ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାର ୫ଟି ସହର ସମେତ ଅନ୍ୟ ୧୩ଟି ସହରର ୧୪୯ଟି ୱାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି

0
296
ଆଜି ମୁଖ୍ୟମନ୍ତ୍ରୀ ୫ଟି ସହର ଯଥା: ରାଇରଙ୍ଗପୁର, ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର ଓ ନିମାପଡାକୁ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି। ସେହିପରି ୧୩ଟି ପୌରାଞ୍ଚଳ ଯଥା- ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସୁନ୍ଦରଗଡ, କେନ୍ଦୁଝର, ବ୍ୟାସନଗର, ଖୋର୍ଦ୍ଧା, ଜଟଣୀ, ଆନନ୍ଦପୁର, ଯୋଡା, ବଡବିଲ ଏବଂ ହିଞ୍ଜଳିକାଟୁର ୧୪୯ଟି ୱାର୍ଡ ପାଇଁ ଏହି ସୁବିଧା ଆରମ୍ଭ କରାଯାଇଛି। ଏହି ୧୩ଟି ପୌରାଞ୍ଚଳର ଅବଶିଷ୍ଟ ୱାର୍ଡମାନଙ୍କୁ ଜଳଯୋଗାଣ ପାଇଁ କାର୍ଯ୍ୟ ଜାରି ରହିଛି.

By Our Correspondent 

BHUBANESWAR:  ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶାର ୫ଟି ସହର ସମେତ ଅନ୍ୟ ୧୩ଟି ସହରର ୧୪୯ଟି ୱାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମରେ ଜନସାଧାରଣ ଟ୍ୟାପରୁ ସିଧାସଳଖ ବିଶୁଦ୍ଧ ପିଇବା ପାଣି ପାଇପାରୁଛନ୍ତି। ଏଥିରେ ଟ୍ୟାପ ପାଣିକୁ ଫିଲ୍‌ଟର କରିବାର ଆବଶ୍ୟକ ନାହିଁ।

ଆଜି ମୁଖ୍ୟମନ୍ତ୍ରୀ ୫ଟି ସହର ଯଥା: ରାଇରଙ୍ଗପୁର, ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର ଓ ନିମାପଡାକୁ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି। ସେହିପରି ୧୩ଟି ପୌରାଞ୍ଚଳ ଯଥା- ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସୁନ୍ଦରଗଡ, କେନ୍ଦୁଝର, ବ୍ୟାସନଗର, ଖୋର୍ଦ୍ଧା, ଜଟଣୀ, ଆନନ୍ଦପୁର, ଯୋଡା, ବଡବିଲ ଏବଂ ହିଞ୍ଜଳିକାଟୁର ୧୪୯ଟି ୱାର୍ଡ ପାଇଁ ଏହି ସୁବିଧା ଆରମ୍ଭ କରାଯାଇଛି। ଏହି ୧୩ଟି ପୌରାଞ୍ଚଳର ଅବଶିଷ୍ଟ ୱାର୍ଡମାନଙ୍କୁ ଜଳଯୋଗାଣ ପାଇଁ କାର୍ଯ୍ୟ ଜାରି ରହିଛି.

ଜଳ ଅମୂଲ୍ୟ। ପ୍ରତିଟି ଜଳବିନ୍ଦୁରେ ରହିଛି ଜୀବନ। ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇବା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଲକ୍ଷ୍ୟ।

5T ଉପକ୍ରମରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଯୋଗୁଁ ଆଜି ସାରା ଦେଶ ପାଇଁ ଓଡ଼ିଶା ଏକ ମଡେଲ ହୋଇଛି। ଜଳସାଥୀ ମା’ମାନଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ମଡେଲ ହୋଇଛି। ସହରାଞ୍ଚଳ ଜଳଯୋଗାଣ କ୍ଷେତ୍ରରେ ମିଶନ ଶକ୍ତି ମା’ମାନେ, ଜଳସାଥୀମାନେ ବହୁତ ଭଲ କାମ କରୁଥିବା ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି

LEAVE A REPLY

Please enter your comment!
Please enter your name here