ଝାରସୁଗୁଡାରେ ବିଜେପି ପ୍ରତି ଜନସମର୍ଥନ ପରିବର୍ତ୍ତନର ବଡ ସଙ୍କେତ ଦେଉଛି , ଧର୍ମେନ୍ଦ୍ର ପ୍ରଧାନ

0
331

By Our Correspondent

JHARSUGUDA/BHUBANESWAR: ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଶାସକ ଦଳର ନେତା ମାନଙ୍କ ଦ୍ୱାରା ଅନେକ ମହିଳା ନିର୍ଯ୍ୟାତିତ । ତେଣୁ ମୁଖ୍ୟମନ୍ତ୍ରୀ କେବଳ ବୁଢା ବାଘ ଭଳିଆ କଙ୍କଣ ଧରି ବସି କାନ୍ଦିଲେ ହେବ ନାହିଁ  । ୨୩ ବର୍ଷର ଦୀର୍ଘ ଶାସନ ପରେ ବି ଶାସକ ଦଳ କେବଳ ଦିନରେ ଲଣ୍ଠନ ଦେଖାଉଛି । ଝାରସୁଗୁଡାରେ ବିଜେପି ପ୍ରତି ଜନସମର୍ଥନ ଏଠାରେ ପରିବର୍ତ୍ତନର ବଡ ସଙ୍କେତ ଦେଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ପ୍ରତିକ୍ରିୟାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱରରେ ବିଜେଡିର ନୂତନ କାର୍ଯ୍ୟାଳୟ ଉଦଘାଟନ ବେଳେ ବିଜେଡି ନେତ୍ରୀ ସଂଯୁକ୍ତା ମହାଲା କାନ୍ଦି କାନ୍ଦି ନିଜ ଦଳର ମନ୍ତ୍ରୀ ତାଙ୍କ ବିରୋଧରେ ଅତ୍ୟାଚାର କରିବା କଥା କହିଥିଲେ । ମମିତା ମେହେର ହତ୍ୟାର ଅଭିଯୁକ୍ତର ପୃଷ୍ଠପୋଷକ ନବୀନ ସରକାରରେ ମନ୍ତ୍ରୀ ଅଛନ୍ତି । ଧର୍ମେନ୍ଦ୍ର ସାହୁଙ୍କ ହତ୍ୟାରେ ଶାସକ ଦଳର ମନ୍ତ୍ରୀ ସମ୍ପୃକ୍ତ ଥିଲେ । ତେଣୁ ମୁଖ୍ୟମନ୍ତ୍ରୀ କେବଳ ବୁଢା ବାଘ ଭଳି କଙ୍କଣ ଧରି ବସି କାନ୍ଦିଲେ ହେବ ନାହିଁ ।

ଆଜି ସମସ୍ତେ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟା ବିଷୟରେ ମୁହଁ ଖୋଲି ଥାନ୍ତେ ।  ହେଲେ ମୁଖ୍ୟମନ୍ତ୍ରୀ ଦୁଃଖ ଟିକେ ବି ପ୍ରକାଶ କରିଲେ ନାହିଁ । ଝାରସୁଗୁଡାରେ ନାବାଳକ ସମର୍ଥ ଅଗ୍ରଓ୍ୱାଲର ମୃତ୍ୟୁରେ ସମବେଦନା ଦେଲେ ନାହିଁ । ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥ ବାଟମାରଣା ହେଉଛି । କିରମିରା ଓ ଲାଇକେରା ବ୍ଲକକୁ ଆଇଟିଡିଏ(ଇଣ୍ଟିଗ୍ରେଟେଡ୍ ଟ୍ରାଇବାଲ ଡେଭଲପମେଣ୍ଟ ପ୍ରୋଜେକ୍ଟ ଏଜେନ୍ସିଂ) କରିବା ପାଇଁ ମୋଦି ସରକାର ଘୋଷଣା କରିବା ପରେ ବି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଭୟରେ ମଧ୍ୟ ମୁଖ୍ୟମନ୍ତ୍ରୀ କ୍ରିୟାନ୍ୱୟନ କରୁନାହାନ୍ତି ।     

ମୁଖ୍ୟମନ୍ତ୍ରୀ ନିୟନ୍ତ୍ରଣରେ ନାହାନ୍ତି । ତାଙ୍କର ଔରଙ୍ଗଜେବୀର ଅନୁଯାୟୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଆଢୁଆଳରେ ରଖି କାମ କରୁଛନ୍ତି । ଯୁବକ ମାନେ ଦାଦନ ଖଟିବାକୁ ଯାଉଛନ୍ତି । ଯେଉଁ ଜିଲ୍ଲାର ତ୍ୟାଗ ଯୋଗୁଁ ହୀରାକୁଦ ନିର୍ମାଣ ହେଲା ସେହି ଅଞ୍ଚଳ ଆଜି ଅଧିକ କ୍ଷତିଗ୍ରସ୍ତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here