ଢେଙ୍କାନାଳରେ “ସପ୍ତଶଯ୍ୟା ମହୋତ୍ସବ-୨୦୨୩”

0
166
କଳା, ସଂସ୍କୃତି ଓ ସାହିତ୍ୟ ମନୁଷ୍ୟର ଆବେଗକୁ ପରିପ୍ରକାଶ କରେ । ନୃତ୍ୟ, ସଙ୍ଗୀତ, କଳା ଓ ସାହିତ୍ୟ ଏକରୁ ଏକାକାର କରିବାର ଏକ ମାଧ୍ୟମ ବୋଲି ଶନିବାର ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ଦେବଂଶୀ ଡ୍ୟାନ୍ସ ଏକାଡେମୀ ଦ୍ଵାରା ଆୟୋଜିତ “ସପ୍ତଶଯ୍ୟା ମହୋତ୍ସବ-୨୦୨୩”ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

DHENKANAL:  କଳା, ସଂସ୍କୃତି ଓ ସାହିତ୍ୟ ମନୁଷ୍ୟର ଆବେଗକୁ ପରିପ୍ରକାଶ କରେ । ନୃତ୍ୟ, ସଙ୍ଗୀତ, କଳା ଓ ସାହିତ୍ୟ ଏକରୁ ଏକାକାର କରିବାର ଏକ ମାଧ୍ୟମ ବୋଲି ଶନିବାର ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ଦେବଂଶୀ ଡ୍ୟାନ୍ସ ଏକାଡେମୀ ଦ୍ଵାରା ଆୟୋଜିତ “ସପ୍ତଶଯ୍ୟା ମହୋତ୍ସବ-୨୦୨୩”ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 ଶ୍ରୀ ପ୍ରଧାନ କହିଛନ୍ତି ଯେ ସାରସ୍ୱତ ସହର ଢେଙ୍କାନାଳରେ ନିଜର ସାଂସ୍କୃତିକ ପରିଚୟ ଅଛି । ଜିଲ୍ଲାର କଳା ଏବଂ ସଂସ୍କୃତି ଅତୀବ ସମୃଦ୍ଧ ଓ ଅନନ୍ୟ ଅଟେ । କେବଳ ଜିଲ୍ଲା ନୁହେଁ ପ୍ରତି ଗାଁରେ ଭିନ୍ନ ଭିନ୍ନ ସଂସ୍କୃତି ରହିଛି । ଜିଲ୍ଲାର ହସ୍ତକଳା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁଳ ଭାବରେ ଆଦୃତ ହୋଇଛି ଏବଂ କଳାର ନୈପୁଣତା ଏବଂ ବିବିଧତା ପାଇଁ ସର୍ବଜନବିଦିତ। କେବଳ ଏତିକି ନୁହେଁ, ଢେଙ୍କାନାଳର ପର୍ଯ୍ୟଟନରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ରହିଛି ।

ସପ୍ତଶଯ୍ୟା ମହୋତ୍ସବ ମାଧ୍ୟମରେ ରାଜ୍ୟର ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଢେଙ୍କାନାଳ ସହରକୁ ନିମନ୍ତ୍ରଣ କରିବା ଦ୍ୱାରା ଆମ ସହରର ମାନ, ସମ୍ମାନ ଓ ମର୍ଯ୍ୟାଦା ବୃଦ୍ଧି ପାଉଛି । କଳାକାର ଏବଂ ଢେଙ୍କାନାଳ ମଧ୍ୟରେ ସ୍ନେହ ଓ ଶ୍ରଦ୍ଧା ବଢୁଛି । ଏହି ସପ୍ତଶଯ୍ୟା ମହୋତ୍ସବକୁ ଦୀର୍ଘ ୯ ବର୍ଷ ଧରି ଚଲାଇ ଆସୁଥିବାରୁ ଅନୁଷ୍ଠାନ ସହ ଜଡ଼ିତ ସମସ୍ତଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଏହି ପରମ୍ପରା ଆଗାମୀ ଦିନରେ ବଜାୟ ରଖିବା ନେଇ କେନ୍ଦ୍ରମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ଆଗାମୀ ୨୦୨୪ରେ ଢେଙ୍କାନାଳ ଆହୁରି ଉଚ୍ଚତାକୁ ଯିବା ସହ ସମ୍ପନ୍ନତା ହାସଲ କରୁ ବୋଲି ସେ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here