାହ୍ନରେ ଷଷ୍ଠ ବାଟାଲିୟନ ପରିସରରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ରାଜ୍ୟ ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ) ସ୍ବରାଷ୍ଟ୍ର, ଇଲେକଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ଶ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ

By Our Correspondent

BHUBANESWAR:  ଗତ ତିନି ଦିନ ଧରି ଚାଲିଥିବା ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଆଜି ଅପରାହ୍ନରେ ଷଷ୍ଠ ବାଟାଲିୟନ ପରିସରରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ରାଜ୍ୟ ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ) ସ୍ବରାଷ୍ଟ୍ର, ଇଲେକଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି, କ୍ରୀଡା ଓ  ଯୁବସେବା ଶ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ, ପୋଲିସ ବିଭାଗରେ ଅଧିକାରୀ ଏବଂ କର୍ମଚାରୀଙ୍କୁ ଉତ୍ସାହିତ କରିବାକୁ ବୃତ୍ତିଗତ ପ୍ରତିଯୋଗିତା ଆୟୋଜିତ ହୋଇଛି । ଏହି ପ୍ରତିଯୋଗିତା ଦ୍ଵାରା ବିଭିନ୍ନ ଅପରାଧିକ ମାମଲା ଗୁଡିକରେ ବୈଜ୍ଞାନିକ ପଦ୍ଧତିର ବ୍ୟବହାର କରି ପୋଲିସ ସଫଳତା ଆଣିବ ବୋଲି ଆଶାପ୍ରକଟ କରିଥିଲେ । ଏହା ପୋଲିସର ଆତ୍ମବିଶ୍ବାସ ବୃଦ୍ଧି କରିବା ସହିତ ଜନସାଧାରଣଙ୍କ ଦ୍ଵାରା ଆଦୃତ ଏବଂ ପ୍ରଶଂସାର ପାତ୍ର ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ପୋଲିସ ବିଭାଗର ଆଧୁନୀକିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏତଦବ୍ଯତୀତ 5-T ପରିପ୍ରେକ୍ଷୀରେ ବୈଷୟିକ ବିଜ୍ଞାନକୁ ପ୍ରାଥମିକତା ପ୍ରଦାନ କରାଯାଉଛି ଏବଂ ନୂତନ ଭାବେ ଲାଗୁ ହୋଇଥିବା କ୍ରିମିନାଲ ଆଇନ ନିମନ୍ତେ ଏହାର ପ୍ରୟୋଗ ଭଲ ଭାବେ ପ୍ରସ୍ତୁତ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ।

ଆଗାମୀ ଦିନରେ ରାଜ୍ୟ ପୋଲିସ ଅଧିକ ଲୋକାଭିମୁଖୀ ହୋଇ ରାଜ୍ୟବାସୀଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ଭଲଭାବେ କାମ କରିବ ବୋଲି ସେ ଆଶା ପ୍ରକଟ କରିଥିଲେ । ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପୋଲିସ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ସର୍ବୋତ୍ତମ ବୃତ୍ତିଗତ ସେବା ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ବେହେରା ଆହ୍ଵାନ ଦେଇଥିଲେ । ଏହା ସହ ଉତ୍ତରପ୍ରଦେଶ ଲକ୍ଷ୍ନୌ ଠାରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଓଡିଶା ପୋଲିସର ଟିମକୁ ଶୁଭେଚ୍ଛା ଜଣାଇଥିଲେ ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀ ନିଜ ବକ୍ତବ୍ୟରେ ବୃତ୍ତିଗତ ଦକ୍ଷତାର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବୃତ୍ତିଗତ ଦକ୍ଷତାକୁ ଉଚ୍ଚକୋଟିର କରିବାକୁ ହେଲେ ମନୋଭାବରେ ପରିବର୍ତ୍ତନ, ଜ୍ଞାନ ଆରୋହଣ କରିବା ନିତ୍ୟାନ୍ତ ଜରୁରୀ ବୋଲି କହିଥିଲେ । ଏହାସହ ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତେଜସ୍ଵୀ, ବେଗମାନ, ଚଳମାନ ଏବଂ ଯଶ୍ଵସୀ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

କ୍ରାଇମବ୍ରାଞ୍ଚର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ ବୋଥ୍ରା  ଧନ୍ୟବାଦ ଅର୍ପଣ କରିଥିଲେ । ଆଇ.ଜି. (କ୍ରାଇମବ୍ରାଞ୍ଚ) ସଫିନ ଅହମ୍ମଦ କେ ଉପସ୍ଥିତ ଥିଲେ । ଶେଷରେ ବୃତ୍ତିଗତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଟ୍ରଫି ପ୍ରଦାନ କରିଥିଲେ ।ଏହି ଉଦଯାପନୀ ଉତ୍ସବରେ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ଅବସରପ୍ରାପ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here